thumbnail

By ETV Bharat Odisha Team

Published : Nov 29, 2023, 3:01 PM IST

ETV Bharat / Videos

ଆମିଷ ବଜାରରେ ପ୍ରବଳ ଭିଡ, ମଟନ 800କୁ ରୋହି 350

ରାଉରକେଲା: ବୁଧବାର ଜମିଲା ଛାଡଖାଇ । ଆମିଷ ବଜାରରେ ଖଚାଖଚ୍‌ ଭିଡ । ରାଉରକେଲା ସହରର ବିଭିନ୍ନ ସ୍ଥାନରେ ଥିବା ଆମିଷ ମାର୍କେଟ ଆଜି ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ମଙ୍ଗଳବାର ପାଇଁ ଗତକାଲି ଛାଡଖାଇ ମାଡ ଖାଇଥିବା ବେଳେ ଆଜି ପ୍ରକୃତ ଛାଡଖାଇ ପାଳୁଛନ୍ତି ରାଉରକେଲାବାସୀ । ଆଜି ଭୋର ସମୟରୁ ଆମିଷ ଦୋକାନରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିଛି ।

ଭଲ ଦୁଇ ପଇସା ବେପାର ମଧ୍ୟ ହେଉଛି । ମଙ୍ଗଳବାରରେ ଛାଡଖାଇ ପଡିଥିବାରୁ ଦିନଟା ମାଡ ଖାଇ ଯାଇଥିଲା । ହେଲେ ଆଜି ବୁଧବାର ଥିବାରୁ ଏହି ଦିନକୁ ଜମାରୁ ହାତଛଡା କରିନାହାନ୍ତି ଆମିଷ ପ୍ରେମୀ । ଆଜି ଆମିଷ ବଜାରରେ ପ୍ରବଳ ଭିଡ ଦେଖିବାକୁ ମିଳିଛି  । 

ଏହାମଧ୍ୟ ପଢନ୍ତୁ.. ଆଜି ଛାଡଖାଇ ପାଳିଲେ କଟକିଆ; ଆମିଷ ବଜାରରେ ପ୍ରବଳ ଭିଡ଼, ଚିକେନ ମଟନ ବୋହି ନେଉଛନ୍ତି ଲୋକେ

ରାଉରକେଲା ସହରର ଡେଲି ମାର୍କେଟ, ଆମବାଗାନ, ଟ୍ରାଫିକ ମାର୍କେଟ, ବାସନ୍ତୀ, ସେକ୍ଟର ଅଞ୍ଚଳ, ଛେଣ୍ଡ, କୋଏଲନଗର, ଝିରପାଣି ଅଞ୍ଚଳରେ ଆଜି ଜମୁଛି ଆମିଷ ମାର୍କେଟ । ମାଛ, ଚିକେନ, ମଟର ଓ ଚିଙ୍ଗୁଡ଼ିର ବେଶ ଚାହିଦା ରହିଛି । ଅନ୍ୟପଟେ ବଜାରରେ ଭିଡକୁ ଦେଖି ବ୍ୟବସାୟୀ ମାନେ ବି ଲାଭ ଆଶାରେ ରହିଛନ୍ତି । ଆଜି ବଜାରରେ ରୋହି 350 ଟଙ୍କା ରହିଥିବା ବେଳେ ଭାକୁର 250ଟଙ୍କା, ଇଲିସି 2500ଟଙ୍କା, ଚିଙ୍ଗୁଡ଼ି 600  ରୁ 1200 ଟଙ୍କା ଯାଏ, କଙ୍କଡା 1000 ଟଙ୍କା,  ମଟନ 800 ,ଚିକେନ୍ 220 ଟଙ୍କା ପ୍ରତି କିଲୋ ଭାବରେ ବିକ୍ରି ଚାଲିଥିବା ଦେଖିବାକୁ ମିଳିଛି । 

ଇଟିଭି ଭାରତ, ରାଉରକେଲା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.