thumbnail

By

Published : Aug 14, 2021, 7:51 PM IST

ETV Bharat / Videos

ବନ୍ୟାରେ ବୁଡିଛି ଭାଗଲପୁର: ପାଠପଢା ନିଶା, ଓଦା ବହିରେ ପଢୁଛନ୍ତି ପାଠ

ପାଟନା: ବନ୍ୟାରେ ଉବୁଟୁବୁ ହେଉଛି ବିହାର ଭାଗଲପୁର ଅଞ୍ଚଳ । ଏହାରି ମଧ୍ୟରେ ପାଠ ପଢିବା ପାଇଁ ନିଷ୍ଠାର ଆବଶ୍ୟକତାକୁ ପ୍ରମାଣ କରି ଦେଖାଇଛନ୍ତି ଭାଗଲପୁର ଅଞ୍ଚଳର ଜଣେ ଯୁବକ । ସାରା ଅଞ୍ଚଳ ଜଳମଗ୍ନ ହୋଇଯାଇଥିବାବେଳେ ସେ ଚାଳ ଉପରେ ବସି ପଢୁଛନ୍ତି ପାଠ । ଏପରି ଦୁର୍ଦ୍ଦିନରେ ପାଠ ପଢି ନୀତିଶ ପାଠପଢା ପ୍ରତି ତାଙ୍କର ଥିବା ଗଭୀର ଇଚ୍ଛା ଓ ନିଷ୍ଠାକୁ ପ୍ରମାଣିତ କରିଛନ୍ତି ଏବଂ ଅନ୍ୟ ପାଇଁ ସାଜିଛନ୍ତି ଉଦାହରଣ । ବନ୍ୟାପାଣିରେ ବହି ବୁଡିବା ଦେଖି ସେ ତୁରନ୍ତ ତାକୁ ଉଦ୍ଧାର କରିଥିଲେ ଓ ଚାଳ ଉପରେ ନେଇ ଶୁଖାଇଥିଲେ । ଏହାପରେ ସେଠାରେ ସେ ପାଠ ପଢିବା ଆରମ୍ଭ କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ସେ ନିଜ ପାଠପଢା ବନ୍ଦ କରିନଥିଲେ । ନୀତିଶଙ୍କ ପାଠପଢା ପ୍ରତି ଏପରି ନିଶା ବାସ୍ତବରେ ପ୍ରଶଂସନୀୟ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.