ETV Bharat / sukhibhava

World Occupational Therapy Day: ଜାଣନ୍ତୁ ଅକ୍ୟୁପେସନାଲ ଥେରାପି କଣ - ବିଶ୍ବ ଅକ୍ୟୁପେସନାଲ ଥେରାପି ଦିବସ 2023

ଅକ୍ୟୁପେସନାଲ ଥେରାପିର ଲକ୍ଷ୍ୟ, ଏହାର ଆହ୍ବାନ, ସମାଜରେ ଏହାର ଆବଶ୍ୟକତା ଏବଂ ଅକ୍ୟୁପେସନାଲ ଚିକିତ୍ସକଙ୍କ ଭୂମିକା ବିଷୟରେ ବିଶ୍ୱ ସ୍ତରରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ 27 ଅକ୍ଟୋବରରେ ବିଶ୍ବ ଅକ୍ୟୁପେସନାଲ ଥେରାପି ଦିବସ ପାଳନ କରାଯାଏ । ଅଧିକ ପଢନ୍ତୁ

World Occupational Therapy Day
World Occupational Therapy Day
author img

By ETV Bharat Odisha Team

Published : Oct 27, 2023, 11:49 AM IST

ହାଇଦ୍ରାବାଦ: କୌଣସି ରୋଗ କିମ୍ବା କୌଣସି ଅନ୍ୟ ଶାରିରୀକ ସମସ୍ୟାରୁ ଆରୋଗ୍ୟ ପାଇବା ସହ ଆତ୍ମନିର୍ଭର ହୋଇ ବଞ୍ଚିବାକୁ ହେଲେ, ଅନେକ ସମୟରେ ଚିକିତ୍ସା ସହ ବୃତ୍ତିକ ଚିକିତ୍ସାର ମଧ୍ୟ ଆବଶ୍ୟକ ଥାଏ । ଏହାକୁ ଇଂରାଜୀରେ Occupational Therapy ବି କୁହାଯାଏ , ଚିକିତ୍ସା କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଅକ୍ୟୁପେସନାଲ ଥେରାପିର ଲକ୍ଷ୍ୟ, ଏହାର ଆହ୍ବାନ, ସମାଜରେ ଏହାର ଆବଶ୍ୟକତା ଏବଂ ଅକ୍ୟୁପେସନାଲ ଚିକିତ୍ସକଙ୍କ ଭୂମିକା ବିଷୟରେ ବିଶ୍ୱ ସ୍ତରରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ 27 ଅକ୍ଟୋବରରେ ବିଶ୍ବ ଅକ୍ୟୁପେସନାଲ ଥେରାପି ଦିବସ ପାଳନ କରାଯାଏ। ଏହି ଚିକିତ୍ସା ପଦ୍ଧତିର ମୂଳ ଲକ୍ଷ୍ୟ ହେଉଛି ରୋଗୀକୁ ନିଜର କାର୍ଯ୍ୟରେ ଆତ୍ମନିର୍ଭରଶୀଳ କରାଇବା।

ଅକ୍ୟୁପେସନାଲ ଥେରାପି ଏପରି ଏକ ଚିକିତ୍ସା ଯାହା ରୋଗୀକୁ ସ୍ବାବଲମ୍ବୀ ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧିରେ ସହାୟକ ହୋଇଥାଏ । ପ୍ରତିବର୍ଷ ଏକ ଥିମ ନେଇ ବିଶ୍ବ ଅକ୍ୟୁପେସନାଲ ଥେରାପି ଦିବସ ପାଳନ କରାଯାଇଥାଏ । ଚଳିତ ବର୍ଷ ୟୁନିଟି ଥ୍ରୋ କମ୍ୟୁନିଟି ଥିମରେ ଏହି ଦିବସ ପାଳନ କରାଯାଉଛି । ଏହାର ଅର୍ଥ ଅକ୍ୟୁପେସନାଲ ଥେରାପିଷ୍ଚ ଅନ୍ୟ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସହ ମିଶି ରୋଗୀକୁ ସମାଜର ମୁଖ୍ୟ ସ୍ତ୍ରୋତରେ ସାମିଲ କରିବା ପାଇଁ ଚେଷ୍ଟା କରିବା ।

ଇତିହାସ: ସୂଚନା ଅନୁସାରେ, ବିଶ୍ବ ଅକ୍ୟୁପେସନାଲ ଥେରାପି ଦିବସ ପ୍ରଥମେ 2010 ମସିହା ଅକ୍ଟୋବର 27 ତାରିଖରେ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମର ଆବଶ୍ୟକତା ଏବଂ ଲାଭ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ WFOTର କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୱାର୍ଲ୍ଡ ଫେଡେରେସନ୍ ଅଫ୍ ଅକ୍ୟୁପେସନାଲ୍ ଥେରାପିଷ୍ଟ (WFOT) ଦ୍ୱାରା ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । କହିରଖୁଛୁ କି, ୱାର୍ଲ୍ଡ ଫେଡେରେସନ୍ ଅଫ୍ ଅକ୍ୟୁପେସନାଲ୍ ଥେରାପିଷ୍ଟ ହେଉଛି ଏକ ଅନ୍ତର୍ଜାତୀୟ ସଂଗଠନ । ଯେଉଁଥିରେ ସର୍ବଭାରତୀୟ ସ୍ତରରେ 107ଟି ଜାତୀୟ ଅକ୍ୟୁପେସନାଲ ଚିକିତ୍ସା ସଂଗଠନ ଅନ୍ତର୍ଭୁକ୍ତ।

