ଅସୁସ୍ଥ ହାତୀ ଛୁଆ ଉଦ୍ଧାର, ଟ୍ରାଙ୍କୁଲାଇଜ କରି ନିଆଗଲା କପିଳାସ ରେସକ୍ୟୁ ସେଣ୍ଟର
🎬 Watch Now: Feature Video
ଢେଙ୍କାନାଳ: କପିଳାସ ବନାଞ୍ଚଳରୁ ଅସୁସ୍ଥ ଅବସ୍ଥାରେ ଠାବ ହୋଇଛି ଏକ ହାତୀଛୁଆ । ମେଘା ସଂରକ୍ଷିତ ଜଙ୍ଗଲରେ ଗତ ଦୁଇଦିନ ହେଲା ଅସୁସ୍ଥ ଅବସ୍ଥାରେ ବୁଲୁଥିଲା ଏହି ହାତୀ ଛୁଆ । ଗୋଟିଏ ସ୍ଥାନରେ ହାତୀ ଛୁଆଟି ଛିଡା ହୋଇ ରହିଥିବାର ସ୍ଥାନୀୟ ଲୋକେ ଦେଖିଥିଲେ l ଏସଂପର୍କରେ ସ୍ଥାନୀୟ ଲୋକମାନେ ବନବିଭାଗକୁ ଖବର ଦେଇଥିଲେ l ଖବର ପାଇଁ ଆଜି ବନ ବିଭାଗ ପକ୍ଷରୁ ସାତ କୋଶିଆରୁ ଏକ ସ୍ୱତନ୍ତ୍ର ଟ୍ରାଙ୍କୁଲାଇଜ ଟିମ ଡକାଇ ଥିଲେ । ବନବିଭାଗ ହାତୀ ଛୁଆକୁ ଟ୍ରାଙ୍କୁଲାଇଜ କରିବା ପରେ ଗାଡି ଉପରକୁ ଉଠାଇବାରେ ନାକେଦମ ହବାକୁ ପଡିଥିଲା । ପରେ ହାତୀ ଛୁଆକୁ ଉଦ୍ଧାର କରି ସ୍ୱତନ୍ତ୍ର ଗାଡି ଯୋଗେ କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ନିଆଯାଇଛି । ଅସୁସ୍ଥ ହାତୀ ଛୁଆଟି ଏକ ମାଈ ହାତୀ ବୋଲି ଜଣାପଡିଛି । ତାର ବୟସ ଆନୁମାନିକ ଦେଢ଼ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ହାତୀ ଛୁଆର ଅସୁସ୍ଥର ସଠିକ କାରଣ କଣ ତାହା ଜଣାପଡିନାହିଁ । କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ମାଧ୍ୟମରେ ଏହି ହାତୀ ଛୁଆକୁ ଶୀଘ୍ର ଚିକିତ୍ସା କରାଯିବ ବୋଲି ବନବିଭାଗ ପକ୍ଷରୁ ପ୍ରକାଶ କରିଛନ୍ତି ଏସିଏଫ ।
ଇଟିଭି ଭାରତ, ଢେଙ୍କାନାଳ