ହାଇଦ୍ରାବାଦ: ଏକଦା, ମାନସିକ ସମସ୍ୟା ବିଷୟରେ, ଲୋକମାନେ ଅନ୍ୟମାନଙ୍କ ସହ ଆଲୋଚନା କରିବାକୁ ଲଜ୍ଜିତ କରୁଥିଲେ, କାରଣ ଲୋକେ ସେମାନଙ୍କୁ ମାନସିକ ରୋଗୀ ଭାବରେ ବିବେଚନା କରିବେ ଆଶଙ୍କା ରହୁଥିଲା । କିନ୍ତୁ ବର୍ତ୍ତମାନ ସମୟରେ, ବିଶେଷକରି କୋରୋନା ଆରମ୍ଭ ହେବା ପରେ ମାନସିକ ସ୍ବାସ୍ଥ୍ୟ ବଜାୟ ରଖିବା ଆବଶ୍ୟକତା ବିଷୟରେ ବିଶ୍ୱବ୍ୟାପୀ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଛି । କିନ୍ତୁ ଏଥି ସହିତ, ଗତ କିଛି ବର୍ଷ ମଧ୍ୟରେ, ମାନସିକ ବିକୃତି କିମ୍ବା ସବୁ ବୟସର ବ୍ୟକ୍ତିଙ୍କ କ୍ଷେତ୍ରରେ ମାନସିକ ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧି ଘଟିଥିବା ବିଶ୍ବ ମାନସିକ ରୋଗ ବିଶେଷଜ୍ଞଙ୍କ ପରିସଂଖ୍ୟାନ, ଫଳାଫଳ ଏବଂ ବିଭିନ୍ନ ଅନୁସନ୍ଧାନ ରିପୋର୍ଟ କରିଛନ୍ତି ।
ଏଭଳି ପରିସ୍ଥିତିରେ, 10 ଅକ୍ଟୋବରରେ ସାରା ବିଶ୍ୱରେ ପାଳନ କରାଯାଉଥିବା "ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ"(World Mental Health Day)ର ମହତ୍ତ୍ୱ ଆହୁରି ବୃଦ୍ଧି ପାଇଛି । ଏହି ଦିବସ ପାଳନ ଦ୍ବାରା ସମାଜରେ ମାନସିକ ରୋଗୀଙ୍କ ସଂଖ୍ୟା ହ୍ରାସ କରିବା ମୁଖ୍ୟ ଉଦ୍ଦେଶ୍ୟ ରହିଛି ।
ଇତିହାସ(History of World Mental Health Day)
ମାନସିକ ସ୍ବାସ୍ଥ୍ୟ ସହ ଜଡିତ ମୁଖ୍ୟ କାରଣ ଗୁଡିକୁ ପ୍ରତିରୋଧ କରିବାର ଉପାୟ ବାହାର କରିବା ପାଇଁ ପ୍ରତିବର୍ଷ ବିଶ୍ୱ ମାନସିକ ସ୍ବାସ୍ଥ୍ୟ ସଂଗଠନ ଆୟୋଜିତ ହୋଇଥାଏ । ବିଭିନ୍ନ ଥିମ୍ ସହ ଲୋକଙ୍କୁ ସଚେତନ କରାଇବା ପାଇଁ ଏହି ଦିବସ ପାଳନ କରାଯାଏ । ଚଳିତ ବର୍ଷ ବିଶ୍ୱ ମାନସିକ ସ୍ବାସ୍ଥ୍ୟ ସଙ୍ଗଠନ "Mental health in an equal world" ବିଷୟବସ୍ତୁ ଅନୁସାରେ ମାନସିକ ସ୍ବାସ୍ଥ୍ୟ ଦିବସ ପାଳନ କରିବାକୁ ଘୋଷଣା କରିଛି ।
ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପ୍ରଥମେ 1992 ମସିହାରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ସଂଘ ଦ୍ୱାରା ଘୋଷଣା କରାଯାଇଥିଲା । ଏହା ପରେ ମିଳିତ ଜାତିସଂଘ ଦ୍ୱାରା ପ୍ରତିବର୍ଷ ଏକ ନୂତନ ଥିମ୍ ସହିତ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରିବାର ପରମ୍ପରା ଆରମ୍ଭ ହୋଇଥିଲା ।
