ତାସ ଖେଳ ବେଳେ ଯୁବକକୁ ପଥରରେ ଛେଚି ହତ୍ୟା, ତିନି ଜଣଙ୍କୁ ବାନ୍ଧିଲା ପୋଲିସ

By

Published : Jun 17, 2023, 9:47 PM IST

thumbnail

ଅନୁଗୋଳ: ଝିମିଟି ଖେଳରୁ ମହାଭାରତ । ପୂର୍ବରୁ ଶତ୍ରୁତାକୁ କେନ୍ଦ୍ରକରି ଯୁବକକୁ ହତ୍ୟା କରିଛନ୍ତି 3 ଯୁବକ। ଏଭଳି ଘଟଣା ଘଟିଛି ଉପାନ୍ତ ଅଞ୍ଚଳ କୁହାଯାଉଥିବା ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକ ବରଡ଼ିହ ପଞ୍ଚାୟତ ଅନ୍ତର୍ଗତ ଖଡକା ଗ୍ରାମରେ । ସୂଚନା ମୁତାବକ ଗତ ୧୬ ତାରିଖରେ ରଜପର୍ବ ପାଇଁ ଗାଁରେ ତାସ ଖେଳର ଆୟୋଜନ କରାଯାଇଥିଲା ।  ସେହି ଗ୍ରାମର ରାଜନ ଗିରି ନିଜ ସାଙ୍ଗମାନଙ୍କ ସହ ତାସ ଖେଳୁଥିବା ବେଳେ ସେହି ଗ୍ରାମର ମେଘୁ ବେହେରା ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଘଟଣାସ୍ଥାରେ ଚେତା ଶୂନ୍ୟ ହୋଇଯାଇଥିଲା ରାଜନ । ଏଥିରେ ଉତକ୍ଷିପ୍ତ ହୋଇ ରାଜନର ୩ ଭାଇ ଦୁଃଖ ଗିରି, ଚକ୍ର ଗିରି ଓ ଫକୀର ଗିରି ସଂଘ ବଦ୍ଧ ଭାବରେ ମେଘ ବେହେରାକୁ ଆକ୍ରମଣ କରିଥିଲେ । ତାଙ୍କୁ ଏକ ଟାଙ୍ଗିଆ ଓ ପଥରରେ ମୁଣ୍ଡକୁ ଅତି ନିର୍ମମ ଭବେରେ ଆକ୍ରମଣ କରି ହତ୍ୟା କରାଯାଇଥିବା ପୋଲିସ ସୂଚନା ଦେଇଛି । ହତ୍ୟା ପରେ ଅଭିଯୁକ୍ତଙ୍କୁ ଗ୍ରାମବାସୀ ଅଟକ ରଖିଥିଲେ । ପରେ ପାଳଲହଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ 3 ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି । 
 

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.