ETV Bharat / sukhibhava

ଜିଙ୍କ୍ : ଆବଶ୍ୟକତା, ଅଭାବ, ଉପକାରିତା ଓ ଖାଦ୍ୟ ଉତ୍ସ - ଜିଙ୍କ ଅଭାବ

ଶରୀର ବିଭିନ୍ନ କ୍ରିୟା ପାଇଁ ଜିଙ୍କ୍ ଆବଶ୍ୟକ ହୁଏ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି, ଘାଆ ଶୁଖାଇବା, ମେଟାବଲିକ କ୍ରିୟାରେ କାମରେ ଆସିଥାଏ ଜିଙ୍କ୍ । ଶିଶୁର ଉପଯୁକ୍ତ ଅଭିବୃଦ୍ଧି ପାଇଁ ବି ଜିଙ୍କ୍‌ର ଆବଶ୍ୟକତା ପଡେ । ଆମ ଶରୀର ପାଇଁ ପ୍ରୋଟିନ ଓ ଡିଏନଏ ସିନ୍ଥେସିସର ଆବଶ୍ୟକତା ପୂରଣ କରିଥାଏ ଜିଙ୍କ୍ । ଅଧିକ ପଢନ୍ତୁ..

ଜିଙ୍କ୍ : ଆବଶ୍ୟକତା, ଅଭାବ, ଉପକାରିତା ଓ ଖାଦ୍ୟ ଉତ୍ସ

author img

By

Published : Dec 12, 2020, 8:47 PM IST

ଆମ ଶରୀରରେ ଜିଙ୍କ୍ ଉତ୍ପାଦନ ହୋଇପାରେ ନାହିଁ । ତେଣୁ ଏହି ପୋଷକର ବାହ୍ୟ ଯୋଗାଣ ଉପରେ ଆମ ଶରୀର ସର୍ବଦା ନିର୍ଭରଶୀଳ ଥାଏ । ଶରୀର ବିଭିନ୍ନ କ୍ରିୟା ପାଇଁ ଜିଙ୍କ୍ ଆବଶ୍ୟକ ହୁଏ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି, ଘାଆ ଶୁଖାଇବା, ମେଟାବଲିକ କ୍ରିୟାରେ କାମରେ ଆସିଥାଏ ଜିଙ୍କ୍ । ଶିଶୁର ଉପଯୁକ୍ତ ଅଭିବୃଦ୍ଧି ପାଇଁ ବି ଜିଙ୍କ୍‌ର ଆବଶ୍ୟକତା ପଡେ । ଆମ ଶରୀର ପାଇଁ ପ୍ରୋଟିନ ଓ ଡିଏନଏ ସିନ୍ଥେସିସର ଆବଶ୍ୟକତା ପୂରଣ କରିଥାଏ ଜିଙ୍କ୍ । ଆୟୁର୍ବେଦରେ ଜିଙ୍କର ଉପେଯାଗିତା ସଂପର୍କରେ ଉଲ୍ଲେଖ ରହିଛି । ଆୟୁର୍ବେଦିକ ଭାଷାରେ ଜିଙ୍କ୍ ହେଉଛି ଯଶଦା ଭସ୍ମ । ବିଶେଷକରି ଏହା ମଧୁମେହ ଚିକିତ୍ସାରେ ବ୍ୟବହାର ହୁଏ । ଦୈନନ୍ଦିନ ଜୀବନରେ ଆମେ ଖାଉଥିବା ଖାଦ୍ୟରେ ବି ଜିଙ୍କ୍ ରହିଥାଏ ।

ଆମକୁ କେତେ ପରିମାଣର ଜିଙ୍କ୍ ଦରକାର ?

  • ଆମକୁ ବହୁଳ ପରିମାଣରେ ଜିଙ୍କ୍ ଆବଶ୍ୟକ ହୁଏ ନାହିଁ । କିନ୍ତୁ ହାରାହାରି ଭାବେ ପ୍ରତିଦିନ କିଛି ପରିମାଣର ଜିଙ୍କ୍ ଜରୁରୀ ହୋଇଥାଏ ।
  • ୬ ମାସର ଛୁଆରୁ ୧୩ ବର୍ଷର ପିଲାଙ୍କ ପାଇଁ ୨ ରୁ ୮ ମିଲିଗ୍ରାମ ଜିଙ୍କ୍ ଦରକାର ହୁଏ ।
  • ୧୪ରୁ ୧୮ ବର୍ଷ ବୟସ୍କ ଟିନଏଜରଙ୍କୁ ୯ରୁ ୧୧ ମିଗ୍ରା
  • ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ ୮ରୁ ୧୧ ମିଗ୍ରା
  • ଗର୍ଭବତୀ ଓ ସ୍ତନ୍ୟ ପାନ କରାଉଥିବା ମହିଳାଙ୍କୁ ୧୧ରୁ ୧୨ ମିଗ୍ରା ।

ଜିଙ୍କ୍ ଅଭାବର ପ୍ରଭାବ

ଯଦି ଆବଶ୍ୟକ ପରିମାଣରେ ଶରୀରକୁ ଜିଙ୍କ୍ ନ ମିଳିଲା, ତାହା ହେଲେ ଶିଶୁଙ୍କ ଅଭିବୃଦ୍ଧି ପ୍ରଭାବିତ ହୁଏ । ଜିଙ୍କର ଅଭାବ ହେଲେ ଯୌନ ସମସ୍ୟା ମଧ୍ୟ ସୃଷ୍ଟି ହୁଏ । ପୁରୁଷଙ୍କ ମଧ୍ୟରେ ଦୁର୍ବଳତା ସୃଷ୍ଟି ହୁଏ । ଅନ୍ୟ ସମସ୍ୟାସବୁ ହେଲା –

