Prabhas At Tirupati Balaji: ତିରୁପତି ବାଲାଜୀଙ୍କ ଦର୍ଶନ କଲେ ଅଭିନେତା ପ୍ରଭାସ - ଆଦିପୁରୁଷ

🎬 Watch Now: Feature Video

thumbnail

By

Published : Jun 6, 2023, 3:38 PM IST

ହାଇଦ୍ରାବାଦ: ଆଜି ତିରୁପତି ଠାରେ 'ଆଦିପୁରୁଷ'ର ପ୍ରି ରିଲିଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ମହୋତ୍ସବ ପୂର୍ବରୁ ପ୍ରଭାସ ସକାଳେ ଭଗବାନ ତିରୁପତି ବାଲାଜୀଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । ଚିନ୍ନା ଜିଆର ସ୍ବାମୀ ମୁଖ୍ୟ ଅତିଥି ଭାବରେ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଇଭେଣ୍ଟରେ ଫିଲ୍ମର ଟ୍ରେଲର ପ୍ରଦର୍ଶିତ କରାଯିବ । ଏବଂ ସୋସିଆଲ ମିଡିଆରେ ଲାଇଭ ପରିବେଶଣ କରାଯିବ। ପ୍ରଭାସଙ୍କ ମନ୍ଦିର ପରିଦର୍ଶନ କରିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ପ୍ରଭାସଙ୍କୁ ଧଳା କୁର୍ତ୍ତା ଏବଂ ଲାଲ ଦୁପଟା ପିନ୍ଧିଥିବାର ନଜର ଆସିଛନ୍ତି। ସେପଟେ ପ୍ରଭାସ ମଧ୍ୟ ଟ୍ୱିଟ୍ କରି ଲେଖିଛନ୍ତି, "ଆଜି ସକାଳେ ତିରୁମାଲା ଠାରେ ଶ୍ରୀ ଭେଙ୍କଟେଶ ସ୍ୱାମୀଙ୍କ ଶୁଭ ସକାଳ ସେବାରେ ଅଂଶଗ୍ରହଣ କରିଥିଲି ।" 500 କୋଟି ଟଙ୍କାର ଏକ ବଜେଟରେ ନିର୍ମିତ ହୋଇଥିବା ଏହି ଫିଲ୍ମ ବର୍ତ୍ତମାନ ସମଗ୍ର ବିଶ୍ୱରେ 5ଟି ଭାଷାରେ ଜୁନ 16ରେ ରିଲିଜ କରିବ। ଏଥିରେ ପ୍ରଭୁ ରାମଙ୍କ ଭୂମିକାରେ ପ୍ରଭାସ, ମାତା ସୀତାଙ୍କ ଭୂମିକାରେ କ୍ରିତି ସାନନ ଏବଂ ରାବଣ ଭୂମିକାରେ ସୈଫ ଅଲି ଖାନଙ୍କ ସମେତ ଲକ୍ଷ୍ମଣ ଭୂମିକାରେ ସନ୍ନି ସିଂ ଏବଂ ହନୁମାନଙ୍କ ଭୂମିକାରେ ଦେବଦତ୍ତ ନାଗେ ମୁଖ୍ୟ ଭୂମିକାରେ ନଜର ଆସିବେ । 

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.