ETV Bharat / sukhibhava

World TB Day 2023: ସାବଧାନ ! ଏହି ରୋଗ ଥିଲେ ଯକ୍ଷ୍ମା ହେବାର ଆଶଙ୍କା 4 ଗୁଣା ଅଧିକ

author img

By

Published : Mar 24, 2023, 11:33 AM IST

ଚିକିତ୍ସାର ଅଗ୍ରଗତି ଫଳରେ ଆଜି ଯକ୍ଷ୍ମା ଭଳି ଗୁରୁତର ରୋଗ ସମସ୍ୟାକୁ ମାତ୍ ଦିଆଯାଇ ପାରୁଛି । ମାତ୍ର ଏକ ସ୍ବାସ୍ଥ୍ୟ ସମସ୍ୟା ରହିଛି, ଯାହା ଯକ୍ଷ୍ମା ବିପଦକୁ 4 ଗୁଣା ଅଧିକ କରିଦିଏ । ବିଶ୍ବ ଟିବି ଦିବସରେ ଜାଣନ୍ତୁ କଣ ଏହି ସ୍ବାସ୍ଥ୍ୟ ସମସ୍ୟା

World TB Day
World TB Day

ହାଇଦ୍ରାବାଦ: ଯକ୍ଷ୍ମା ଭଳି ମାରାତ୍ମକ ସଂକ୍ରାମକ ରୋଗକୁ ରୋକିବା ପାଇଁ ପ୍ରତିବର୍ଷ 24 ମାର୍ଚ୍ଚରେ ବିଶ୍ୱ ଯକ୍ଷ୍ମା ଦିବସ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଆଜି ଏହି ଦିବସ ଅବସରରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଦିନ ଥିଲା ଯକ୍ଷ୍ମା ଦୁରାରୋଗ୍ୟ ନାମରେ ଆତଙ୍କ ସୃଷ୍ଟି କରିଥିଲା । ମାତ୍ର ଧୀରେ ଧୀରେ ଚିକିତ୍ସାର ଅଗ୍ରଗତି ଫଳରେ ଯକ୍ଷ୍ମା ନିରୋଧୀ ଔଷଧ ପ୍ରସ୍ତୁତ ହୋଇପାରିଛି । ବର୍ତ୍ତମାନ ଏହି ମହାମାରୀକୁ ଶତ ପ୍ରତିଶତ ମାତ୍ ଦିଆଯାଇ ପାରୁଛି ।

ମାତ୍ର ପୂର୍ବରୁ କେତେକ ପ୍ରକାର ରୋଗ ଥିଲେ ସେମାନଙ୍କ ପାଇଁ ଏହା ଘାତକ ସାଜେ । ତେବେ କେଉଁସବୁ ରୋଗ ଯକ୍ଷ୍ମା ବିପଦକୁ ଦ୍ବିଗୁଣିତ କରେ, ଜାଣନ୍ତୁ...

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ମଧୁମେହ ଯକ୍ଷ୍ମା ଆକ୍ରାନ୍ତ କରିବାର ଆଶଙ୍କା 4 ଗୁଣ ଅଧିକ ଥାଏ । ମଧୁମେହରେ ପୀଡିତ ଲୋକ, ସୁସ୍ଥ ଲୋକଙ୍କ ତୁଳନାରେ ଏହି ବିପଦର ସମ୍ମୁଖୀନ ହୋଇପାରନ୍ତି । ସେହିପରି ଯେଉଁମାନେ ଯକ୍ଷ୍ମା ସଂକ୍ରମିତ, ସେମାନଙ୍କର 30 ପ୍ରତିଶତ ପର୍ଯ୍ୟନ୍ତ ମଧୁମେହ ହେବାର ସମ୍ଭାବନା ରହିଛି । ତେଣୁ ଉଭୟ ରୋଗରେ ପୀଡ଼ିତ ସଚେତନ ରହିବା ଆବଶ୍ୟକ ।

ଏହା ମଧ୍ୟ ପଢନ୍ତୁ:- World TB Day: ସଚେତନ ରହିଲେ ଟିବି ହାରିବ, ଦେଶ ଜିତିବ

ଯକ୍ଷ୍ମା ଲକ୍ଷଣ

ଅନ୍ୟାନ୍ୟ ରୋଗ ପରି, ଯକ୍ଷ୍ମାର ଲକ୍ଷଣ ଥାଏ । କିନ୍ତୁ ପ୍ରାରମ୍ଭିକ ପର୍ଯାୟରେ ଚିହ୍ନଟ ହେବା କଷ୍ଟକର । ଯକ୍ଷ୍ମା ରୋଗରେ ଆକ୍ରାନ୍ତ ଲୋକେ ଥକ୍କା, ଦୁର୍ବଳତା, ଓଜନ ହ୍ରାସ, ଉଚ୍ଚ ଜ୍ୱର, ଛାତି ଯନ୍ତ୍ରଣା, କ୍ରମାଗତ କାଶ, କାଶରେ ରକ୍ତ ପଡିବା ଆଦି ଦେଖାଯାଏ । ଏସବୁ ସମସ୍ୟା ଦୀର୍ଘଦିନ ପର୍ଯ୍ୟନ୍ତ ଲାଗି ରହିଲେ ଏବଂ ସଠିକ୍ ସମୟରେ ଚିକିତ୍ସା କରାନଗଲେ ରୋଗୀଙ୍କ ମୃତ୍ୟୁ ଘଟେ । ଯକ୍ଷ୍ମା ସାଧାରଣତଃ ଫୁସ୍‌ଫୁସ୍‌କୁ ଆକ୍ରାନ୍ତ କରିଥାଏ । ମାତ୍ର ବେଳେବେଳେ ଏହା ଅନ୍ୟାନ୍ୟ ଅଙ୍ଗକୁ ମଧ୍ୟ ଆକ୍ରାନ୍ତ କରିବାର ସମ୍ଭାବନା ଥାଏ ।

ଏକ ରିପୋର୍ଟ ଅନୁସାରେ ଯକ୍ଷ୍ମା ମହିଳାମାନଙ୍କ ପ୍ରଜନନ ଅଙ୍ଗକୁ ମଧ୍ୟ ଆକ୍ରନ୍ତ କରେ । ଏହା ଫଳରେ ପ୍ରଜନନ କ୍ଷମତା ହ୍ରାସପାଏ, ଯାହା ଏକ ପ୍ରମୁଖ ସମସ୍ୟା । ତେଣୁ ଲକ୍ଷଣ ଦେଖାଯିବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ । ଯେକୌଣସି ପ୍ରକାର ରୋଗର ବିପଦକୁ ମଧୁମେହ ବହୁଗୁଣା କରିଦିଏ । ତେଣୁ ସର୍ବଦା ମଧୁମେହକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ । ସତର୍କ ରହିଲେ, ଯେକୌଣସି ରୋଗ ଆଶଙ୍କାକୁ ଦୂର କରିପାରିବେ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.