ETV Bharat / sukhibhava

ଏଥର ଲାଳ କହିବ ଆପଣ ଗର୍ଭବତୀ କି ନୁହେଁ, ଏତିକି ସମୟରେ ଜଣାପଡିବ ରେଜଲ୍ଟ - ସ୍ପିଟ୍ ଟେଷ୍ଟ୍

ଏଣିକି ଗର୍ଭ ପରୀକ୍ଷା ଆହୁରି ହେବ ସହଜ । ଲାଳରୁ ମାତ୍ର 15 ମିନିଟ ଭିତରେ ଗର୍ଭଧାରଣ ବିଷୟରେ ଜାଣିହେବ । ଅଧିକ ପଢନ୍ତୁ

୍ିpregnancy testing kit SaliStick
pregnancy testing kit SaliStick
author img

By

Published : Jun 21, 2023, 11:04 AM IST

ହାଇଦ୍ରାବାଦ: ବିଜ୍ଞାନ ସାହାଯ୍ୟରେ ଆଉ ଏକ ଚମତ୍କାର ସମ୍ଭବ ହୋଇପାରିଛି । ଏଣିକି ଆହୁରି ସହଜ ହେବ ଗର୍ଭ ପରୀକ୍ଷା । ମହିଳାମାନେ ନିଜ ଲାଳ ଦ୍ବାରା ଜାଣିପାରିବେ ଯେ, ସେମାନେ ଗର୍ଭବତୀ ଅଛନ୍ତି କି ନାହିଁ । ଗର୍ଭ ପରୀକ୍ଷା ବା ପ୍ରେଗନେନ୍ସି ଟେଷ୍ଟକୁ ଆହୁରି ସରଳ କରିବା ପାଇଁ ବ୍ରିଟେନ ଏବଂ ଆୟାରଲାଣ୍ଡ ବଜାରରେ ଏହି ସ୍ୱତନ୍ତ୍ର ଗର୍ଭଧାରଣ କିଟ୍ ଲଞ୍ଚ କରାଯାଇଛି ।

ଏହି କିଟ୍ ଇସ୍ରାଏଲ୍ ଭିତ୍ତିକ ବାୟୋଟେକ୍ କମ୍ପାନୀ ସାଲିଗ୍ନୋଷ୍ଟିକ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହି ଉପକରଣର ନାମ ସାଲିଷ୍ଟିକ ରଖାଯାଇଛି । ଗତ ବର୍ଷ ଏହି ସ୍ୱତନ୍ତ୍ର ଗର୍ଭଧାରଣ କିଟ୍ ସଫଳତାର ସହିତ 300 ମହିଳାଙ୍କ ଉପରେ ପରୀକ୍ଷା କରାଯାଇଥିଲା । ଏଥିରେ ଉଭୟ ଗର୍ଭବତୀ ଏବଂ ସାଧାରଣ ମହିଳା ଅନ୍ତର୍ଭୁକ୍ତ ଥିଲେ ।

ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସାଲିଷ୍ଟିକ୍ ହେଉଛି ବିଶ୍ୱର ପ୍ରଥମ ଉତ୍ପାଦ ଯାହା କେବଳ 'ସ୍ପିଟ୍ ଟେଷ୍ଟ୍' ଦ୍ୱାରା ଗର୍ଭଧାରଣକୁ ଚିହ୍ନଟ କରିପାରିବ । ଏହା ପାରମ୍ପାରିକ ପରିସ୍ରା ଭିତ୍ତିକ ଗର୍ଭଧାରଣ ପରୀକ୍ଷଣ ପାଇଁ ମହିଳାମାନଙ୍କୁ ଏକ ବଡ଼ ବିକଳ୍ପ ଦେବ । ଏହା ଜରିଆରେ ମହିଳାମାନେ ଯେକୌଣସି ସମୟରେ ଗର୍ଭପରୀକ୍ଷା କରିପାରିବେ । ବର୍ତ୍ତମାନ ଏହା ଆୟାରଲାଣ୍ଡ ଏବଂ ବ୍ରିଟେନ ବଜାରରେ ଉପଲବ୍ଧ ରହିଛି ।

ଏହି ଗର୍ଭଧାରଣ କିଟ୍, ସାଲିଗ୍ନୋଷ୍ଟିକ ପ୍ରସ୍ତୁତ କରିଥିବା କମ୍ପାନୀ ପୂର୍ବରୁ କୋଭିଡ୍-19 ଟେଷ୍ଟ କିଟ୍ ତିଆରି କରୁଥିଲା । କମ୍ପାନୀ କହିଛି ଯେ ଏହା କୋଭିଡ ଟେଷ୍ଟିଂ କିଟ୍ ତିଆରିରେ ବ୍ୟବହୃତ ଟେକ୍ନୋଲୋଜି ଉପରେ ଆଧାରିତ । କମ୍ପାନୀର ଆରୋନ ପାଲମାନ କହିଛନ୍ତି ଯେ, ମାନବ ଲାଳ ମାଧ୍ୟମରେ ଅଳ୍ପ ସମୟ ମଧ୍ୟରେ ଅନେକ ରୋଗ ଚିହ୍ନଟ ହୋଇପାରିବ । ରୋଗ, ଜୀବାଣୁ ଏବଂ ହରମୋନ୍ ପରୀକ୍ଷା କରିବା ପାଇଁ ଏହା ସବୁଠାରୁ ସହଜ ଏବଂ ପରିଷ୍କାର ଉପାୟ । ପାଲାମନ୍ ଦାବି କରିଛନ୍ତି ଯେ ଏହି ନୂତନ ଉତ୍ପାଦ ଗର୍ଭଧାରଣ ପରୀକ୍ଷା ପାଇଁ ରକ୍ତ ଏବଂ ପରିସ୍ରାର ଆବଶ୍ୟକତାକୁ ଦୂର କରିବ ।

ନୂତନ ଗର୍ଭଧାରଣ କିଟ୍ ବ୍ୟବହାର କରିବା ଅତି ସହଜ । ପରୀକ୍ଷା ପାଇଁ ମହିଳାଙ୍କୁ କିଟରେ ରହିଥିବା ଷ୍ଟିକକୁ କିଛି ସେକେଣ୍ଡ ପର୍ଯ୍ୟନ୍ତ ପାଟିରେ ରଖିବାକୁ ପଡିବ, ଯାହାଫଳରେ ମହିଳାଙ୍କ ଛେପ କିମ୍ବା ଲାଳ ଏହା ଉପରେ ପଡ଼ିବ । ଏହାପରେ ପ୍ଲାଷ୍ଟିକ ଷ୍ଟିକରେ ଲାଳ ଜମା ହେବ । ଏହାପରେ ବାୟୋକେମିକାଲ୍ ପ୍ରତିକ୍ରିୟା ହୁଏ । ଏହା ପରେ ମହିଳା ଗର୍ଭବତୀ ଅଛନ୍ତି କି ନାହିଁ, ଫଳାଫଳ ସର୍ବାଧିକ 15 ମିନିଟ୍ ମଧ୍ୟରେ ଉପଲବ୍ଧ ହେବ । ଗର୍ଭବତୀ ରହିଥିବା ସମୟରେ ମହିଳାଙ୍କ ଲାଳରୁ ବିଶଷ ପ୍ରକାରର ଏଚସିଜି ହରମୋନ ନିର୍ଗତ ହୋଇଥାଏ । ଏହି ହରମୋନ ସହାୟତାରେ ସାଲିଷ୍ଟିକ ସାହାଯ୍ୟରେ ଗର୍ଭ ପରୀକ୍ଷା କରାଯାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.