ଏହା ମଧ୍ୟ ପଢନ୍ତୁ: ପେଲଭିକ୍ ଅର୍ଗାନ ପ୍ରୋଲାପ୍ସ ଓ ଅକ୍ୟୁପେସନାଲ ଥେରାପି

ଅକ୍ୟୁପେସନାଲ ଥେରାପି କଣ: ଅକ୍ୟୁପେସନାଲ ଚିକିତ୍ସା ହେଉଛି ସ୍ବାସ୍ଥ୍ୟ ସେବା ସହିତ ଜଡିତ ଏକ ଶାଖା। ଯେଉଁଥିରେ କୌଣସି ରୋଗ, ବିଶୃଙ୍ଖଳା, ଦୁର୍ଘଟଣା ଏବଂ ଅନ୍ୟାନ୍ୟ କାରଣରୁ ମାନସିକ ବା ଶାରୀରିକ ଅକ୍ଷମତାର ସମ୍ମୁଖିନ ହେଉଥିବା ଲେକମାନଙ୍କର କାର୍ଯ୍ୟଦକ୍ଷତାକୁ ଉନ୍ନତି କରିବା ପାଇଁ ତାଲିମ ଦେବା ପାଇଁ ପ୍ରୟାସ କରାଯାଇଥାଏ ।

ଏହି ପଦ୍ଧତିରେ ବିଭିନ୍ନ ବୟସର ପୀଡିତଙ୍କୁ ବିଭିନ୍ନ ପ୍ରକାର ଥେରାପି ସାହାଯ୍ୟରେ ଶାରୀରିକ, ସମ୍ବେଦନଶୀଳ କିମ୍ବା ଜ୍ଞାନଗତ ସମସ୍ୟାର ସମାଧାନ କରିବାରେ ଏକ ପ୍ରୟାସ କରାଯାଏ। ଅକ୍ୟୁପେସନାଲ ଥେରାପି କେବଳ ଆହତ କିମ୍ବା ଭିନ୍ନକ୍ଷମ ରୋଗୀଙ୍କୁ ଥଇଥାନ କରିବାରେ ସାହାଯ୍ୟ କରେ ନାହିଁ ବରଂ ସେମାନଙ୍କୁ ସାଧାରଣ ଜୀବନଯାପନ କରିବାରେ ସାହାଯ୍ୟ କରିଥାଏ । ଏହି ଥେରାପି ରୋଗୀଙ୍କୁ ସମ୍ପୂର୍ଣ୍ଣ ରୂପେ ଅନୁଶୀଳନ କରି ସେମାନଙ୍କର ଶାରୀରିକ ଏବଂ ମାନସିକ ଅକ୍ଷମତାକୁ ଦୂର କରିବା ସଙ୍ଗେସଙ୍ଗେ ସମାଜର ମୁଖ୍ୟ ସ୍ତ୍ରୋତରେ ସାମିଲ କରିବାରେ ସାହାଯ୍ୟ କରିଥାଏ ।

ଦିବସ ପାଳନ କରିବାର ଉଦ୍ଦେଶ୍ୟ ତଥା ମହତ୍ତ୍ବ: ଅକ୍ୟୁପେସନାଲ ଥେରାପି ବ୍ୟକ୍ତିର କାର୍ଯ୍ୟକୁ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରୁଥିବାରୁ ରୋଗୀର ଦକ୍ଷତାରେ ଉନ୍ନତି ଆଣିଥାଏ । ଯାହା ଦ୍ବାରା ମସ୍ତିଷ୍କର ନ୍ୟୁରାଲ ପ୍ଲାଷ୍ଟିସିଟିକୁ ସହଜ କରିଥାଏ। ଏହି ଚିକିତ୍ସା ସାଧାରଣତଃ ମସ୍ତିଷ୍କ ପକ୍ଷାଘାତ, ମେରୁଦଣ୍ଡ ଆଘାତ, ଷ୍ଟ୍ରୋକ, ମାନସିକ ଅନଗ୍ରସରତା, ଆଥ୍ରାଇଟିସ, ଡିମେନସିଆ ଏବଂ ପାର୍କିନସନ ରୋଗୀଙ୍କୁ ପ୍ରଦାନ କରାଯାଇଥାଏ । ଏହି ସମସ୍ତ ରୋଗୀ ଶାରୀରିକ ଏବଂ ମାନସିକ ଭାବେ ଅକ୍ଷମତା ଯୋଗୁଁ ଅନ୍ୟ ଉପରେ ନିର୍ଭରଶୀଳ ହୋଇଥାଆନ୍ତି । କିନ୍ତୁ ଏହି ଥେରାପି ସାହାଯ୍ୟରେ ବ୍ୟକ୍ତିର ଶାରୀରିକ ଚିକିତ୍ସା ସହିତ ସାମାଜିକ, ଆର୍ଥିକ କାରଣ ଉପରେ ଅନୁଧ୍ୟାନ କରି ଜୀବନରେ ପୂର୍ଣ୍ଣତା ଆଣିଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.