ଆହ୍ୱାନ ଏବଂ ପରିସଂଖ୍ୟାନ
ଉତ୍ତରାଖଣ୍ଡର ଜଣେ ମାନସିକ ରୋଗ ବିଶେଷଜ୍ ଡ଼. ବୀଣା କୃଷ୍ଣନ୍ କହିଛନ୍ତି ଯେ, ଯଦିଓ ପୂର୍ବ ଅପେକ୍ଷା ଲୋକଙ୍କ ମଧ୍ୟରେ ମାନସିକ ସମସ୍ୟା ବିଷୟରେ ସଚେତନତା ବୃଦ୍ଧି ପାଇଛି, କିନ୍ତୁ ଗତ କିଛି ବର୍ଷ ମଧ୍ୟରେ, ବିଭିନ୍ନ କାରଣରୁ, ଅନେକ ଲୋକଙ୍କ ମଧ୍ୟରେ ମାନସିକ ସମସ୍ୟା ଦେଖାଦେଇଛି ।
ଏହା ଏକ ଚିନ୍ତାର ବିଷୟ ଯେ, ତଥାପି ବହୁ ସଂଖ୍ୟକ ଲୋକ ଡାକ୍ତରଙ୍କ ପାଖକୁ ଯାଇ ଚିକିତ୍ସା ପାଇଁ ଦ୍ୱିଧା କରନ୍ତି । ଏଥି ସହିତ, ଏହିପରି ଲୋକଙ୍କ ସଂଖ୍ୟା ମଧ୍ୟ କମ୍ ନୁହେଁ, ଯେଉଁମାନେ ସମସ୍ୟାର ଲକ୍ଷଣ ଦେଖାଇବା ସତ୍ତ୍ବେ ସେମାନଙ୍କର ମାନସିକ ସମସ୍ୟା ଥିବା ଗ୍ରହଣ କରିବାକୁ ପ୍ରସ୍ତୁତ ନଥାନ୍ତି ।
ସେ ବ୍ୟାଖ୍ୟା କରିଛନ୍ତି ଯେ ଶିକ୍ଷା, ଚାକିରି, ଭବିଷ୍ୟତ, ସମ୍ପର୍କ କିମ୍ବା କର୍ମକ୍ଷେତ୍ରର ଚାପ, କୌଣସି ଦୁର୍ଘଟଣା କିମ୍ବା ଶୋଷଣର ପ୍ରଭାବ ଏବଂ ବର୍ତ୍ତମାନର ଖରାପ ଜୀବନଶୈଳୀ ସହିତ ଅନେକ କାରଣ ରହିଛି, ଯାହା ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ମାନସିକ ସମସ୍ୟା ସୃଷ୍ଟି କରିଥାଏ । ଏଥି ସହିତ, ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି କି, ବର୍ତ୍ତମାନ ସମୟରେ ମାନସିକ ରୋଗରେ ସର୍ବାଧିକ କିଶୋର ଓ ଯୁବପିଢି ସମ୍ମୁଖୀନ ହେଉଛନ୍ତି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରିସଂଖ୍ୟାନ ମଧ୍ୟ ନିଶ୍ଚିତ କରେ ଯେ, ବିଶ୍ୱରେ ମାନସିକ ସମସ୍ୟାରେ ପୀଡ଼ିତ ସମୁଦାୟ ଜନସଂଖ୍ୟାର ପ୍ରାୟ 16% ବୟସ 10 ରୁ 19 ବର୍ଷ ମଧ୍ୟରେ । ସଂଗଠନ ଦ୍ବାରା ପ୍ରକାଶିତ ବିଭିନ୍ନ ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ଦୁନିଆର ପ୍ରତ୍ୟେକ ଚାରି ଜଣଙ୍କ ମଧ୍ୟରୁ ଜଣେ ସେମାନଙ୍କ ଜୀବନର କେତେକ ସମୟରେ କିଛି ନା କିଛି ମାନସିକ ବିକୃତି କିମ୍ବା ସ୍ନାୟୁଗତ ରୋଗର ସମ୍ମୁଖୀନ ହୁଅନ୍ତି । ଏଥି ସହିତ, ବିଶ୍ବସ୍ତରରେ ପ୍ରାୟ 450 ନିୟୁତ ଲୋକ ମାନସିକ ସ୍ବାସ୍ଥ୍ୟ ସମସ୍ୟା ଏବଂ ବ୍ୟାଧିରେ ପୀଡିତ ଅଛନ୍ତି ।
