ETV Bharat / sukhibhava

ବିଶ୍ୱ ଟିବି ଦିବସ - world TV Day

ଯକ୍ଷ୍ମା ବା ଟିବିର ସ୍ୱାସ୍ଥ୍ୟଗତ, ସାମାଜିକ ଓ ଅର୍ଥନୈତିକ କୁପରିଣାମ ସଂପର୍କରେ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସର ଲକ୍ଷ୍ୟ । ଟିବି ସୃଷ୍ଟି କରୁଥିବା ବ୍ୟାକେରିଆକୁ ଆବିଷ୍କାର ନେଇ ୧୮୮୨ ମସିହା ଆଜିର ଦିନରେ ଘୋଷଣା କରିଥିଲେ ଡକ୍ଟର ରବର୍ଟ କୋଚ୍ ।

ବିଶ୍ୱ ଟିବି ଦିବସ
ବିଶ୍ୱ ଟିବି ଦିବସ
author img

By

Published : Mar 24, 2021, 3:16 PM IST

ଆଜି ବିଶ୍ୱ ଯକ୍ଷ୍ମା ଦିବସ । ପ୍ରତିବର୍ଷ ଆଜିର ଦିନରେ ପାଳନ କରାଯାଏ ଯକ୍ଷ୍ମା ଦିବସ । ଏଥରର ଥିମ୍ ରହିଛି ‘ଦି କ୍ଲକ ଇଜ୍ ଟିକିଙ୍ଗ୍‌’ । ଯକ୍ଷ୍ମା ବା ଟିବିର ସ୍ୱାସ୍ଥ୍ୟଗତ, ସାମାଜିକ ଓ ଅର୍ଥନୈତିକ କୁପରିଣାମ ସଂପର୍କରେ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସର ଲକ୍ଷ୍ୟ । ଟିବି ସୃଷ୍ଟି କରୁଥିବା ବ୍ୟାକେରିଆକୁ ଆବିଷ୍କାର ନେଇ ୧୮୮୨ ମସିହା ଆଜିର ଦିନରେ ଘୋଷଣା କରିଥିଲେ ଡକ୍ଟର ରବର୍ଟ କୋଚ୍ ।

ବ୍ୟାକଟେରିଆ ଆବିଷ୍କାର ହେଲା ପରେ ଟିବିର ଚିହ୍ନଟ ଓ ଚିକିତ୍ସା ପଥ ପରିଷ୍କାର ହୋଇପାରିଥିଲା । ଟିବିକୁ ସମୂଳେ ଧ୍ୱଂସ କରିବା ପାଇଁ ସମୟ ଆଉନାହିଁ । ତେଣୁ ସମସ୍ତେ ଏ ଦିଗରେ ତତ୍ପରତା ପ୍ରକାଶ କରିବା ଉପରେ ଗୁରୁତ୍ୱାରୋପ କରି ବିଶ୍ୱ ସ୍ୱାସ୍ଥ୍ୟ ସଂଙ୍ଗଠନ ଯଥାର୍ଥରେ ଏ ବର୍ଷ ବିଶ୍ୱ ଟିବି ଦିବସର ଥିମ୍ – ‘ଦି କ୍ଲକ୍ ଇଜ ଟିକିଂ’ ରଖିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଙ୍ଗଠନ ଅନୁସାରେ,

- ବିଶ୍ୱବ୍ୟାପୀ ଉଦ୍ୟମ ଯୋଗୁଁ ୨୦୦୦ ମସିହା ପରଠାରୁ ୬ କୋଟି 30 ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଯାଇ ପାରିଛି

