ETV Bharat / sukhibhava

YearEnder 2022: ଚିକିତ୍ସା କ୍ଷେତ୍ରରେ ଚମତ୍କାର, ଜଟିଳ ରୋଗର ସରଳ ଉପଚାର ଦିଗରେ ସଫଳ ଭାରତ

author img

By

Published : Dec 26, 2022, 8:53 PM IST

କୁହାଯାଏ ଭାଇରସ୍ ହିଁ ଆଣ୍ଟି-ଭାଇରସ୍ ଉଦ୍ଭାବନ କ୍ଷେତ୍ରରେ ବାଟ ବତାଏ । ବାସ୍ତବରେ କଥାରେ କୁହାଯାଉଥିବା ଏହି ପଦ ଯଥାର୍ଥ ସାବ୍ୟସ୍ତ ହୋଇଛି 2022 ରେ । କୋରୋନା ମହାମାରୀର କରାଳ ରୂପ ପରେ ପରେ ଚିକିତ୍ସା କ୍ଷେତ୍ରରେ ନୂଆ ନୂଆ ଉଦ୍ଭାବନ କରିବାରେ ସଫଳ ହୋଇଛନ୍ତି ବିଭିନ୍ନ ଔଷଧ ଅନୁସନ୍ଧାନ ସଂସ୍ଥାନ । ଏହି କ୍ରମରେ ଭାରତ ଶିଖର ଛୁଇଁଛି କହିଲେ କିଛି ଭୁଲ୍ ହେବନି । ତେବେ ଆମର ବିଦାୟୀ ବର୍ଷରେ ଏହି ସ୍ବତନ୍ତ୍ର ଉପସ୍ଥାପନାରେ ଜାଣନ୍ତୁ ବର୍ଷ 2022 ରେ ଭାରତ ଚିକିତ୍ସା କ୍ଷେତ୍ରରେ କେଉଁସବୁ ବିରଳ ଉପଲବ୍ଧି ପାଇଛି (Top Achievements In Health In 2022)...

Year Ender 2022 in health
Year Ender 2022 in health

ହାଇଦ୍ରାବାଦ: ସାର୍ ଆଇଜାକ୍ ନ୍ୟୁଟନଙ୍କ ପ୍ରଥମ ନିୟମ କହେ... "କୌଣସି ବସ୍ତୁ ଉପରେ ବାହ୍ୟ ବଳ ପ୍ରୟୋଗ ନହେବା ପର୍ଯ୍ୟନ୍ତ ଗତିଶୀଳ ବସ୍ତୁ ଗତି କରେ ଏବଂ ସ୍ଥିର ବସ୍ତୁ ସ୍ଥିର ରହେ ।" ଏହାର ଅର୍ଥ ପ୍ରକୃତି ଅନୁସାରେ ଯେଉଁ ବସ୍ତୁଟି ତା'ର ପୂର୍ବ ଅବସ୍ଥାରେ ସ୍ଥିର ରହିଯାଉଛି ତାକୁ କାର୍ଯ୍ୟକ୍ଷମ କରାଇବା ପାଇଁ ବାହ୍ୟ ବଳ ପ୍ରୟୋଗର ଆବଶ୍ୟକତା ରହିଛି । ସେହିପରି ଚିକିତ୍ସା କ୍ଷେତ୍ରରେ ଏହି ବାହ୍ୟ ବଳ ପ୍ରୟୋଗ କରିଛି ଭାଇରସ୍ ! କାରଣ କୋରୋନା ଭାଇରସ୍‌ର ଅଚାନକ ସୃଷ୍ଟି ଆଣ୍ଟି-ଭାଇରସ୍ ଉଦ୍ଭାବନ କ୍ଷେତ୍ରରେ ନୂଆ ଦିଶା ଦେଇଛି କହିଲେ କିଛି ଭୁଲ୍ ହେବନି ।

