CYCLONE SITRANG: ଧାମରା ପାରାଦ୍ବୀପଠାରୁ ୨୦୦କିମି ଦୂରରେ ଅତିକ୍ରମ କରିବ ବାତ୍ୟା ! - ଧାମରା ପାରାଦ୍ବୀପ

🎬 Watch Now: Feature Video

thumbnail

By

Published : Oct 22, 2022, 8:19 PM IST

Updated : Feb 3, 2023, 8:29 PM IST

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ନେଇ ସୃଷ୍ଟି ହୋଇଥିବା ସଦୃଶ ଲଘୁଚାପଟି ଅବପାତରେ ପରିଣତ ହୋଇଛି । ଆଣ୍ଡାମାନ ନିକଟବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅଞ୍ଚଳରେ ଏହି ଅବପାତ ସୃଷ୍ଟି ହୋଇଛି । ଏହାସହ ଜଡିତ ଘୂର୍ଣ୍ଣିବଳୟ ବି ବାୟୁମଣ୍ଡଳରେ ସକ୍ରିୟ ହୋଇରହୁଛି । ଏହା ଧୀରେ ଧୀରେ ଉତ୍ତର ପଶ୍ଚିମ ପରେ ଉତ୍ତର ଦିଗରେ ଗତି କରି ୨୩ ତାରିଖରେ ଗଭୀର ଅବପାତରେ ପରିଣତ ହେବ । ୨୪ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ର ରୂପ ନେବା ସହ ସମ୍ଭାବ୍ୟ ବାତ୍ୟା ୨୫ ତାରିଖ ସକାଳ ସମୟରେ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହା ଧାମରା ଓ ପାରାଦ୍ବୀପ ଠାରୁ ୨୦୦ କିଲୋମିଟର ଦୂରରେ ଅତିକ୍ରମ କରିବା ନେଇ ଆକଳନ କରାଯାଇଥିବା ବେଳେ ଓଡ଼ିଶାରେ ଏହାର ପ୍ରଭାବ ସେତେ ବେଶି ନଥିବା କୁହାଯାଇଛି । ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଯୋଗୁଁ ବାହ୍ୟ ମେଘ ଖଣ୍ଡ ଦ୍ବାରା ରାଜ୍ୟର ଗୋଟେ କିମ୍ବା ୨ଟି ସ୍ଥାନରେ ହାଲକା ଓ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ ଭାବେ ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ । ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.