thumbnail

By ETV Bharat Odisha Team

Published : Oct 11, 2023, 10:52 AM IST

Updated : Oct 11, 2023, 11:15 AM IST

ETV Bharat / Videos

ମଧ୍ୟରାତ୍ରିରେ ଫ୍ୟାନ୍ସଙ୍କ ସହ ଜନ୍ମଦିନ ପାଳିଲେ ବିଗ୍‌ ବି, ଜଲସାରୁ ବାହାରି ଜଣାଇଲେ ଅଭିବାଦନ

ମୁମ୍ବାଇ: ୮୧ ବର୍ଷରେ ପାଦ ଥାପିଲେ ବଲିଉଡର ମହାନାୟକ ଅମିତାଭ ବଚ୍ଚନ । ମଧ୍ୟରାତ୍ରିରେ ବିଗ୍‌ ବି ନିଜ ଫ୍ୟାନ୍ସ ଓ ପରିବାର ଲୋକଙ୍କ ସହ ଜନ୍ମଦିନ ସେଲିବ୍ରେସନ୍‌ କରିଛନ୍ତି । ଅମିତାଭଙ୍କ ଜନ୍ମଦିନ ପାଳନ କରିବା ପାଇଁ ବାସଭବନ ଜଲସା ଆଗରେ ଅନେକ ଶୁଭେଚ୍ଛୁ ଏକାଠି ହୋଇଥିଲେ । ଆଉ ବିଗ୍‌ ବି ମଧ୍ୟ ଶୁଭେଚ୍ଛୁଙ୍କ ଅଭିଭାବଦନ ଗ୍ରହଣ କରିବାକୁ ବାସଭବନରୁ ବାହାରି ଆସିଥିଲେ । ହାତ ହଲାଇ ପ୍ରଶଂସକଙ୍କ ଉତ୍ସାହ ବଢାଇଥିଲେ ଅମିତାଭ ବଚ୍ଚନ । ଏହା ପରେ ବିଳମ୍ବିତ ରାତିରେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ‘ଆପଣମାନଙ୍କ ଆଶୀର୍ବାଦ ମୋର ସୌଭାଗ୍ୟ’ ।

ବ୍ଲାକ୍ ଟ୍ରାକ୍ ପ୍ୟାଣ୍ଟ ସହ ପିଙ୍କ୍ ପ୍ରିଣ୍ଟର ହୁଡି ଓ ବେନି କ୍ୟାପ୍‌ରେ ନଜର ଆସିଥିଲେ ଅମିତାଭ ବଚ୍ଚନ। ବିଗ୍‌ ବି'ଙ୍କ ଏହି ଅନ୍ଦାଜ ଫ୍ୟାନ୍ସଙ୍କୁ ସବୁବେଳେ ପସନ୍ଦ ଆସେ । ସୋସିଆଲ ମିଡିଆରେ ଅମିତାଭ ବଚ୍ଚନଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି । ଅମିତାଭ ସବୁଥର ପରି ଏଥର ମଧ୍ୟ ପ୍ରଶଂସକଙ୍କୁ ଭେଟିବା ପାଇଁ ଖାଲିପାଦରେ ଆସିଥିଲେ । ୱାର୍କ୍‌ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ବିଗ୍ ବି ଲୋକପ୍ରିୟ ରିଆଲିଟି ସୋ ‘କୌନ ବନେଗା କରୋଡପଟି 15 ହୋଷ୍ଟ କରୁଥିବା ଦେଖାଯାଇଛି । ଯେଉଁଠାରେ ସେ ପ୍ରତିଯୋଗୀମାନଙ୍କ ସହିତ ବହୁତ ମଜାମସ୍ତି କରନ୍ତି ।

ଏହା ମଧ୍ୟ ପଢନ୍ତୁ: Happy Birthday Big B: ପୁରୁଣା ଦିନକୁ ମନେ ପକାଇ ଖାସ୍‌ ପୋଷ୍ଟ ସେୟାର କଲେ ଶ୍ବେତା-ନବ୍ୟା

Last Updated : Oct 11, 2023, 11:15 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.