ଆଜ୍ଞା ହଁ, ବର୍ଷ 2019 ର ଶେଷ ଭାଗରୁ ଚୀନର ଉହାନ୍ ସହରରୁ ବ୍ୟାପିଥିବା ମହାମାରୀ କୋରୋନା ବର୍ଷକୁ ବର୍ଷ ନୂଆ ପ୍ରଜାତି ସୃଷ୍ଟି କରୁଛି । ଚଳିତ ବର୍ଷ ମଧ୍ୟ ଏହାର ସବ୍‌-ଭ୍ୟାରିଏଣ୍ଟ BF.7 ଚୀନରେ ହାହାକାର ମଚାଇଛି । ତେବେ ମହାମାରୀର ଏହି କରାଳ ରୂପ ମଧ୍ୟରେ ଭାରତୀୟ ଚିକିତ୍ସା କ୍ଷେତ୍ରରେ ଯୋଡି ହୋଇଛି ବିରଳ ଉପଲବ୍ଧି । ବର୍ଷ 2022 ରେ ବିଭିନ୍ନ ପ୍ରଭାବଶାଳୀ ଟିକା ପ୍ରସ୍ତୁତ କରିବାରେ ସକ୍ଷଣ ହୋଇଛନ୍ତି ଭାରତ ବାୟୋଟେକ୍, ସେରମ୍ ଇନଷ୍ଟିଚ୍ୟୁଟ ଏବଂ ICMR ।

କେବଳ ଏତିକି ନୁହେଁ ବର୍ତ୍ତମାନ ସମୟରେ ଏକାଧିକ ଯୌନ ସମ୍ପର୍କକୁ ନେଇ ମହିଳାଙ୍କଠାରେ ଅଧିକ ଦେଖା ଯାଉଥିବା ସର୍ଭାଇକଲ କ୍ୟାନ୍ସରକୁ ମାତ୍ ଦେବା ପାଇଁ ମଧ୍ୟ ଟିକା ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛନ୍ତି ଔଷଧ ଅନୁସନ୍ଧାନ ସଂସ୍ଥାନ । ସେହିପରି ମ୍ୟାଲେରିଆ ଭ୍ୟାକ୍ସିନ୍, ଟାଇପ୍-2 ଡାଇବେଟିସ୍ ମୁକାବିଲା ପାଇଁ ଔଷଧ ଆଦି ପ୍ରସ୍ତୁତ ହୋଇଛି । ତେବେ ବର୍ଷ 2022 ରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଉପଲବ୍ଧି ବାବଦରେ ସ୍ବତନ୍ତ୍ର ଆଲୋଚନା କରିବା ଆମର ଏହି ସ୍ବତନ୍ତ୍ର ଉପସ୍ଥାପନାରେ...

ଏହା ବି ପଢନ୍ତୁ:- Year Ender 2022: ପୃଥିବୀକୁ ବିପଦରୁ ବଞ୍ଚାଇଲା NASA, ଚନ୍ଦ୍ରମାରେ ସୋଡିୟମ ପାଇଲା ISRO

ବ୍ୟବହାରିକ ଅନୁମତି ପାଇଲା ନାଜାଲ ଭ୍ୟାକ୍ସିନ:-

ବର୍ଷର ଶେଷ ଆଡକୁ ଚିକିତ୍ସା କ୍ଷେତ୍ରରେ ଆଉ ଏକ ସିଡି ଚଢିଲା ଭାରତ ବାୟୋଟେକ୍ । କୋଭିଡ ମୁକାବିଲା ପାଇଁ ସଂସ୍ଥାନ ପ୍ରସ୍ତୁତ କରିଥିବା ନାଜାଲ୍ ଭ୍ୟାକ୍ସିନ ଇନକୋଭାକ(Bharat Biotech's nasal vaccine iNCOVACC)କୁ ମିଳିଥିଲା କେନ୍ଦ୍ରର ମଞ୍ଜୁରୀ । ପୂର୍ବରୁ କୋଭାକ୍ସିନ୍, କୋଭିସିଲ୍ଡ ଟିକା ସମେତ ବୁଷ୍ଟର ଡୋଜ୍ ପ୍ରସ୍ତୁତ ହୋଇଥିଲେ ମଧ୍ୟ ନାଜାଲ ଭ୍ୟାକ୍ସିନରେ ରହିଛି ସ୍ବତନ୍ତ୍ରତା ।

