'ଫାଇଟର' ରିଲିଜ ପୂର୍ବରୁ ତିରୁମାଲା ଭେଙ୍କେଟେଶ୍ବର ସ୍ବାମୀଙ୍କ ଦର୍ଶନ କଲେ ଦୀପିକା

By ETV Bharat Odisha Team

Published : Dec 15, 2023, 11:37 AM IST

thumbnail

ତିରୁପତି(ଆନ୍ଧ୍ରପ୍ରଦେଶ): ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଆଗାମୀ ଫିଲ୍ମ 'ଫାଇଟର' ସହ ପରଦାରେ ଧମାକା କରିବାକୁ ଯାଉଛନ୍ତି । 25 ଜାନୁଆରୀ 2024ରେ ଗଣତନ୍ତ୍ର ଦିବସ ଅବସରରେ ମୁକ୍ତିଲାଭ କରିବାକୁ ଯାଉଛି। ତେବେ ଏହାରି ମଧ୍ୟରେ ଦୀପିକା  ନିଜ ଫିଲ୍ମ ପାଇଁ ଆନ୍ଧ୍ରାର ତିରୁମାଲା ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିର ପରିଦର୍ଶନ କରି ଆଶୀର୍ବାଦ ଲୋଡିଛନ୍ତି । ଏହି ସମୟରେ ତାଙ୍କ ସହ ତାଙ୍କ ଉଭଣୀ ଅନିଶା ପାଦୁକୋନ ମଧ୍ୟ ସାମିଲ ଅଛନ୍ତି ।  

ଦୀପିକା ଗତକାଲି(ଗୁରୁବାର) ତିରୁପତିରେ ପହଞ୍ଚିଥିବା ବେଳେ ଆଜି ଭୋର ସକାଳେ ଭେଙ୍କେଟେଶ୍ବର ସ୍ବାମୀଙ୍କ ଦର୍ଶନ କରିଛନ୍ତି । ଏହି ସମୟରେ ସେ କ୍ରିମ ରଙ୍ଗର ଆଉଟଫିଟରେ ନଜର ଆସିଥିବା ବେଳେ କଡା ସୁରକ୍ଷା ମଧ୍ୟରେ ମନ୍ଦିର ପରିଦର୍ଶନ କରିଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି ।  ସୂଚନା ଥାଉ କି, 'ଫାଇଟର' ଫିଲ୍ମକୁ ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶନା ଦେଇଥିବା ବେଳେ ଏହି ଫିଲ୍ମରେ ଦୀପିକା ପାଦୁକୋନ, ହ୍ରିତିକ ରୋଶନ, ସୁନୀଲ ଗ୍ରୋଭର ଏବଂ ଅନୀଲ କପୁର, ଅକ୍ଷୟ ଅବରୋଏ ନଜର ଆସିବେ । ତେବେ ଦୀପିକାଙ୍କ ସହ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିବେ ହ୍ରିତିକ । ନିକଟରେ ଫିଲ୍ମର ଟିଜର ସହ ସମସ୍ତ ତାରକାଙ୍କ ପ୍ରଥମ ଲୁକ ମଧ୍ୟ ରିଲିଜ ହୋଇଛି ।  

ଏହା ମଧ୍ୟ ପଢନ୍ତୁ: ହ୍ରିତିକ-ଦୀପିକାଙ୍କ ରୋମାନ୍ସ ଦେଖି ଫ୍ୟାନ୍ସ ଫିଦା, ଏମିତି କହିଲେ ନେଟିଜେନ୍ସ

ଟିଜରରେ ହ୍ରିତିକ ଏବଂ ଦୀପିକାଙ୍କ ଲଭ କେମେଷ୍ଟ୍ରି ଫ୍ୟାନ୍ସ ଦିୱାନା ହୋଇଥିବା ବେଳେ ଫିଲ୍ମକୁ ନେଇ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ସୂଚନା ଥାଉ କି, ଚଳିତ ବର୍ଷ ଜାନୁୟାରୀ 25ରେ ତାଙ୍କ ଚଳଚ୍ଚିତ୍ର ପଠାନ ମୁକ୍ତିଲାଭ କରିଥିଲେ ଯାହା ବକ୍ସ ଅଫିସରେ ଆଲୋଡ଼ନ ସୃଷ୍ଟି କରିଥିଲା । ତେବେ ଏହି ଫିଲ୍ମ ମଧ୍ୟ ସମାନ ତାରିଖରେ ରିଲିଜ ହେଉଥିବା ନେଇ ବକ୍ସ ଅଫିସରେ ଧମାକା କରିବ ବୋଲି ଆଶା କରାଯାଉଛି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.