thumbnail

By ETV Bharat Odisha Team

Published : Nov 7, 2023, 2:10 PM IST

ETV Bharat / Videos

ଓଲିଉଡ ବିବାଦ ଉପରେ ମାଇଣ୍ଡ ଗେମ୍‌ ଅଭିନେତାଙ୍କ ପ୍ରତିକ୍ରିୟା, କହିଲେ ଚଳଚ୍ଚିତ୍ର ସମସ୍ତଙ୍କୁ ଯୋଡିବାର କାମ କରେ

ବୌଦ୍ଧ: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ନେଇ ନିର୍ମାଣ ହୋଇଛି ଚଳଚ୍ଚିତ୍ର ମାଇଣ୍ଡ ଗେମ୍ । ଉଭୟ ଓଡ଼ିଆ ଓ ସମ୍ବଲପୁରୀ ଭାଷାରେ ବର୍ତ୍ତମାନ ବିଭିନ୍ନ ସିନେମା ହଲରେ ଏହାର ପ୍ରଦର୍ଶନ ଜାରି ରହିଥିବା ବେଳେ ଓଡ଼ିଆ ସିନେ ଜଗତରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବାଦ ବିବାଦ ଲାଗି ରହିଛି । ତେବେ ଏହି ଚଳଚ୍ଚିତ୍ରର ଅନ୍ୟତମ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ବୌଦ୍ଧ ଜିଲ୍ଲାର ଯୁବ ତାରକା ଚିନ୍ମୟ ମିଶ୍ର ଫିଲ୍ମ ମାଇଣ୍ଡ୍‌ ଗେମ୍‌ ଏବଂ ଓଲିଉଡ ବିବାଦକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଓଡ଼ିଶା ଗୋଟିଏ ଏବଂ ଚଳଚ୍ଚିତ୍ର ସମସ୍ତଙ୍କୁ ଯୋଡିବାର କାମ କରିଥାଏ । 

ଚିନ୍ମୟ ଓରଫ ପପୁ ଫିଲ୍ମ ମାଇଣ୍ଡଗେମକୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଫିଲ୍ମକୁ ନେଇ ମୁଁ ବହୁତ ଉତ୍ସାହିତ । ଏବଂ ବର୍ତ୍ତମାନ ଫିଲ୍ମ ହଲରେ ପ୍ରଦର୍ଶିତ ହେଉଥିବା ବେଳେ ଲୋକେ ଏହାକୁ ପସନ୍ଦ କରୁଥିବା ଦେଖି ଖୁସି ଲାଗୁଛି । ସେପଟେ ଏହି ଫିଲ୍ମର ମୁଖ୍ୟ ଅଭିନେତା ମନୋଜ ମିଶ୍ରଙ୍କୁ ନେଇ ହୋଇଥିବା ବିବାଦ ଉପରେ ମଧ୍ୟ ସେ ଖୁବଶୀଘ୍ର ଏହି ବିବାଦର ସମାଧାନ ହେବ ବୋଲି ଆଶା ରଖିଛନ୍ତି । ଏହାଛଡ଼ା ପୂର୍ବ ଓଡ଼ିଶା ଓ ପଶ୍ଚିମ ଓଡ଼ିଶା ମଧ୍ୟରେ ଏକତା ବଜାୟ ରଖିବାକୁ ଆହ୍ୱାନ ଦେଇ ସେ କହିଛନ୍ତି ଯେ, ଓଡିଆ ହେଉଛି ଗୋଟିଏ । ଏବଂ ସିନେମାର କାମ କେବେ ଭାଙ୍ଗିବାର ନଥାଏ । ସିନେମା ସବୁବେଳେ ସମସ୍ତଙ୍କୁ ଯୋଡିଥାଏ । 

ଏହା ମଧ୍ୟ ପଢନ୍ତୁ: ମହିଳା ସାମ୍ବାଦିକଙ୍କୁ ମାଡ଼ ମାରି ଜେଲ ଗଲେ ଟୁଟୁ ନାୟକ

ସୂଚନା ଥାଉ କି, ଅକ୍ଟୋବର ୬ରେ ରିଲଜ ହୋଇଛି ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା କୁନେଇ ନିର୍ମାଣ ହୋଇଥିବା ଚଳଚ୍ଚିତ୍ର ମାଇଣ୍ଡ ଗେମ୍ । ବର୍ତ୍ତମାନ ଦୁଇଟି ଭାଷାରେ ଏହାର ପ୍ରଦର୍ଶନ ହେଉଥିବା ବେଳେ ଆଗକୁ ତେଲୁଗୁ ଓ ତାମିଲ ଭାଷାରେ ପ୍ରଦର୍ଶନ ପାଇଁ ଉଦ୍ୟମ ହେବ ବୋଲି ସୂଚନା ମିଳିଛି । ତେବେ ଏଭଳି ସମୟରେ ଓଡ଼ିଆ ପ୍ରଯୋଜନା ସଂସ୍ଥା ସହ ଜଡିତ ଟୁଟୁ ନାୟକ ପଶ୍ଚିମ ଓଡ଼ିଶାର ସୁନାମଧନ୍ୟ କଳାକାର ମନୋଜ ମିଶ୍ରଙ୍କୁ ବାସନ୍ଦ କରିବା ଘଟଣା ପରେ ସିନେ ଜଗତରେ ବିବାଦର ସୂତ୍ରପାତ ହୋଇଥିଲା । ଅରିନ୍ଦମ ରୟଙ୍କ ଫିଲ୍ମ ରାମକୁ ପଶ୍ଚିମ ଓଡିଶାରେ ନଚଳାଇଦେବା ଫଛରେ ମନୋଜ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା । ଯାହା ପରେ ମନୋଜଙ୍କ ବିରୁଦ୍ଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ପ୍ରଯୋଜନା ସଂଘ । ତେବେ କଳାକାର କଳାକାରଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଏପରିକି ପୂର୍ବ ଓଡ଼ିଶା ଓ ପଶ୍ଚିମ ଓଡ଼ିଶା ର କଳାକାର ଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହେବା ପରିସ୍ଥିତି ସୃଷ୍ଟି କରିଛି । ଇତି ମଧ୍ୟରେ ପ୍ରଯୋଜକ ତଥା ବିବାଦୀୟ ପ୍ରଯୋଜକ ଟୁଟୁ ନାୟକ ଈଟିଭି ଭାରତର ସାମ୍ବାଦିକାଙ୍କୁ ଦୁର୍ବବ୍ୟବହାର କରି ଗିରଫ ହୋଇ ଝାରପଡ଼ା ଜେଲରେ ରହିଛନ୍ତି । 

ବୌଦ୍ଧ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.