କାରଣ ଏହି ଗୋଟିଏ ଟିକା ବୁଷ୍ଟରଡୋଜ୍ ଭାବେ କାର୍ଯ୍ୟକାରୀ ହୋଇପାରିବ । କୋଭାକ୍ସିନ୍ ଏବଂ କୋଭିସିଲ୍ଡ ନେଇଥିବା ବ୍ୟକ୍ତି ଏହାକୁ ବୁଷ୍ଟରଡୋଜ୍ ଭାବେ ବି ନେଇପାରିବେ । ସେହିପରି ଛୁଞ୍ଚିରେ ଇଞ୍ଜେକ୍ସନ ନେବାକୁ ଭୟ କରୁଥିବା ବ୍ୟକ୍ତିଙ୍କ ମନରେ ମଧ୍ୟ ଏହା ଖୁସି ଭରିଥିଲା । କାରଣ ନାଜାଲ ଭ୍ୟାକ୍ସିନ୍ ନାକରେ ଡ୍ରପ୍ ଆକାରରେ ପକାଯାଏ, ଏଥିପାଇଁ କୌଣସି ଛୁଞ୍ଚି ବା ନିଡଲ୍ସର ଆବଶ୍ୟକତା ନାହିଁ ।

ଏହା ବି ପଢନ୍ତୁ:- Year Ender 2022: ସ୍ବଦେଶୀ 5Gରୁ ଜି-୨୦ ଅଧ୍ୟକ୍ଷତା, ୨୦୨୨ରେ ଐତିହାସିକ ସଫଳତା ହାତେଇଲା ଭାରତ

ବିପଜ୍ଜନକ ସର୍ଭାଇକଲ କ୍ୟାନ୍ସର ଭ୍ୟାକ୍ସିନ ପ୍ରସ୍ତୁତ:-

ବର୍ଷ 2022 ରେ ବିଶ୍ବରେ ଚତୁର୍ଥ ଏବଂ ଭାରତରେ ଦ୍ବିତୀୟ ସ୍ଥାନରେ ଥିବା ବିପଜ୍ଜନକ ସର୍ଭାଇକଲ କ୍ୟାନ୍ସର ଭ୍ୟାକ୍ସିନ(Cervical cancer vaccine) ପ୍ରସ୍ତୁତ ହୋଇଛି । ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ(Serum Institute of India) ପ୍ରଥମ କରି ଏହି ଭ୍ୟାକ୍ସିନ୍ ପ୍ରସ୍ତୁତ କରିବାରେ ସଫଳ ହୋଇଛି । ତଥ୍ୟ ଅନୁସାରେ, ଲିଭ୍-ଇନ୍-ରିଲେସିନ୍‌ସିପ୍ କାରଣରୁ ଏକାଧିକ ଯୌନ ସମ୍ପର୍କ ସ୍ଥାପନ ବୃଦ୍ଧି ଘଟୁଛି । ଫଳରେ ମହିଳାମାନଙ୍କ ଜରାୟୁ କର୍କଟ ବା ଗର୍ଭାଶୟ ଗ୍ରୀବା କର୍କଟ ଦେଶରେ ଉଦ୍‌ବେଗଜନକ ସ୍ଥିତିରେ ରହିଛି ।

ଏହି କାରଣରୁ ବିଶ୍ବରେ ପ୍ରତି 4 ଜଣ ମହିଳାଙ୍କ ମଧ୍ୟରେ ଜଣଙ୍କର ମୃତ୍ୟୁ ଘଟେ । ଦିନକୁ ଦିନ ଭାରତରେ ଏହି ସ୍ଥିତି ମଧ୍ୟ ଗମ୍ଭୀର ହେବାକୁ ଲାଗୁଛି । ଫଳରେ ଏହାକୁ ମାତ୍ ଦେବା ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ HPV(Human Papillomavirus Vaccine) ଟିକା ପ୍ରସ୍ତୁତ କରିଛନ୍ତି । ଯାହା ଏବର୍ଷର ଚିକିତ୍ସା କ୍ଷେତ୍ରରେ ଏକ ବିରଳ ଉପଲବ୍ଧି ।

