BMC Election: ପ୍ରଚାର ଶେଷ ଦିନରେ ଶକ୍ତି ଦେଖାଇଲା BJD - ଭୁବନେଶ୍ବରରେ ବିଜେଡିର ଜୋରଦାର ପ୍ରଚାର

🎬 Watch Now: Feature Video

thumbnail

By

Published : Mar 22, 2022, 10:11 PM IST

Updated : Feb 3, 2023, 8:20 PM IST

ଭୁବନେଶ୍ବର: BMC ନିର୍ବାଚନ ପାଇଁ ଶେଷ ଦିନ ପ୍ରଚାରରେ ଶକ୍ତି ଦେଖାଇଥିଲେ ପ୍ରାର୍ଥୀ । ଭୋଟରଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରିଥିଲେ ଦଳୀୟ ପ୍ରାର୍ଥୀ । ପ୍ରଚାରକୁ ନେଇ କମ୍ପି ଉଠିଥିଲା ରାଜଧାନୀ । ବିଜେଡି ମେୟର ପ୍ରାର୍ଥିନୀ ସୁଲୋଚନା ଦାସ ଉତ୍ତର ଭୁବନେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନ ବିଭିନ୍ନ ୱାର୍ଡ ପରିକ୍ରମା କରି ପ୍ରଚାର କରିଥିଲେ । ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ସମେତ ବିଭିନ୍ନ ୱାର୍ଡର କର୍ପୋରେଟର ପ୍ରାର୍ଥୀଙ୍କୁ ସାଥିରେ ନେଇ ରୋଡ ଶୋ’ କରିଛନ୍ତି ବିଜେଡି ମେୟର ପ୍ରାର୍ଥିନୀ । ଡୋର୍‌ଟୁ ଡୋର୍‌ ବୁଲି ଲୋକଙ୍କ ସେ ସମର୍ଥନ ଲୋଡିଛନ୍ତି । ୬୭ ଓ୍ବାର୍ଡରେ ବିଜେଡି ପ୍ରାର୍ଥୀଙ୍କ ବିଜୟ ନିଶ୍ଚିତ ହେବ ବୋଲି ଆଶା ରଖିଛନ୍ତି ବିଜେଡି ପ୍ରାର୍ଥିନୀ ସୁଲୋଚନା ଦାସ ଓ ଉତ୍ତର ବିଧାୟକ ସୁଶାନ୍ତ ରାଉତ । ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.