- ୨୦୧୯ରେ ୧ କୋଟି ଲୋକ ଟିବିରେ ପୀଡିତ ହୋଇଥିଲେ ।

-୨୦୧୯ରେ ୧୪ ଲକ୍ଷ ଲୋକ ଟିବିରେ ପ୍ରାଣ ହରାଇଥିଲେ ।

-ଡ୍ରଗ୍ ରେସିଟାଣ୍ଟ ଟିବି ଯୋଗୁଁ ୨୦୧୯ ରେ ୪ ଲକ୍ଷ ୬୫ହଜାର ଲୋକ ଅସୁସ୍ଥ ହୋଇଥିଲେ ।

ଉପରୋକ୍ତ ପରିସଂଖ୍ୟନ ଦୃଷ୍ଟିରୁ ଟିବିର ଭୟାବହତା ବାବଦରେ କାହାର ସନ୍ଦେହ ରହିବା ଉଚିତ ନୁହେଁ ।

ଟିବି କ’ଣ ?

ହାଇଦ୍ରାବାଦ ସ୍ଥିତ ଭିଆଇଏନଏନ ହସ୍ପିଟାଲର କନସଲଣ୍ଟାଣ୍ଟ ଫିଜିସିଆନ ଡକ୍ଟର ରାଜେଶ ଭକ୍କଲାଙ୍କ ମତରେ ଯକ୍ଷ୍ମା ବା ଟୁବରକଲସିସ୍ (ଟିବି) ମାଇକୋ ବ୍ୟାକ୍ଟେରିୟମ ଟୁବରକଲସିସି ନାମକ ବ୍ୟାକ୍ଟେରିୟମ ଦ୍ୱାରା ହୋଇଥାଏ । ମଦ୍ୟପାନକାରୀ, ଧୂମ୍ରପାନକାରୀ ଓ କମ୍ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କୁ ଟିବି ହୋଇଥାଏ । ଟିବି ବ୍ୟାକ୍ଟେରିୟା ସାଧାରଣତଃ ଫୁସଫୁସକୁ ପ୍ରଭାବିତ କରିଥାଏ । କିନ୍ତୁ କିଡନୀ, ବ୍ରେନ ଓ ସ୍ପାଇନ ମଧ୍ୟ ବ୍ୟାକ୍ଟେରିଆ ଦ୍ୱାରା ପ୍ରଭାବିତ ହୁଏ ।

ଲକ୍ଷଣ ଓ ରୋଗ ଚିହ୍ନଟ

ଟିବି ସାଧାରଣତଃ ସଂକ୍ରମିତର କଫ ଓ କାଶରୁ ବାହାରୁଥିବା କଣିକାରୁ ବାୟୁ ଦ୍ୱାରା ବ୍ୟାପିଥାଏ । ତେବେ, ପାନ୍ ଆମେରିକାନ ହେଲଥ ଅର୍ଗାନାଇଜେସନ ( ପିଏଏଚଓ ) ଅନୁସାରେ, ସୁସ୍ଥ ଲୋକଙ୍କ ମଧ୍ୟରେ ସଂକ୍ରମଣ ହେଲେ ଲକ୍ଷଣ ପ୍ରକାଶ ପାଇ ନଥାଏ। କାରଣ ସଂପୃକ୍ତ ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତି ବ୍ୟାକଟେରିଆକୁ ଦୂରେଇ ରଖିବାରେ ସମର୍ଥ ହୋଇଥାଏ । ତେବେ, ପିଏଏଚଏ ଅନୁସାରେ ଫୁସଫୁସର ଆକ୍ଟିଭ ଟିବିର ଲକ୍ଷଣ ହେଲା –

-କଫ ( ବେଳେବେଳେ ରକ୍ତ ମିଶା କଫ )

