ETV Bharat / sukhibhava

ଏହି ଖାଦ୍ୟ ଖାଇବା ପରେ ତୁରନ୍ତ ପାଣି ପିଉଛନ୍ତି କି ? ହୋଇଯାଆନ୍ତୁ ସତର୍କ

ସ୍ୱାସ୍ଥ୍ୟ ପାଇଁ ପାଣି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଅନେକ ଖାଦ୍ୟ ସାମଗ୍ରୀ ରହିଛି ଯାହା ଖାଇବା ପରେ ପାଣି ପିଇବା ଦ୍ବାରା ଶରୀର ଉପରେ କୁପ୍ରଭାବ ପଡ଼ିଥାଏ। ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 19, 2023, 12:00 PM IST

drink water immediately after eating
drink water immediately after eating

ହାଇଦ୍ରାବାଦ: ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ ପାଣି ପିଇବା ଅତ୍ୟନ୍ତ ଜରୁରୀ ଅଟେ । ପାଣି ନପିଇବା ଦ୍ବାରା ଶରୀରରେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଖାଦ୍ୟ ଖାଇବା ପରେ ଆବଶ୍ୟକତା ଅନୁସାରେ ପାଣି ପିଅନ୍ତୁ । ଶରୀରରୁ ମଇଳା ବାହାର କରିବାରେ ସାହାଯ୍ୟ କରେ ପାଣି । କିନ୍ତୁ ଆବଶ୍ୟକତାଠାରୁ ଅଧିକ ପାଣି ପିଇବା ଦ୍ବାରା ମଧ୍ୟ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ । ତେବେ ଏଭଳି କିଛି ଖାଦ୍ୟ ରହିଛି ତେବେ ଯାହାକୁ ଖାଇବା ପରେ ପାଣି ପିଇବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ବାରଣ କରିଥାଆନ୍ତି । କାରଣ ଏହା ଦ୍ବାରା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ ।

କେଉଁ ଖାଦ୍ୟ ଖାଇବା ପରେ ପାଣି ପିଇବା ଉଚିତ ଏବଂ କେଉଁ ଖାଦ୍ୟ ପରେ ଅନୁଚିତ ଜାଣନ୍ତୁ: ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପ୍ରତିଦିନ 8ରୁ9 ଗ୍ଲାସ୍ ପାଣି ପିଇବାକୁ ପରାମର୍ଶ ଦେଇଛନ୍ତି। କିଛି ଖାଦ୍ୟ ସାମଗ୍ରୀ ଅଛି ଯାହା ଖାଇବା ପରେ ତୁରନ୍ତ ପାଣି ପିଇବା ସମ୍ପୂର୍ଣ୍ଣ ନିଷେଧ। କାରଣ ଖାଦ୍ୟ ଖାଇବା ପରେ ତୁରନ୍ତ ପାଣି ପିଇବା ଦ୍ବାରା ଗ୍ୟାସ୍, ଅମ୍ଳତା, ହଜମ ପ୍ରକ୍ରିୟା ଭଳି ପେଟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇପାରେ ।

  • କଦଳୀ: କଦଳୀରେ ଅଧିକ ମାତ୍ରାରେ ଫାଇବର ରହିଥାଏ। ଯାହାକି ଖାଇବା ମାତ୍ରେ ଶରୀରରେ ମିଳେଇଥାଏ। ତେଣୁ କଦଳୀ ଖାଇବା ପରେ ତୁରନ୍ତ ପାଣି ପିଇବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ବାରଣ କରିଥାଆନ୍ତି । ଅନ୍ୟଥା, ପେଟରେ ଗ୍ୟାସ୍ ଏବଂ ଅମ୍ଳତା ସମସ୍ୟା ହୋଇପାରେ । ଏହି କାରଣରୁ ହଜମ ପ୍ରକ୍ରିୟା ମଧ୍ୟ ମନ୍ଥର ହୋଇଯାଏ ।

ଏହା ମଧ୍ୟ ପଢନ୍ତୁ: କମ ପାଣି ପିଇବା ଦ୍ବାରା ହୋଇଥାଏ ଏହି ରୋଗ, ବର୍ତ୍ତିବା ପାଇଁ ପ୍ରତ୍ୟହ ଏତିକି ପିଅନ୍ତୁ ପାଣି

  • ଖଟାଫଳ: ଖଟାଫଳ ସ୍ବାସ୍ଥ୍ୟ ପାଇଁ ଉପଯୋଗୀ ହୋଇଥିଲେ ହେଁ ଏହା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ଉଦାହରଣ ସ୍ବରୂପ କମଳା ଖଟା ଫଳ। ଅଙ୍ଗୁର ଏବଂ ଲେମ୍ବୁ ମଧ୍ୟ ଖଟା ଫଳରେ ଅନ୍ତର୍ଭୁକ୍ତ । କାରଣ ଏହି ଫଳରେ ଅଧିକ ମାତ୍ରାରେ ଜଳ ରହିଥାଏ । ତେଣୁ ଏହାକୁ ଖାଇବା ପରେ ଭୁଲ୍‌ରେ ମଧ୍ୟ ପାଣି ପିଅନ୍ତୁ ନାହିଁ । ନଚେତ ପେଟ ଭରା ଭରା ଲାଗିବା ସହିତ ଗ୍ୟାସ ସମସ୍ୟା ହୋଇଥାଏ ।
  • ଦହି: ଦହି ଏକ ଦୁଗ୍ଧଜାତ ଦ୍ରବ୍ୟ । ଯାହା ହଜମ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏଥିରେ ଅଧିକ ମାତ୍ରାରେ ପ୍ରୋବାୟୋଟିକ୍ସ ରହିଥାଏ। ଏହା ସ୍ବାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ବୋଲି ବିବଚନା କରାଯାଏ । ଦହି ଖାଇବା ପରେ ତୁରନ୍ତ ପାଣି ପିଇବା ଦ୍ବାରା ପ୍ରୋବାୟୋଟିକ୍ସ ଗୁଣ ନଷ୍ଟ ହୋଇଯାଇଥାଏ ।
  • ରାଗ ଏବଂ ମସଲାଯୁକ୍ତ ଖାଦ୍ୟ: ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ମସଲାଯୁକ୍ତ ଖାଦ୍ୟ ଖାଇବା ପରେ ମଧ୍ୟ ଭୁଲରେ ପାଣି ପିଅନ୍ତୁ ନାହିଁ । କାରଣ ଏହା ପେଟରେ ସମସ୍ୟା ସୃଷ୍ଟି କରିପାରେ । ରାଗ କିମ୍ବା ମସଲାଯୁକ୍ତ ଖାଦ୍ୟ ଖାଇବା ପରେ କ୍ଷୀର କିମ୍ବା ଦହି ଖାଇବା ଉଚିତ ।

ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ। ଏକା ଏକ ରିପୋର୍ଟ ଆଧାରିତ ଖବର ଅଟେ। ଯଦି କୌମସି ଆଶଙ୍କା ରହିଛି ତାହେଲେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.