ବିନା ଅନୁମତିରେ ହେଡକ୍ବାର୍ଟର ଛାଡିବେ ନାହିଁ କର୍ମଚାରୀ: ଜିଲ୍ଲାପାଳ
🎬 Watch Now: Feature Video
ବ୍ରହ୍ମପୁର: ବ୍ରିଟେନରେ କୋରୋନାର ନୂଆ ଷ୍ଟ୍ରେନକୁ ନେଇ ଦେଶ ସମେତ ରାଜ୍ୟରେ ମଧ୍ୟ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ଜିଲ୍ଲାର କୌଣସି କର୍ମଚାରୀ ବିନା ଅନୁମତିରେ ହେଡକ୍ବାର୍ଟର ଛାଡିବେ ନାହିଁ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ସରକାରୀ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଜିଲ୍ଲାକୁ ଆସୁଥିବା ବ୍ରିଟେନ ଫେରନ୍ତାଙ୍କ ଉପରେ ସ୍ବତନ୍ତ୍ର ନଜର ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାପାଳ ପତ୍ର ମାଧ୍ୟମରେ ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳ ଓ ସବଡିଭିଜନାଲ ମାଜିଷ୍ଟ୍ରେଟମାନଙ୍କୁ ନିଜ ନିଜ ଅଞ୍ଚଳରେ ସତର୍କତା ମୂଳକ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛନ୍ତି । ନୂଆ ଲକ୍ଷଣ ଦେଖାଦେଲେ ବିହୀତ ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଛି ।