ନାଲକୋ ସମ୍ମୁଖରେ ବିସ୍ଥାପିତଙ୍କ ଧାରଣା - ନାଲକୋ ଦାମନଯୋଡି ପ୍ରକଳ୍ପ

🎬 Watch Now: Feature Video

thumbnail

By

Published : Apr 9, 2022, 12:18 PM IST

Updated : Feb 3, 2023, 8:22 PM IST

କୋରାପୁଟ: ନାଲକୋ କମ୍ପାନୀ ସମ୍ମୁଖରେ ବିସ୍ଥାପିତଙ୍କ ଧାରଣା । କୋରାପୁଟର ଦାମନଯୋଡି ଠାରେ ଥିବା ନାଲକୋ ପ୍ରକଳ୍ପ ପାଇଁ ଜମି ହରାଇଥିବା ପରିବାର ପୁଣିଥରେ ଧାରଣା ଦେଇଛନ୍ତି । ପ୍ରତିଶ୍ରୁତି ଦେଇ କମ୍ପାନୀ ତାହା ପୂରଣ କରିନଥିବା ଅଭିଯୋଗ ହୋଇଛି । ଏହି ପ୍ରକଳ୍ପ ପାଇଁ ସ୍ଥାନୀୟ କଲୋନୀ ବାସିନ୍ଦା ଓ ଆଖପାଖର 13ଟି ଗ୍ରାମର ଲୋକେ ବିସ୍ଥାପିତ ହୋଇଥିଲେ । ୬୦୦ ବିସ୍ଥାପିତ ପରିବାରଙ୍କ ଦ୍ଵାରା ଚାଲିଥିବା ଆନ୍ଦୋଳନର ୧ ବର୍ଷ ବିତି ଯାଇଥିଲେ ମଧ୍ୟ କୌଣସି ସମାଧାନ ହୋଇନଥିବା ଯୋଗୁଁ ଆଜି ବିସ୍ଥାପିତ ପରିବାରବର୍ଗ ନାଲକୋ ରିଫାଇନାରୀ ଓ ନାଲକୋ ଖଣି ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି । ଏହା ଫଳରେ ଖଣି ଖନନ ଏବଂ ରିଫାଇନେରୀରେ କାର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଛି । କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ
Last Updated : Feb 3, 2023, 8:22 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.