ବିନା ଯୌତୁକ ଜାତକରେ ପଡ଼ିଲା 25 ହାତଗଣ୍ଠି - ଭୁବନେଶ୍ବରରେ ଗଣ ବିବାହ

🎬 Watch Now: Feature Video

thumbnail

By

Published : Mar 14, 2022, 8:28 AM IST

Updated : Feb 3, 2023, 8:19 PM IST

ଭୁବନେଶ୍ବର: ବିବାହ ବନ୍ଧନରେ ବାନ୍ଧି ହେଲେ 25 ଯୋଡ଼ା ବରକନ୍ୟା। ହୋମ ନିଆଁ ସାଙ୍ଗକୁ ଗୋଟିଏ ସ୍ଥାନରେ ଉଚ୍ଚାରିତ ହେଉଥିଲା ପଣ୍ଡିତଙ୍କ ମନ୍ତ୍ରଧ୍ବନୀ । ପାରମ୍ପରିକ ରୀତିନୀତିରେ ଚାଲୁଛି ବିବାହ ଉତ୍ସବ। ଭୁବନେଶ୍ବର ରାମ ମମନ୍ଦିରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରୟାସ ଅନୁଷ୍ଠାନ ପକ୍ଷରୁ ଏଭଳି ସାମୁହିକ ବିବାହ ଉତ୍ସବର ଆୟୋଜନ କରାଯାଇଥିଲା। ହିନ୍ଦୁ ରିତିନୀତିରେ ଅଗ୍ନିକୁ ସାକ୍ଷୀ ରଖି ବରକନ୍ୟା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଶଙ୍ଖା ସିନ୍ଦୁର ସହ ପରସ୍ପରକୁ ଫୁଲ ମାଳ ପିନ୍ଧାଇ ସାତ ଜନ୍ମକୁ ସାକ୍ଷୀରଖି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦମ୍ପତି। ଧାଡ଼ିକିଧାଡ଼ି ବରଗାଡ଼ି ସହ ଡିଜେ ସାଉଣ୍ଡ ଓ ବରଯାତ୍ରୀର ଦୃଶ୍ୟ ବେଶ ଆକର୍ଷଣୀୟ ପାଲଟିଥିଲା। ବିନା ଜାତକ ମେଳଣ ଏବଂ ଜାନି ଜୌତୁକ ବିନା ଏହି ଗଣ ବିବାହର ଆୟୋଜନ କରାଯାଇଥିଲା। ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ
Last Updated : Feb 3, 2023, 8:19 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.