ମାନସିକ ସମସ୍ୟା ଦୂର ପାଇଁ ସରକାରୀ ପ୍ରୟାସ
ଭାରତରେ ମାନସିକ ସ୍ୱାସ୍ଥ୍ୟସେବା ସମ୍ପର୍କରେ ସରକାରୀ ସ୍ତରରେ ମଧ୍ୟ ଅନେକ ଉଦ୍ୟମ କରାଯାଉଛି । ସରକାରୀ ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ, 1982 ମସିହାରେ ଭାରତ ସରକାରଙ୍କ ଦ୍ବାରା ଜାତୀୟ ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ (NMHP) ଆରମ୍ଭ କରାଯାଇଥିଲା, ଯାହା ଜନସାଧାରଣଙ୍କ ପାଇଁ ସର୍ବନିମ୍ନ ମାନସିକ ସ୍ବାସ୍ଥ୍ୟ ଚିକିତ୍ସାର ଉପଲବ୍ଧତାକୁ ସୁନିଶ୍ଚିତ କରିଥିଲା । ଯାହାର ଉଦ୍ଦେଶ୍ୟ ଥିଲା ପ୍ରାଥମିକ ସ୍ୱାସ୍ଥ୍ୟସେବାରେ ମାନସିକ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ବାରୋପ ଦେବା ଏବଂ ଏହି ସସ୍ୟାକୁ ଦୂର କରିବା । ଏହା ପରେ, 2014 ମସିହାରେ, 10 ଅକ୍ଟୋବରରେ, ଜାତୀୟ ମାନସିକ ସ୍ୱାସ୍ଥ୍ୟ ନୀତି ଘୋଷଣା କରାଯାଇଥିଲା ।
ଏହି ଦିଗରେ ମାନସିକ ସ୍ୱାସ୍ଥ୍ୟ ସେବାକୁ ମଜବୁତ କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ସେବା ଅଧିନିୟମ 2017 ମଧ୍ୟ ଅଣାଯାଇଥିଲା । ଏହା ବ୍ୟତୀତ କୋଭିଡ ସମୟରେ ସରକାରୀ ଉଦ୍ୟମରେ ଦେୟମୁକ୍ତ ମାନସିକ ସ୍ବାସ୍ଥ୍ୟ ପୁନର୍ବାସ ହେଲ୍ପଲାଇନ କିରଣ ମଧ୍ୟ 13 ଟି ଭାଷାରେ ଆରମ୍ଭ କରାଯାଇଥିଲା, ଯାହା ଚାପ, ଚିନ୍ତା, ଉଦାସୀନତା, ଆତଙ୍କିତ ଆକ୍ରମଣ, ସମନ୍ୱୟରେ ପୀଡିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଉଦ୍ଦିଷ୍ଟ ଥିଲା ।
ମାନସିକ ରୋଗର କାରଣ
ଉଲ୍ଲେଖନୀୟ କଥା ହେଉଛି, ବିଭିନ୍ନ ପ୍ରକାରର ମାନସିକ ସମସ୍ୟା ବା ରୋଗ ଅଛି । ଏଥିମଧ୍ୟରୁ କେତେକ ସ୍ନାୟୁଗତ ସମସ୍ୟା, ଶାରୀରିକ ରୋଗ, ବାର୍ଦ୍ଧକ୍ୟ ଏବଂ ବଂଶଗତ ହେତୁ ହୋଇପାରେ । କେତେକ ଦୁର୍ଘଟଣା କିମ୍ବା ଆଘାତ, ଶାରୀରିକ ନିର୍ଯାତନା, ସମ୍ପର୍କରେ ଫାଟ କିମ୍ବା ପାରିବାରିକ ସମସ୍ୟା, ଏକାପଣ ଏବଂ ପରିସ୍ଥିତି କାରଣରୁ ହୋଇପାରେ ।
