କଟକରେ କୁକୁର ଆତଙ୍କ, ବନ୍ଧ୍ୟାକରଣ ଯୋଜନାରେ ଫେଲ ସିଏମସି - କୁକୁର ଆତଙ୍କରେ କଟକବାସୀ

🎬 Watch Now: Feature Video

thumbnail

By

Published : Oct 20, 2020, 8:57 PM IST

କଟକ: ସହରରେ ଅବାଧ ଗୋରୁ ଚଳପ୍ରଚଳ ସାଙ୍ଗକୁ ବୁଲା କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଜୁଆଡେ ଦେଖିଲେ ମାଳମାଳ ବୁଲା କୁକୁର । ଯାହା ଏବେ ସହରବାସୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ସକାଳରୁ ସନ୍ଧ୍ୟା ଯାଏଁ, ବିଭିନ୍ନ ଗଳି କନ୍ଦିରେ ଏଣେତେଣେ ବୁଲୁଛନ୍ତି କୁକୁର । ଅଜଣା ଲୋକଙ୍କୁ ଦେଖିଲେ ଆକ୍ରମଣ କରୁଛନ୍ତି । ଆଉ ରାସ୍ତା ଦେଇ ଯାଉଥିବା ଯାନବାହାନକୁ ମେଳି ବାନ୍ଧି ଗୋଡାଉଥିବାରୁ ଅନେକ ଦୁର୍ଘଟଣାର ଶିକାର ହେଉଛନ୍ତି । ଫଳରେ ସନ୍ଧ୍ୟା ହେଲା ମାନେ ପାଦଚଲା ହୁଅନ୍ତୁ ଅବା ବାଇକ ଚାଳକ ସମସ୍ତଙ୍କ ମନରେ ଛନକା ପଶିଯାଏ । ସହରର ମୁଖ୍ୟ ରାସ୍ତା ଓ ସାହିରେ କୁକୁରଙ୍କ ଉପଦ୍ରବ ବଢିବାରୁ ସହରବାସୀ ଅତିଷ୍ଠ ହୋଇପଡିଲେଣି। ସେପଟେ କୁକୁରଙ୍କ ବନ୍ଧ୍ୟାକରଣ ଦିଗରେ ସିଏମସି ସମ୍ପୂର୍ଣ୍ଣ ବିଫଳ ବୋଲି କଟକବାସୀ ଅଭିଯୋଗ କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.