ବନସ୍ତେ ଡାକିଲ ଗଜ ଗୀତରେ ଦୁଲୁକୁଛି ରଜ ପେଣ୍ଡାଲ

🎬 Watch Now: Feature Video

thumbnail

By

Published : Jun 14, 2023, 6:38 PM IST

ଯାଜପୁର: ଚାରିଆଡେ ଶୁଭୁଛି ରଜର ଗୀତ। ପିଠାପଣା, ରଜ ଦୋଳିରେ ମଉଜ କରୁଛନ୍ତି କୁମାରୀ ।  ଓଡିଶାର ଏକ ପ୍ରମୁଖ ଗଣପର୍ବ ରଜକୁ ନେଇ ଉତ୍ସବମୁଖର ରାଜ୍ୟ । ଏଥିପାଇଁ ଘରେ ଘରେ ଆଜି ପିଠା ଓ ମିଠାର ଆସର ଦେଖିବାକୁ ମିଳିଛି । ଏହା ସାଙ୍ଗକୁ ତାସ, ଲୁଡୁ ଖେଳ, ଦୋଳି ଖେଳ ପାନ ଖାଇବା ସାଙ୍ଗକୁ ନାନା ଖେଳ ଖେଳି ମଉଜ କରୁଛନ୍ତି କୁଆଁରୀମାନେ । ଯାଜପୁର ଜିଲ୍ଲା ବ୍ୟାସନଗର ପୌର ପରିଷଦ କୋପଣ୍ଡ ଗ୍ରାମବାସୀଙ୍କ ପକ୍ଷରୁ ରଜ ମଉଜ ପାଳନ କରାଯାଇଛି । ନାଚ ଗୀତ ସହିତ ବିଭିନ୍ନ ପ୍ରତିଯୋଗିତା କରିବା ସହିତ କୃତି ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇ ଓଡ଼ିଆ ପରମ୍ପରାକୁ ବଞ୍ଚାଇବାର ପ୍ରୟାସ କରାଯାଇଛି । ଆଜି କୋପଣ୍ଡ ରଜ ମହୋତ୍ସବ ପଡ଼ିଆରେ ପ୍ରଥମେ ଗ୍ରାମବାସୀ ନିଜ ଗ୍ରାମଦେବତୀଙ୍କ ପାଖରେ ପଣ୍ଡିତଙ୍କ ଦ୍ୱାରା ପୂଜାର୍ଚନା କରାଯାଇଛି ଏହି ମହୋତ୍ସବର ଶୁଭାରମ୍ଭ ହେଇଥିଲା । ଜିଲ୍ଲାର 10ଟି ବ୍ଲକ ଓ ଦୁଇଟି ପୌର ପରିଷଦରେ ରଜ ଧୂମ ଧାମର ସହିତ ପାଳିତ ହେଉଛି l 

ଇଟିଭି ଭାରତ, ଯାଜପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.