ଅସ୍ତ୍ରବିରତୀ ଉଲ୍ଲଂଘନର କଡା ଜବାବ ଦେଲେ ଭାରତୀୟ ଯବାନ, 11 ପାକିସ୍ତାନୀ ସୈନିକ ନିହତ

By

Published : Nov 14, 2020, 1:23 PM IST

thumbnail
ଶ୍ରୀନଗର: ସୀମାରେ ପାକିସ୍ତାନ ପକ୍ଷରୁ ହୋଇଥିବା ଅସ୍ତ୍ରବିରତୀ ଉଲ୍ଲଂଘନର କଡା ଜବାବ ଦେଇଛି ଭାରତୀୟ ସେନା । ଭାରତୀୟ ଯବାନଙ୍କ ପାଲଟା ଜବାବରେ ପାକିସ୍ତାନର 11 ସୈନିକ ନିହତ ହୋଇଥିବା ବେଳେ 12 ଜଣ ଆହତ ହୋଇଥିବା ଜଣାପଡିଛି । ଜମ୍ମୁ ଓ କାଶ୍ମୀର ଦକ୍ଷିଣାଞ୍ଚଳରେ ଥିବା ଉରୀର ହାଜିପୁର ସେକ୍ଟରରେ ପାକିସ୍ତାନ ଅସ୍ତ୍ର ବିରତି ଉଲ୍ଲଂଘନ କରିଥିଲା । ପାକିସ୍ତାନ ସନ୍ୟମାନେ ଉତ୍ତର କାଶ୍ମୀରର ଅନେକ ସ୍ଥାନରେ ପ୍ରବଳ ଗୁଳି ବର୍ଷା କରିଥିଲେ । ଏଥିରେ ଯେଉଁଥିରେ 5 ଜଣ ସୁରକ୍ଷା କର୍ମୀ ଶହୀଦ ହୋଇଥିବା ବେଳେ 10 ଜଣ ନାଗରିକଙ୍କର ମୃତ୍ୟୁ ଘଟିଥିଲା । ଶହୀଦଙ୍କ ମଧ୍ୟରେ ଦୁଇ ଜଣ ବିଏସଏଫ(bsf) ସବ ଇନ୍ସପେକ୍ଟର ସାମିଲ ଅଛନ୍ତି । ତେବେପାଲଟା ଜବାବରେ ଭାରତୀୟ ସେନା ଉତ୍ତର କାଶ୍ମୀରର ଏଲଓସିରେ ଆଣ୍ଟି ଟ୍ୟାଙ୍କ ଗାଇଡ ମିସାଇଲ ଏବଂ ତୋପ ସହାୟତାରେ ପଡୋଶୀ ଦେଶରେ ଅନେକ ଟାର୍ଗେଟକୁ ଧ୍ବଂସ କରିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.