-ଛାତି ଯନ୍ତ୍ରଣା

-ଦୁର୍ବଳତା

-ଓଜନ ହ୍ରାସ

-ଜ୍ୱର

-ରାତିରେ ଝାଳ ବୋହିବା

ଏହାଛଡା, କ୍ଷୁଧାହୀନତା ଓ ଥଣ୍ଡା ଅନୁଭବ କରିବା ବି ଟିବିର ଲକ୍ଷଣଗୁଡିକ ମଧ୍ୟରୁ ଅନ୍ୟତମ ।

ଡକ୍ଟର ଭକ୍କଲାଙ୍କ ମତରେ ଟିବି ନିମ୍ନଲିଖିତ ଉପାୟରେ ଚିହ୍ନଟ କରାଯାଇପାରିବ ।

- ସ୍ପଟମ କଲଚର

-ଏରିଥ୍ରୋକାଇଟ୍ ସେଡିମେଣ୍ଟେସନ ରେଟ୍ (ଇଏସଆର ) ଟେଷ୍ଟ୍

-ପିସିଆର୍ ଟେଷ୍ଟ

ଚିକିତ୍ସା

ଟିବି ଆରୋଗ୍ୟ ଯୁକ୍ତ । ୪ଟି ଆଣ୍ଟିବାୟୋଟିକର ୬ ମାସିଆ କୋର୍ସ ନେଇ ଏହାର ଚିକିତ୍ସା ସମ୍ଭବ । ରିଫାମପିସିନ ଓ ଆଇସୋନିଆଜିଡ୍ ହେଉଛି ଟିବି ଆରୋଗ୍ୟ ପାଇଁ ସାଧାରଣ ଔଷଧ । କିଛି କ୍ଷେତ୍ରରେ ଟିବି ବ୍ୟାକଟେରିଆ ଷ୍ଟାଣ୍ଡାର୍ଡ ଔଷଧ ଦ୍ୱାରା ପ୍ରଭାବିତ ହୁଏନାହିଁ । ଏହାକୁ ଡ୍ରଗ୍ ରେସିଣ୍ଟାଣ୍ଟ ଟିବି କୁହାଯାଏ । ଏ ପ୍ରକାର ଟିବିର ଚିକିତ୍ସା ଲମ୍ବା ଓ ଜଟିଳ । ଯଦି ଟିବିର ଚିକିତ୍ସା ଠିକ୍ ଭାବେ ଶେଷ ନହୁଏ,ତାହା ହେଲେ ଡ୍ରଗ୍ ରେସିଟାଣ୍ଟ ଟିବି ବ୍ୟାପିବା ଆଶଙ୍କା ଥାଏ । ତେଣୁ ସ୍ଥିତି ବିଗିଡିବା ଆଗରୁ ମେଡିକାଲ ସହାୟତା ବେଶ୍ ଗୁରୁତ୍ୱପୂର୍ଣ୍ଣ ।

ଟିବି ଓ କୋଭିଡ-୧୯

ଡକ୍ଟର ଭକ୍କଲାଙ୍କ ମତରେ ଯାହାକୁ ଟିବି ହୋଇଥାଏ, ତାହାର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହୁଏ, ତେଣୁ ମହାମାରୀ ସମୟରେ ଟିବି ରୋଗୀମାନେ ସତର୍କ ରହିବା ଦରକାର । କିଛି ଉପାୟ ହେଲା –

. ଭିଡରୁ ଦୂରେଇ ରହନ୍ତୁ

. ବାହାରକୁ ଗଲାବେଳେ ମାସ୍କ ପିନ୍ଧିବାକୁ ବାଧ୍ୟ

. ୬ ଫୁଟ ଦୂରତା ରଖନ୍ତୁ

. କାଶୁଥିବା ଓ ଛିଙ୍କୁଥିବା ଲୋକଙ୍କଠାରୁ ଦୂରେଇ ରହନ୍ତୁ

. ବାରମ୍ବାର ହାତକୁ ଧୁଅନ୍ତୁ, ସାନିଟାଇଜ କରନ୍ତୁ

. କୋଭିଡ-୧୯ର ଲକ୍ଷଣ କିଛି ଦେଖାଦେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ

.ଡାକ୍ତରଙ୍କ ସହ ପରାମର୍ଶ କରି ଟିକା ନିଅନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.