ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି, ନୂଆପଡାରେ କ୍ୟାଣ୍ଡେଲ ଶୋଭାଯାତ୍ରା

By

Published : Dec 10, 2021, 9:30 PM IST

Updated : Dec 10, 2021, 10:02 PM IST

thumbnail
ନୂଆପଡା: ଜିଲ୍ଲାର ପ୍ରମୁଖ ସହର ଖଡ଼ିଆଳରେ ସହିଦ CDS ବିପିନ ରାୱତଙ୍କ ସମେତ ସେନା ହେଲିକପ୍ଟର ଦୁର୍ଘଟଣାରେ ଅନ୍ୟ ଶହୀଦ ଯବାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ, ଅମର ଆତ୍ମାର ସଦଗତି କାମନା ପାଇଁ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଶୋଭାଯାତ୍ରା ଖଡ଼ିଆଳ ବ୍ଲକ ଛକ ଠାରୁ ବାହାରି ଆଜାଦ ଛକ ପର୍ଯ୍ୟନ୍ତ ପହଞ୍ଚିଥିଲା । କ୍ୟାଣ୍ଡେଲ ଶୋଭାଯାତ୍ରାରେ ସହରର ବରିଷ୍ଠ ନାଗରିକ, NCC କ୍ୟାଡର ଛାତ୍ରଛାତ୍ରୀ, ସାମ୍ବାଦିକ, ସ୍ଵୟଂ ସେବକ ସଭ୍ୟ ସାମିଲ ଥିଲେ । ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ
Last Updated : Dec 10, 2021, 10:02 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.