ETV Bharat / sukhibhava

World Salt Awareness Week: ସାବଧାନ ! ମାତ୍ରାଧିକ ଲୁଣ ଖାଉଥିଲେ ଦେଖାଦିଏ ଏହି ଲକ୍ଷଣ

author img

By

Published : Mar 17, 2023, 6:03 PM IST

ବିଶ୍ବ ଲୁଣ ସଚେତନତା ସପ୍ତାହ(ୱାର୍ଲ୍ଡ ସଲ୍ଟ ଏୱାର୍‌ନେସ୍ ୱିକ୍) ଅବସରରେ ଜାଣନ୍ତୁ ଲବଣ ବା ସୋଡିୟମ୍ କ୍ଲୋରାଇଡ୍ ଆମ ଶରୀରକୁ କିପରି କ୍ଷତି ପହଞ୍ଚାଉଛି ଏବଂ ଏହି ଅଭ୍ୟାସଠୁ କେମିତି ଦୂରେଇ ରହିବେ...

Etv Bharat
Etv Bharat

ହାଇଦ୍ରାବାଦ: ଏକଦା ଲୁଣ ଖାଇବା ହାନିକାରକ ବୋଲି ଜାତିର ପିତା ମହାତ୍ମା ଗାନ୍ଧୀ ବୁଝାଇଥିଲେ । ସେ 'କହିବା ଆଗରୁ କରିବା' ବାର୍ତ୍ତା ମାଧ୍ୟମରେ ପ୍ରଥମେ ଲୁଣ ଖାଇବା ଛାଡିଥିଲେ । ଏହାପରେ ତାଙ୍କ ପତ୍ନୀ କସ୍ତୁରବା ଏବଂ ସମସ୍ତ ଦେଶବାଶୀଙ୍କୁ ଲୁଣ ସେବନ ପରିମାଣ ହ୍ରାସ କରିବାକୁ ଆହ୍ବାନ ଦେଇଥିଲେ । ଏହି ଆହ୍ବାନ ବର୍ତ୍ତମାନ ବିଶ୍ବବ୍ୟାପୀ ପ୍ରସାର କରାଯାଉଛି । କାରଣ ନିକଟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚେତାଇଛି ଯେ, ମାତ୍ରାଧୀକ ଲୁଣ ସେବନ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ତେବେ ବିଶ୍ବ ଲୁଣ ସଚେତନତା ସପ୍ତାହ(ୱାର୍ଲ୍ଡ ସଲ୍ଟ ଏୱାର୍‌ନେସ୍ ୱିକ୍) ଅବସରରେ ଜାଣନ୍ତୁ ଲବଣ ବା ସୋଡିୟମ୍ କ୍ଲୋରାଇଡ୍ ଆମ ଶରୀରକୁ କିପରି କ୍ଷତି ପହଞ୍ଚାଉଛି ଏବଂ ଏହି ଅଭ୍ୟାସଠୁ କେମିତି ଦୂରେଇ ରହିବେ...

ଲୁଣ ଏବଂ ଚିନି ହେଉଛି ଦୁଇଟି ଗୁରୁତ୍ୱପୂର୍ଣ୍ଣ ସ୍ୱାଦ, ଯାହା ଖାଦ୍ୟର ଟେଷ୍ଟ୍କୁ ଦ୍ବିଗୁଣିତ କରିଦିଏ । ଆମ ମଧ୍ୟରେ ଅଧିକାଂଶ ଲୋକ ଖାଦ୍ୟରେ ସାମାନ୍ୟ ଅଧିକ ଲୁଣ ମିଶାଇ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଏହି ଅଭ୍ୟାସ ଧୀରେଧୀରେ ଆମ ଶରୀରର ପ୍ରମୁଖ ଅଂଶକୁ ପ୍ରଭାବିତ କରୁଛି । ଅଧିକ ମାତ୍ରାରେ ଲୁଣ ଖାଇବା ଦ୍ୱାରା ରକ୍ତଚାପ, ହୃଦ୍‌ରୋଗ ଏବଂ ଷ୍ଟ୍ରୋକ୍ ହୋଇଥାଏ । ଏହି ଅଭ୍ୟାସ ଶରୀରରେ କ୍ୟାଲସିୟମ ଅଭାବ କରିଥାଏ, ଯାହା ଫଳରେ ହାଡ ଦୁର୍ବଳ ହୋଇଯାଏ ।

ଆମେ ଅଧିକ ଲୁଣ ଖାଉଛନ୍ତି ବୋଲି ଜାଣିବା କିପରି ?

