ରଥଯାତ୍ର ସମୟରେ କଟିବନି ଲାଇନ୍: ମୁଖ୍ୟ ଶାସନ ସଚିବ - ବ୍ୟବସ୍ଥିତ ଢଙ୍ଗରେ ହେବ ରଥଯାତ୍ରଟ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/19-06-2023/640-480-18790908-thumbnail-16x9-jj.jpg)
ପୁରୀ: କାଲି ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା । ଶ୍ରୀଜିଉ ରତ୍ନବେଦି ଛାଡି ଭକ୍ତଙ୍କୁ ଦର୍ଶନ ଦେବାକୁ ବଡଦାଣ୍ଡରେ ଆସିବେ । ଆଜି ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଏହାପରେ ନେତ୍ର ଉତ୍ସବ କାର୍ଯ୍ୟକ୍ରମ ରହିଛି । ସବୁ ସେବାୟତ ନୀତିକାନ୍ତିରେ ଲାଗି ପଡିଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ।
ପ୍ରଦୀପ ଜେନା କହିଛନ୍ତି, ‘‘ନୀତି ନିର୍ଘଣ୍ଟ ଆନୁଯାୟୀ କର୍ଯ୍ୟକ୍ରମ କରାଯାଉଛି । ଶାନ୍ତି ଶୃଙ୍ଖଳିତ ଦର୍ଶନ ଚାଲିଛି । ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ତେବେ ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି । ଅଗ୍ନିଶମ ବିଭାଗ ଦ୍ବାରା ପାଣି ଛିଞ୍ଚନ କରାଯିବ । ଅତିରିକ୍ତ ସ୍ବଚ୍ଛାସେବୀ ମୁତୟନ କରାଯିବେ । ଗ୍ରୀ କରିଡର ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ । ଓଆରଏସ୍ ,ପାନୀୟ ଜଳ ସୁବ୍ଯବସ୍ଥା କରାଯାଇଛି । ପ୍ରତ୍ୟେକ ଛକରେ ସ୍ବଚ୍ଛାସେବୀ କର୍ମଚାରୀ ନିୟୋଜିତ କରାଯିବ । ବିଦ୍ୟୁତ କାଟ ନହେବା ନେଇ ଟାଟ ପାୱାର ଏବଂ ଶକ୍ତିମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି ।
ଇଟିଭି ଭାରତ, ପୁରୀ