୨ କେନ୍ଦ୍ରମନ୍ତ୍ରୀଙ୍କ ପତିତପାବନ ଦର୍ଶନ - ଅଶ୍ବିନୀ ବୈଷ୍ଣବ
🎬 Watch Now: Feature Video
ପୁରୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ ଆଜି(ଗୁରୁବାର) ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ସିଂହଦ୍ବାର ନିକଟରେ ପତିତପାବନଙ୍କୁ ଦର୍ଶନ କରିଛନ୍ତି । ଏହି ଦୁଇ ମନ୍ତ୍ରୀ ପତିତପାବନଙ୍କୁ ଦର୍ଶନ କରିବା ସହ ଦୀପଦାନ କରି ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରିଛନ୍ତି । ଦୁଇ ଓଡ଼ିଆ ମନ୍ତ୍ରୀ ବଡ଼ ଦାୟିତ୍ବ ଗ୍ରହଣ କରିଥିବାରୁ ଏହି କ୍ଷେତ୍ରରେ ଓଡ଼ିଶାର ଉନ୍ନତି କରିବା ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ସେପଟେ ରାଜ୍ୟ ସରକାର ନିଜର କେନ୍ଦ୍ର ପ୍ରତି ଥିବା ବୈମାତୃକ ମନୋଭାବ ଛାଡି କେନ୍ଦ୍ରକୁ ସହଯୋଗ କରିବାକୁ ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ କହିଥିଲେ। ପୁରୀକୁ ବିଶ୍ବରେ ଏକ ଆଧ୍ୟାତ୍ମିକ ସହର ଗଢି ତୋଳିବା କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସହଯୋଗ କରିବେ ଓ ବିଭିନ୍ନ ପଦକ୍ଷେପ ନେବେ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଥିଲେ ।
ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