ଲଗାଣ ବର୍ଷାରେ ବେହାଲ ଗୁଜୁରାଟ, ପାଣିରେ ଭାସୁଛି କାର୍ - ଲଗାଣ ବର୍ଷାରେ ବେହାଲ ରାଜକୋଟ
🎬 Watch Now: Feature Video
ଗାନ୍ଧୀନଗର: ଗୁଜୁରାଟର ରାଜକୋଟରେ ଗତ ରାତି(ରବିବାର)ଠାରୁ ଲଗାଣ ବର୍ଷା ହେଉଛି । ଫଳରେ ସହରରେ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା ପରିସ୍ଥିତି । ସହରରେ ୧୦ ଇଞ୍ଚର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଆବଶ୍ୟକ ନଥିଲେ ଘରୁ ବାହାରିବା ପାଇଁ ବାରଣ କରିଛନ୍ତି ରାଜକୋଟ ନଗର ଆୟୋଗ ଅମିତ ଅରୋରା । ସହରରେ ଏଭଳି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ କଣ୍ଟ୍ରୋଲ ରୁମ କରାଯାଇ ସ୍ଥିତି ଉପରେ ନଜର ରଖାଯାଉଛି । ପ୍ରବଳ ବର୍ଷା ଯୋଗୁଁ ରାଜକୋଟର ଡ୍ୟାମଗୁଡିକ ଓଭରଫ୍ଲୋ ହେଉଥିବା ଦେଖିବାକୁ ମିଳିଛି । ରାଜକୋଟର ଛାପରା ଅଞ୍ଚଳରେ ପାଣିରେ ଏକ କାର ଭାସୁଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି କାରରେ ୩ ଜଣ ଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଥିବା ଜଣାପଡ଼ିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