  • ଭୋକ ନ ହେବା
  • ବାଳ ପତଳା ହେବା
  • ଡାଇରିଆ
  • ତ୍ୱଚା ଖରାପ
  • ଘାଆ ଶୀଘ୍ର ଶୁଖିବ ନାହିଁ
  • ଓଜନ ହ୍ରାସ
  • ଆଖି ଓ ତ୍ୱଚାରେ ଯନ୍ତ୍ରଣା

ଜିଙ୍କ୍‌ର ଫାଇଦା

  • ଥଣ୍ଡା ପ୍ରତିରୋଧୀ - ଆମେରିକାର ନ୍ୟାସନାଲ ହେଲଥ ଇନଷ୍ଟିଚ୍ୟୁଟ୍ ଅନୁସାରେ ଜିଙ୍କ୍ ସିରପ୍ ଦ୍ୱାରା ସାଧାରଣ ଥଣ୍ଡାରୁ ଶୀଘ୍ର ମୁକ୍ତି ମିଳେ । ଥଣ୍ଡା ଧରିବାର ୨୪ ଘଂଟା ମଧ୍ୟରେ ଯଦି ଏହି ସିରପ୍ ନିଆଯାଏ, ତାହା ହେଲେ ଶୀଘ୍ର ସୁସ୍ଥତା ମିଳିବ ।
  • ବ୍ରଣ ସମସ୍ୟା ଦୂର କରେ - ଅଧ୍ୟୟନରୁ ଜଣାପଡିଛି ଯେ, ଜିଙ୍କ ଦ୍ୱାରା ତ୍ୱଚା ଭଲ ରହେ । କୌଣସି ତ୍ୱଚା ସମସ୍ୟା ରହେ ନାହିଁ । ବ୍ରଣ ସମସ୍ୟାରୁ ମଧ୍ୟ ମୁକ୍ତି ମିଳେ ।
  • ଡାଇରିଆ ଭଲ କରେ – ୫ ବର୍ଷରୁ କମ୍ ବର୍ଷର ପିଲାଙ୍କ ମଧ୍ୟରେ ଡାଇରିଆ ମାରାତ୍ମକ ହୋଇଥାଏ । ଜିଙ୍କ୍‌କୁ ଡାଏଟାରୀ ସପ୍ଲିମେଂଟ୍ ଭାବେ ନେଲେ ପିଲାଙ୍କ ମଧ୍ୟରେ ଡାଇରିଆ ବିପଦ ହ୍ରାସ ପାଇଥାଏ ବୋଲି ଅଧ୍ୟୟନରୁ ଜଣାପଡିଛି ।
  • ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ- ଜିଙ୍କ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ ।
  • ବୟସ ଜନିତ ମାକ୍ୟୁଲାର ଡିଜେନେରେସନ(ଏଏମଡି)ରୁ ମୁକ୍ତି ଦିଏ – ଏଏମଡି ହେଉଛି ଏକ ଆଖି ରୋଗ । ବୟସ ବଢିବା ସହ ଏହି ରୋଗ ହୋଇଥାଏ । ଅଧ୍ୟୟନରୁ ଜଣାପଡିଛି ଯେ, ଜିଙ୍କ ସେବନ କଲେ ଏଏମଡି ମନ୍ଥର ହୋଇଯାଏ ।

ଜିଙ୍କ୍‌ର ଉତ୍ସ

କେଉଁ ସବୁ ଖାଦ୍ୟପାନୀୟରୁ ଜିଙ୍କ୍ ମିଳେ,ଆସନ୍ତୁ ଜାଣିବା

  • ମାଂସ ( ଗୋମାଂସ, ମେଣ୍ଢା , ଘୁଷୁରୀ )
  • ସେଲ୍ ଫିସ୍
  • ବାଦାମ ( କାଜୁ, ଆଲମଣ୍ଡ,ଚଣା )
  • ବୀଜ ( କଖାରୁ, ରାଶି)
  • ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ
  • ଅଣ୍ଡା
  • ବିନ୍ସ, ଡାଲି, ଝୁଡୁଙ୍ଗ
  • ଓଟ୍ସ,କ୍ୱିନୋଆ
  • ପନିପରିବା ( ଆଳୁ, ମଟର )
  • ଡାର୍କ ଚକୋଲେଟ୍

ଅତ୍ୟଧିକ ଜିଙ୍କ୍ କ୍ଷତିକାରକ କି ?

ହଁ , ଅତ୍ୟଧିକ ଜିଙ୍କ୍ ସେବନ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଅଧିକ ପରିମାଣର ଜିଙ୍କ୍ ଦ୍ୱାରା ଥଣ୍ଡା, ଡାଇରିଆ, ତଳିପେଟ ଯନ୍ତ୍ରଣା, ମୁଣ୍ଡବ୍ୟଥା, କମ ପ୍ରତିରୋଧକ ଶକ୍ତି ଭଳି ସମସ୍ୟା ସୃଷ୍ଟି ହୁଏ ।

ତେଣୁ ନିଜର ବୟସ ଓ ଆବଶ୍ୟକତାକୁ ଦେଖି ଜିଙ୍କ ଗ୍ରହଣ କରିବା ଦରକାର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.