ମ୍ୟାଲେରିଆ ଟିକା ପ୍ରସ୍ତୁତ:-

ରିପୋର୍ଟ ଅନୁସାରେ, ମ୍ୟାଲେରିଆ ମଧ୍ୟ ସ୍ବାସ୍ଥ୍ୟ ବିପଦର ଆଉ ଏକ କାରଣ । ପ୍ରତିବର୍ଷ ଏହି କାରଣରୁ ବିଶ୍ବରେ 6 ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇଥାଏ । ଏହାକୁ ମାତ୍ ଦେବା ପାଇଁ ଆଣ୍ଟି-ମ୍ୟାଲେରିଆ ମ୍ୟାଟ୍ରିକ୍ସ ଭ୍ୟାକ୍ସିନ (New Anti-Malaria vaccine) ପ୍ରସ୍ତୁତ ହୋଇଛି । ଆଫ୍ରିକାରେ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ R21 ମ୍ୟାଲେରିଆ ବିରୋଧୀ ଟିକା ପ୍ରସ୍ତୁତ କରିଛନ୍ତି, ଯାହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ 2022 ରେ ଶେଷ କରିଛି । କର୍ତ୍ତୃପକ୍ଷଙ୍କ ଦ୍ବାରା ଅନୁମୋଦିତ ହେବା ପରେ ଆସନ୍ତା ବର୍ଷ ବ୍ୟବହାର ହେବାର ସମ୍ଭାବନା ରହିଛି ।

LDL ହ୍ରାସ କରିବାର ନୂତନ ପଦ୍ଧତିର ଆରମ୍ଭ:-

ରକ୍ତରେ ଉଚ୍ଚ ସ୍ତରର କୋଲେଷ୍ଟ୍ରଲ, ବିଶେଷତଃ ନିମ୍ନ-ସାନ୍ଦ୍ରତା ଲିପୋପ୍ରୋଟେନ୍(LDL-C) ହୃଦରୋଗର ଏକ ପ୍ରମୁଖ କାରଣ । ପ୍ରାରମ୍ଭିକ ହାଇପରଲିପାଇଡେମିଆ(ରକ୍ତରେ ଫ୍ୟାଟ୍ କିମ୍ବା ଲିପିଡ୍‌ରେ ଅନିୟନ୍ତ୍ରିତ ଏକାଗ୍ରତା) ଚିକିତ୍ସାରେ ଇନକ୍ଲିସିରାନର ପ୍ରଭାବ ଜାଣିବା ପାଇଁ ଅନୁସନ୍ଧାନକାରୀମାନେ ବହୁ ବର୍ଷ ଧରି କାର୍ଯ୍ୟ କରିଛନ୍ତି । ଏହା ଏକ ରକ୍ତରେ ଦ୍ରବୀଭୂତ RNA ଆଧାରିତ ଔଷଧ, ଯାହା PCSK9 ପ୍ରୋଟିନକୁ ଟାର୍ଗେଟ କରେ । ଏହାର ବ୍ୟବହାର LDL-C ରେ ଏକ ପ୍ରଭାବଶାଳୀ ଏବଂ ସ୍ଥାୟୀ ହ୍ରାସ ଘଟାଏ । ଯୁକ୍ତରାଷ୍ଟ୍ରରେ ଇନକ୍ଲିସିରାନଙ୍କ ଅନୁମୋଦନ ପରେ ଏହି ଔଷଧ ହୃଦୟ ରୋଗୀଙ୍କ ଚିକିତ୍ସା ପାଇଁ ଆଶା ବଢାଇ ଦେଇଛି ।