ବେଳେବେଳେ କେତେକ ମାନସିକ ସମସ୍ୟା ଏତେ ଭୟଙ୍କର ହୋଇପାରେ ଯେ, ଆତ୍ମହତ୍ୟା କରିବା ଏବଂ ନିଜକୁ କିମ୍ବା ଅନ୍ୟମାନଙ୍କୁ କ୍ଷତି ପହହଞ୍ଚାଇବା ଭଳି ପ୍ରବଳ ଇଚ୍ଛା ସୃଷ୍ଟି ହୋଇପାରେ । ସେଥିପାଇଁ ସମସ୍ୟାର ଆରମ୍ଭରେ ଲକ୍ଷଣ ଗୁଡ଼ିକୁ ବୁଝିବାକୁ ଚେଷ୍ଟା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ବର୍ତ୍ତମାନ ସମୟରେ, ସାଧାରଣତଃ ଦେଖାଯାଉଥିବା ମାନସିକ ସମସ୍ୟା ହେଉଛି ଉଦାସୀନତା କିମ୍ବା ଚାପ, ଚିନ୍ତା ଜନିତ ବ୍ୟାଘାତ କିମ୍ବା ଚିନ୍ତା ଜନିତ ରୋଗ ଯେପରିକି ସାଧାରଣ ଚିନ୍ତା ବ୍ୟାଘାତ, obsessive-compulsive disorder (OCD), ଦୁର୍ଘଟଣା ପରେ ବିକାରଗ୍ରସ୍ତ (PTSD), ସାମାଜିକ ଚିନ୍ତା ବ୍ୟାଧି, ଡିମେନ୍ସିଆ ଏବଂ ଏହାର ବିଭିନ୍ନ ରୂପ ଯେପରିକି ଆଲଜାଇମର, ପାର୍କିନ୍ସନ୍ ରୋଗ ଇତ୍ୟାଦି ।
ମାନସିକ ରୋଗରୁ କିପରି ରକ୍ଷା ପାଇବେ
ଡ. କୃଷ୍ଣନ୍ ବ୍ୟାଖ୍ୟା କରିଛନ୍ତି ଯେ, ଅଧିକାଂଶ ଲୋକ ମାନସିକ ସ୍ବାସ୍ଥ୍ୟ ସମସ୍ୟାର ଲକ୍ଷଣ ଏବଂ ପ୍ରକାର ବିଷୟରେ ଅବଗତ ନୁହଁନ୍ତି । ଶିକ୍ଷିତ ଲୋକମାନଙ୍କର ମଧ୍ୟ ସେମାନଙ୍କ ବିଷୟରେ ଅଧିକ ସଚେତନତା ନାହିଁ । ଏପରି ପରିସ୍ଥିତିରେ, ଜଣେ ବ୍ୟକ୍ତିଙ୍କଠାରେ ମାନସିକ ବିକୃତି କିମ୍ବା ରୋଗର ଲକ୍ଷଣ ସ୍ପଷ୍ଟ ଭାବରେ ଚିହ୍ନିଟ ହେବା ବେଳକୁ ପୀଡିତ ବା ପୀଡିତାଙ୍କ ଅବସ୍ଥା ଖରାପ ହୋଇଯାଇଥାଏ । କେବଳ ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ବିଷୟରେ ନୁହେଁ ବରଂ ଆପଣଙ୍କ ସାଙ୍ଗ, ପରିବାର ଏବଂ ସହକର୍ମୀଙ୍କ ଆଚରଣ ବିଷୟରେ ମଧ୍ୟ ଧ୍ୟାନ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ତୃଷ୍ଣନ୍ ପରାମର୍ଶ ଦେଇଛନ୍ତି । ଯଦି କାହାର ଆଚରଣରେ କିମ୍ବା କୌଣସି ମାନସିକ ରୋଗର ଲକ୍ଷଣ ଲକ୍ଷଣରେ କୌଣସି ପ୍ରକାରର ସମସ୍ୟା ଥାଏ, ତେବେ ସର୍ବପ୍ରଥମେ ସେମାନଙ୍କ ସହ କଥାବାର୍ତ୍ତା କରିବା ସେମାନଙ୍କ ସମସ୍ୟା ବୁଝିବାକୁ ଏବଂ ଆବଶ୍ୟକ ସ୍ଥଳେ ଡାକ୍ତରୀ ପରାମର୍ଶ ଗ୍ରହଣ କରିବା ଉଚିତ୍ । ଏପରି କରିପାରିଲେ ସମାଜରେ ମାନସିକ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇପାରିବ ।