ବନକର୍ମଚାରୀଙ୍କୁ ଶିକାରୀଙ୍କ ଆକ୍ରମଣ, 4 ଆହତ - Four forest workers were injured
🎬 Watch Now: Feature Video

ବାରିପଦା: ଉଦଳା ରେଞ୍ଜ ଜାମୁଡିହା ଗ୍ରାମରେ ବନ ବିଭାଗର ଚଢ଼ାଉ ବେଳେ ବନକର୍ମଚାରୀ ଓ ଶିକାରୀ ମୁହାଁମୁହିଁ । ଶିକାରୀଙ୍କ ଆକ୍ରମଣରେ ବନବିଭାଗର ଗାଡି ଭାଙ୍ଗିବା ସହ ଚାରିଜଣ ବନକର୍ମଚାରୀ ଆହତ ହୋଇଛନ୍ତି । ତେବେ ମଙ୍ଗଳବାର ବିଳମ୍ବିତ ରାତିରେ ଉଦଳା ରେଞ୍ଜ ଅଧିନ ଜାମୁଡିହା ଗ୍ରାମରେ ବନବିଭାଗ ଚଢାଉ କରିଥିଲା । ଚଢାଉ କରି ଦୁଇ ଜଣ ଶିକାରୀକୁ ଗିରଫ କରିବା ସହିତ ୬୦ କିଲୋରୁ ଅଧିକ ସମ୍ବର ମାଂସ ଏବଂ ଦୁଇ ଗୋଟି ବନ୍ଧୁକ ଜବତ କରି ବନବିଭାଗ ଫେରୁଥିବା ବେଳେ ଗାଁ ମୁଣ୍ଡରେ ବନକର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ ସ୍ଥାନୀୟ ବାସିନ୍ଦା ।