ଯେଉଁମାନେ ଅଧିକ ଲୁଣ ଖାଉଛନ୍ତି ସେମାନେ ଜଳ ଧାରଣର ଶିକାର ହୁଅନ୍ତି । ଅର୍ଥାତ୍ ସେମାନଙ୍କ ଶରୀରରେ ପାଣି ଜମାଟ ବାନ୍ଧିପାରେ । ଏହା ଫଳରେ ତାଙ୍କ ଶରୀର ଫୁଲିଯାଏ । WHO ବିଶେଷଜ୍ଞମାନେ ଦିନରେ 5 ଗ୍ରାମରୁ ଅଧିକ ଲୁଣ ନ ଖାଇବାକୁ ପରାମର୍ଶ ଦେଇଛନ୍ତି । ମାତ୍ର ଏହି ନିୟମକୁ ଖୁବ୍ କମ୍ ଲୋକ ମାନିଥାନ୍ତି । କାରଣ ବଜାରରେ ଉପଲବ୍ଧ ଅନେକ ଖାଦ୍ୟରେ ଲବଣ ମାତ୍ରା ଅଧିକ ଥାଏ । ଗୋଟିଏ ପ୍ୟାକେଟ୍ ଚିପ୍ସରେ ଗୋଟିଏ ଦିନ ପାଇଁ ଆବଶ୍ୟକ ଲୁଣର ଅଧା ଭାଗ ଥାଏ ।

ଏହା ମଧ୍ୟ ପଢନ୍ତୁ:- ଲୁଣ ପ୍ରତି ଆକୃଷ୍ଟ ଜନ ସାଧାରଣ, ଉଦ୍‌ବେଗ ପ୍ରକାଶ କଲା WHO

ବିଶେଷଜ୍ଞମାନେ କହନ୍ତି ଯେ, ଘର ବାହାରେ ଖାଉଥିବା ଖାଦ୍ୟରେ ଲୁଣର ପରିମାଣ ସବୁଠୁ ଅଧିକ । ସାଧାରଣତଃ ଆମେ ଘରେ ପ୍ରସ୍ତୁତ କରୁଥିବା ଖାଦ୍ୟ ରେସ୍ତୋରାଁରେ ମିଳୁଥିବା ଲୁଣଠାରୁ କମ୍ । ସେହିପରି ଆଳୁ ଚିପ୍ସର ଗୋଟିଏ ପ୍ୟାକେଟରେ 170 ମି.ଗ୍ରା ସୋଡିୟମ୍ ଥାଏ । ତେଣୁ ବାହାରେ ପ୍ରସ୍ତୁତ ଖାଦ୍ୟଠାରୁ ଦୂରେଇ ରହିବା ଉଚିତ୍ ।

ଏହିପରି ଛାଡନ୍ତୁ ଲୁଣ ଅଭ୍ୟାସ

ବିଶେଷଜ୍ଞଙ୍କ ଅନୁସାରେ, ଧୀରେଧୀରେ ଖାଦ୍ୟରେ ଲୁଣ ହ୍ରାସ କରିପାରିବେ ଏବଂ ସ୍ୱାଦକୁ ନିୟନ୍ତ୍ରଣ କରିପାରିବେ । ଏଥିପାଇଁ କିଛି ସପ୍ତାହ ସମୟ ଲାଗିପାରେ । ରାନ୍ଧିବା ସମୟରେ ଖାଦ୍ୟରେ କମ୍ ଲୁଣ ମିଶାଇବାର ଅଭ୍ୟାସ କରନ୍ତୁ । ଯଦି ଖାଦ୍ୟରେ ଅଧିକ ଲୁଣ ପଡିଯାଏ, ତେବେ ସେଥିରେ ଲେମ୍ବୁ ରସ ମିଶାଇ ପାରିବେ । ସେହିପରି ଲୁଣିଆ ଖାଦ୍ୟ କ୍ରୟ କରୁଥିବା ସମୟରେ ସଚେତନ ରୁହନ୍ତୁ । ପାଟିର ସ୍ବାଦଠାରୁ ପାକସ୍ଥଳୀର ସ୍ବାସ୍ଥ୍ୟ ଗୁରୁତ୍ବପୂର୍ଣ୍ଣ ବିବେଚନା କରନ୍ତୁ । ଏସବୁ ବିଚାର କଲେ ଧୀରେଧୀରେ ଲବଣ ଗ୍ରହଣକୁ ହ୍ରାସ କରିପାରିବେ ଏବଂ ଏକ ସୁସ୍ଥ ଜୀବନଶୈଳୀ ଆପଣାଇ ପାରିବେ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.