ଦାୟିତ୍ବ ନେଲେ ଗୁଲମକ୍କି ଦଲୱାଜି ହାବିବି: ସହରର ନାଳ ଓ ନର୍ଦ୍ଦମା ଉପରେ ଦେବେ ଗୁରୁତ୍ବ - ଭଦ୍ରକ ଖବର
🎬 Watch Now: Feature Video
ଭଦ୍ରକ: ପୌରାଧ୍ୟକ୍ଷ ଭାବେ ଗୁଲମକ୍କି ଦଲୱାଜି ହବିବି ଆଜି(ବୁଧବାର) କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ନିଜର ଶତାଧିକ ସମର୍ଥକ ଏବଂ ଶୁଭେଚ୍ଛୁମାନଙ୍କ ଗହଣରେ ଗୁଲ ମକ୍କି ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ଅବସରରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ସମସ୍ତ ପୌର କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ନବ ନିର୍ବାଚିତ ପୌର ଅଧ୍ୟକ୍ଷାଙ୍କୁ ସ୍ୱାଗତ କରିଛନ୍ତି । ଏହି ଅବସରରେ ଅଧ୍ୟକ୍ଷାଙ୍କ ନିର୍ବାଚନ ସଙ୍କେତ ସାଇକେଲ ଚିହ୍ନ ଥିବା ଏକ କେକ କାଟି ଅଧ୍ୟକ୍ଷାଙ୍କୁ ଖୁଆଇଥିଲେ । ସମ୍ବର୍ଦ୍ଧନା ଅବସରରେ ଅଧ୍ୟକ୍ଷା କହିଥିଲେ ଲୋକମାନଙ୍କ ଆଶୀର୍ବାଦ ଏବଂ ଭଲପାଇବାକୁ ଆଧାର କରି ସେ ବିଜୟୀ ହୋଇଛନ୍ତି । ସହରର ବିକାଶକୁ ସେ ଅଗ୍ରାଧିକାର ଦେବେ । ବିଶେଷକରି ସହରର ରାସ୍ତା ଘାଟ, ନାଳ, ନର୍ଦ୍ଦମା ଏବଂ ପରିମଳ ଉପରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ
Last Updated : Feb 3, 2023, 8:21 PM IST