ପ୍ରବଳ ହଟ୍ଟଗୋଳରେ ରାଜ୍ୟସଭାରେ ପାରିତ ହେଲା କୃଷି ବିଲ୍‌

By

Published : Sep 20, 2020, 7:12 PM IST

thumbnail
ନୂଆଦିଲ୍ଲୀ: ରାଜ୍ୟସଭାରେ ପାରିତ ହେଲା କୃଷି ବିଲ । ପ୍ରବଳ ହଟ୍ଟଗୋଳ ମଧ୍ୟରେ ବିଲକୁ ପାରିତ କରାଯାଇଛି । କୃଷି ବିଲ ଆଲୋଚନା ସମୟରେ ରାଜ୍ୟସଭା ସମୟ ବୃଦ୍ଧିକୁ ନେଇ ଗୃହରେ ହଙ୍ଗାମା କରିଥିଲେ । ଗୃହ ମଧ୍ୟଭାଗକୁ ଆସି ବିରୋଧୀ ହୋହ୍ଲାଲା କରିଥିଲେ । ତେବେ ଧ୍ବନୀ ମତରେ ରାଜ୍ୟସଭାରେ ବିଲ ପାରିତ ହୋଇଛି । ଏହା ପୂର୍ବରୁ ଲୋକସଭାରେ ପାରିତ ହୋଇଛି ବିଲ । ତେବେ ଏହି ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ବିରୋଧୀଙ୍କ ଦାବିକୁ ଅଗ୍ରାହ୍ୟ କରାଯାଇଛି । କୃଷି ବିଲ ଆଲୋଚନା ସମୟରେ ରାଜ୍ୟସଭା ସମୟ ବୃଦ୍ଧିକୁ ନେଇ ଗୃହରେ ହଙ୍ଗାମା ହୋଇଥିଲା । ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ ବିରୋଧୀ । ବିଲ୍‌ ପାରିତ ପାଇଁ ଶାସକ ଦଳ ସମୟ ବୃଦ୍ଧି କରିଥିବାବେଳେ ଏହାକୁ ବିରୋଧୀଙ୍କ ଜୋରଦାର ବିରୋଧ । କାରଣ ଗୃହକାର୍ଯ୍ୟ ଦିନ 1ଟା ପରେ ସମାପ୍ତ ହେଉଥିଲା।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.