ବନ୍ୟା ପାଣିରେ ଫସି ରହିଥିଲା ମାଙ୍କଡ, ଜୀବନ ବଞ୍ଚାଇଲେ ଅଗ୍ନିଶମ କର୍ମଚାରୀ - ବନ୍ୟା ପରିସ୍ଥିତି

🎬 Watch Now: Feature Video

thumbnail

By

Published : Sep 2, 2020, 12:36 PM IST

ବ୍ରହ୍ମପୁର: ବନ୍ୟାରେ ଉବୁଟୁବୁ ହେଉଛି ଓଡିଶାର ଅନେକ ଜିଲ୍ଲା। ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇ ବହୁ ହୀନସ୍ଥା ହେଉଛନ୍ତି ଲୋକେ। ମହାମାରୀ ବେଳେ ଏହି ପ୍ରାକୃତିକ ଦୁର୍ବିପାକ ସମସ୍ତଙ୍କୁ ନାକେଦମ କଲାଣି। ତେବେ ଏଭଳି ସ୍ଥିତିରେ ଲୋକଙ୍କୁ ସାହାଯ୍ୟ ପାଇଁ ସଦା ସଜାଗ ରହିଛନ୍ତି ଅଗ୍ନିଶନ ବାହିନୀ। ଜଳଘେରରୁ ଲୋକଙ୍କୁ ସାନାନ୍ତର କରୁଥିବା ବେଳେ ପଶୁ ଓ ଜୀବନଜନ୍ତୁଙ୍କୁ ମଧ୍ୟ ଉଦ୍ଧାର କରୁଛନ୍ତି। ତେବେ ବନ୍ୟା ପାଣିରେ ଫଶି ରହିଥିବା ଏକ ମାଙ୍କଡ ଛୁଆକୁ ଗଭୀର ପାଣିରେ ପଶି ଏହି କର୍ମଚାରୀ ମାନେ ରକ୍ଷା କରିଛନ୍ତି। ଏହି ଘଟଣାଟି ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଧରାକୋଟ ଅଞ୍ଚଳରେ। ଯାହା ବାସ୍ତବରେ ହୃଦୟସ୍ପର୍ଶୀ ଓ ପ୍ରଶଂସନୀୟ। ପଶୁଟିଏ କଥା କହିପାରିବନି ସତ ହେଲେ ତାହାର ବି ଜୀବନ ଅଛି। ଯାହାକୁ ବୁଝିପାରିଛନ୍ତି ଏହି କର୍ମୀମାନେ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.