ବିଳମ୍ବରେ ଆସୁଛି ଟେଷ୍ଟ ରିପୋର୍ଟ, ଚିନ୍ତାଗ୍ରସ୍ତ କୋରୋନା ସନ୍ଦିଗ୍ଧ - ଚିନ୍ତାଗ୍ରସ୍ତ କୋରୋନା ସନ୍ଦିଗ୍ଧ

🎬 Watch Now: Feature Video

thumbnail

By

Published : Jul 21, 2020, 2:53 PM IST

ଭୁବନେଶ୍ବର: ବିଶ୍ବ ପାଇଁ କାଳ ସାଜି ଆସିଛି କୋରୋନା। ଦୈନିକ ଗଡୁଛି ହଜାର ହଜାର ମୁଣ୍ଡ। ଏପଟେ ଏହାର ମୁକାବିଲା ପାଇଁ ଡବ୍ଲ୍ୟୁଏଚଓ ଥ୍ରୀ ଟି ଫର୍ମୁଲା ଉପରେ ଫୋକସ କରିଛି। ଟ୍ରେସିଂ, ଟେଷ୍ଟି ଓ ଟ୍ରିଟମେଣ୍ଟ। ଏହି ଥ୍ରୀ ଟି ଫର୍ମୁଲାର ସଫଳ ରୂପାୟନ କରିପାରିଲେ କୋରୋନା ମୁକାବିଲା ସମ୍ଭବ। ଭାରତ ସମେତ ଓଡିଶା ସରକାର ମଧ୍ୟ ସମାନ ଫର୍ମୁଲାକୁ ଆପଣେଇଛନ୍ତି। ତେବେ ରାଜ୍ୟସରକାର ଟେଷ୍ଟି ଉପରେ ଟ୍ରେସ ଦେଇ ଦୈନିକ 7 ରୁ 8 ହଜାର ନମୁନା ପରୀକ୍ଷା କରୁଛନ୍ତି। ରିପୋର୍ଟ ପାଇଁ ପ୍ରଥମେ 24 ଘଣ୍ଟା ପରବର୍ତ୍ତୀ ସମୟରେ 48 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଲାଗୁଛି। ରିପୋର୍ଟ ବିଳମ୍ବ ଆସୁଥିବାରୁ ଚାପଗ୍ରସ୍ତ ହେଉଛନ୍ତି ସନ୍ଦିଗ୍ଧ। ଏପଟେ ଲମ୍ବା ଲାଇନରେ ଅପେକ୍ଷା କରିବା ଅନେକଙ୍କ ପାଇଁ ମୁଣ୍ଡବିନ୍ଧା ଓ ଚିନ୍ତାର କାରଣ ପାଲଟିଛି। ଏହି ସମୟରେ ଜଣେ କୋରୋନା ଆକ୍ରାନ୍ତ ଯୁବତୀଙ୍କ ବୟାନ ରାଜ୍ୟରେ ଟେଷ୍ଟି ବିଳମ୍ବ ହେବାର ପୋଲ ଖୋଲିଛି।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.