ମଧୁମେହ ପ୍ରକାର-୨ ଚିକିତ୍ସା ପାଇଁ ନୂତନ ଔଷଧ:-

ଭାରତରେ ମଧୁମେହ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ପାଲଟିଛି । ବ୍ଲଡ ସୁଗାର କମାଇବା ପାଇଁ ପୂର୍ବରୁ ଅନେକ ଔଷଧ ଉପଲବ୍ଧ ଅଛି, କିନ୍ତୁ ବର୍ଷ 2022 ରେ ନୂତନ ବିକଶିତ ଔଷଧକୁ ସପ୍ତାହରେ ଥରେ ବ୍ୟବହାର ହୋଇପାରିବ । ଏହା ଗ୍ଲୁକୋଜ-ଡିପେଣ୍ଡେଣ୍ଟ ଇନସୁଲିନୋଟ୍ରୋପିକ୍ ପଲିପେପ୍ଟାଇଡ୍(GIP) ଏବଂ ଗ୍ଲୁକାଗନ୍ ପରି ପେପ୍ଟାଇଡ୍ ରିସେପ୍ଟର ଆଗୋନିଷ୍ଟ(GLP-1) ସହିତ ସପ୍ଲିମେଣ୍ଟେସନ୍ ଅଗ୍ନାଶୟକୁ ଇନସୁଲିନ୍ ମୁକ୍ତ କରିଥାଏ ଏବଂ ହର୍ମୋନ୍ ଗ୍ଲୁକାଗନ୍ ପ୍ରତିରୋଧ କରିଥାଏ, ଯାହା ଦ୍ବାରା ପୋଷ୍ଟପ୍ରେଣ୍ଡିଆଲ୍ ବ୍ଲଡ୍ ସୁଗାର ସ୍ପାଇକ୍ ନିୟନ୍ତ୍ରଣ ହୁଏ ।

ଆହୁରି ମଧ୍ୟ, ଏହା ହଜମ ପ୍ରକ୍ରିୟାକୁ ମନ୍ଥର କରିଥାଏ । ଏହା ଟାଇପ୍-୨ ମଧୁମେହରେ ହିମୋଗ୍ଲୋବିନ୍ A1C କୁ ହ୍ରାସ କରିଥାଏ ଏବଂ ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ । ଏହି ଔଷଧ ବିକଶିତ ହେବା ପରେ ଆଶା ବଢାଇ ଦେଇଛି ଯେ ଏହି ଔଷଧ ମଧୁମେହ ଏବଂ ମୋଟାପଣକୁ ରୋକିବାରେ ପ୍ରଭାବଶାଳୀ ହୋଇପାରେ ।

ଟେଲିମେଡିସିନ୍ ଆରମ୍ଭ:-

କୋରୋନା ମହାମାରୀ ପରେ ଟେଲି ମେଡିସିନ୍ ଏବଂ ଟେଲିହେଲଥ୍‌ର ଚାହିଦା ଯଥେଷ୍ଟ ବୃଦ୍ଧି ପାଇଛି । ଇଣ୍ଟରନେଟ୍ ସାହାଯ୍ୟରେ, ବହୁ ଦୂରରେ ଥିବା ଡାକ୍ତରମାନେ କ୍ଲିନିକାଲ୍ ଏବଂ ଅଣ-କ୍ଲିନିକାଲ୍ ସେବା ଯୋଗାଇବା ଆରମ୍ଭ କରିଛନ୍ତି । ଦେଶର ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ଉନ୍ନତ ଚିକିତ୍ସା ଦେବାରେ ଏବା ବେଶ୍ ଫଳପ୍ରଦ ହୋଇଛି । ସ୍ମାର୍ଟ ମେଡିକାଲ୍ ଉପକରଣ ଏବଂ ପୋଷାକ ଏହି ଦିଗରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରେ ।

ବାସ୍ତବରେ ମହାମାରୀ ପରଠାରୁ ଦେଶ, ଚିକିତ୍ସା କ୍ଷେତ୍ରରେ ନୂତନ ଉପଲବ୍ଧି ପାଇଛି । 2022 ରେ ସଂକ୍ରମଣ ଅପେକ୍ଷା ରୋଗକୁ ମାତ୍ ଦେବାରେ ଦେଶ ଆଗରେ ରହିଛି । ସେହିପରି ଅନ୍ୟାନ୍ୟ ରୋଗ ପାଇଁ ଔଷଧ ଓ ଟିକା ପ୍ରସ୍ତୁତି ଶିଖର ଛୁଇଁଛି । ଏହିପରି ବିଜ୍ଞାନର ଅଗ୍ରଗତି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନୂତନ ଉଦ୍ଭାବନ ଜାରି ରଖୁ ଏବଂ ଜନ ସମାଜକୁ ସୁସ୍ଥ ରଖିବାରେ ସଫଳ ହେଉ ଏହାହିଁ କାମନା...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.