thumbnail

By

Published : Mar 20, 2022, 9:50 AM IST

Updated : Feb 3, 2023, 8:20 PM IST

ETV Bharat / Videos

ଅଧୁରା କାର୍ଯ୍ୟ ପୂରଣ ପ୍ରତିଶୃତି ଦେଇ ପ୍ରଚାର କରୁଛନ୍ତି ବ୍ରହ୍ମପୁର ବିଜେଡି ପ୍ରାର୍ଥୀ

ବ୍ରହ୍ମପୁର: ପାଖେଇ ଆସୁଛି ସହରାଞ୍ଚଳ ନିର୍ବାଚନ ତାରିଖ। ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନକୁ ନେଇ ରାଜନୈତିକ ଦଳ ମଧ୍ୟରେ ଉଷ୍ଣତା ଦେଖିବାକୁ ମିଳିଛି। ଚଳିତ ନିର୍ବାଚନରେ ସହରର ୨୬ ନମ୍ବର ୱାର୍ଡରୁ ପୂର୍ବତନ କର୍ପୋରେଟର ମମତାରାଣୀ ରାୟ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ନିଜ ସମର୍ଥକଙ୍କ ସହ ଘରକୁଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। ୱାର୍ଡର ବିକାଶ ପାଇଁ ରହିଯାଇଥିବା ଅଧୁରା କାର୍ଯ୍ୟକୁ ପୂରା କରିବାର ପ୍ରତିଶ୍ରୁତି ଦେଇ ସେ ନିଜର ପ୍ରଚାର ଜାରି ରଖିଛନ୍ତି । ସରକାରଙ୍କ ବିକାଶ ମୂଳକ ଯୋଜନା ଏବଂ ୨୬ ନମ୍ବର ୱାର୍ଡର ଆଗାମୀ ଉନ୍ନୟନ ମୂଳକ କାର୍ଯ୍ୟର ପ୍ରତିଶ୍ରୁତି ଜନତାଙ୍କ ନିକଟତର ହେବାକୁ ଉଦ୍ୟମ ଜାରି ରଖିଛନ୍ତି ମମତାରାଣୀ । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.