ହାଇଦ୍ରାବାଦ: ପ୍ରତିବର୍ଷ ନଭେମ୍ବର 10 ରେ ବିଶ୍ୱ ଇମ୍ୟୁନାଇଜେସନ୍ ଦିବସ(World Immunization Day 2022) ପାଳନ କରାଯାଏ । ପ୍ରତିରୋଧକଶକ୍ତିର ଆବଶ୍ୟକତା, ରୋଗ ବିରୁଦ୍ଧରେ ଠିକ୍ ସମୟରେ ଟୀକାକରଣର ମହତ୍ତ୍ୱ ବିଷୟରେ ଲୋକଙ୍କୁ ଅବଗତ କରାଇବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଯଦି କୌଣସି ପ୍ରକାରର ମହାମାରୀ କିମ୍ବା ସଂକ୍ରାମକ ରୋଗ ଆସେ ତେବେ ପ୍ରତିରକ୍ଷା ପ୍ରଣାଳୀ ଦୃଢ ଥିଲେ ସଂକ୍ରମଣକୁ ରୋକାଯାଇ ପାରିବ ।
ପ୍ରତିରୋଧକ ଶକ୍ତି ଶିଶୁକୁ ଜୀବନ ପ୍ରତି ବିପଦରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଏହା ମଧ୍ୟ ଏକ ଗୋଷ୍ଠୀର ରୋଗ ବିସ୍ତାରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ, କାରଣ ଟିକା ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ଉତ୍ତେଜିତ କରିଥାଏ ଏବଂ ପରବର୍ତ୍ତୀ ସଂକ୍ରମଣ କିମ୍ବା ରୋଗରୁ ରକ୍ଷା କରିଥାଏ । ଶିଶୁମାନେ କିଛି ପ୍ରାକୃତିକ ପ୍ରତିରକ୍ଷା ସହିତ ଜନ୍ମ ହୁଅନ୍ତି ଯାହାକି ସ୍ତନ୍ୟପାନ ଦ୍ବାରା ପାଇଥା’ନ୍ତି । ଏହାପରେ ବୟସ ବୃଦ୍ଧି ପରେ ଧୀରେ ଧୀରେ ଏହାର ପ୍ରଭାବ ହ୍ରାସ ପାଇଥାଏ । କେଣୁ କୃତ୍ରିମ ଉପାୟରେ ଟୀକାକରଣ ଦ୍ବାରା ପ୍ରତିରକ୍ଷା ପ୍ରଣାଳୀକୁ ଦୂର କରାଯାଇପାରିବ ।
ଟୀକାକରଣ ମଧ୍ୟ COVID-19 ପରି ମହାମାରୀଠାରୁ ରକ୍ଷା କରିବାରେ ସହାୟକ ହୋଇଛି । ତେଣୁ ବିଶ୍ୱ ଇମ୍ୟୁନୋନାଇଜେସନ୍ ଦିବସରେ ଜନସାଧାରଣଙ୍କୁ ଟୀକାକରଣର ମହତ୍ତ୍ୱ ବାବଦରେ ସଚେତନତା ସୃଷ୍ଟି କରିବା ମୁଖ୍ୟ ଉଦ୍ଦେଶ୍ୟ । ପୋଲିଓ ହେଉଛି ଭାରତର ଟିକା ଉପରେ ପଡିଥିବା ବଡ ପ୍ରଭାବର ଏକ ପ୍ରମୁଖ ଉଦାହରଣ ।
ପୋଲିଓ ଏକଦା ଭାରତର ସବୁଠାରୁ ଭୟଭୀତ ରୋଗ ଥିଲା, ଯାହା ସାରା ଦେଶରେ ମୃତ୍ୟୁ ଓ ପକ୍ଷାଘାତ ରୋଗ ସୃଷ୍ଟି କରିଥିଲା, କିନ୍ତୁ ଆଜି ଟୀକାକରଣ ଯୋଗୁଁ 2014 ସୁଦ୍ଧା ଭାରତକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପୋଲିଓ ମୁକ୍ତ ଘୋଷିତ କରାଯାଇଛି ଏବଂ ଏହାକୁ ଏଣ୍ଡେମିକ୍ ଦେଶ ତାଲିକାରୁ ହଟାଇ ଦିଆଯାଇଛି ।
History of Immunization: ଏକାଦଶ ଶତାବ୍ଦୀର ଆରମ୍ଭରେ, ଯେତେବେଳେ ଚାଇନାରେ ବୌଦ୍ଧ ଭିକ୍ଷୁମାନେ ସାପ କାମୁଡ଼ିବାରେ ପ୍ରତିରୋଧକ ଶକ୍ତି ପାଇବା ପାଇଁ ସାପ ବିଷ ପିଉଥିଲେ । ଟୀକାକରଣର ଜନକ ଏଡୱାର୍ଡ ଜେନେର୍ ଜଣେ 13 ବର୍ଷର ବାଳକକୁ ଭୁତାଣୁ(କାଓପକ୍ସ) ଟୀକାକରଣ କରିଥିଲେ, ଯାହା ଦ୍ବାରା 1796 ମସିହାରେ ସ୍ମଲ୍ପକ୍ସ ଭୂତାଣୁକୁ କିପରି ରୋକାଯାଇ ପାରିବ ସେ' ବାବଦରେ ଦର୍ଶାଇଥିଲେ ଏବଂ ପରବର୍ତ୍ତୀ ସମୟରେ ସ୍ମଲ୍ପକ୍ସ ଟିକା ବିକଶିତ କରାଯାଇଥିଲା ।
ଏହା ପରେ, ଅଷ୍ଟାଦଶ ଏବଂ ଊନବିଂଶ ଶତାବ୍ଦୀରେ ସମଗ୍ର ବିଶ୍ୱରେ ସ୍ମଲ୍ପକ୍ସ ଟୀକାକରଣ ବହୁଳ ଭାବରେ ବ୍ୟବହୃତ ହୋଇଥିଲା, ଫଳସ୍ୱରୂପ 1979 ରେ ବିଶ୍ବସ୍ତରରେ ସ୍ମଲ୍ପକ୍ସକୁ ବିଶ୍ବସ୍ତରରେ ପ୍ରତିହତ କରାଯାଇ ପାରିଥିଲା । ଅନ୍ୟ ଜଣେ ଡାକ୍ତର ଲୁଇସ୍ ପଶ୍ଚର୍ 1897ରେ କଲେରା ଟୀକା ବିକଶିତ କରିଥିଲେ, ଯାହା ଫଳରେ କଲେରା ମହାମାରୀକୁ ରୋକାଯାଇ ପାରିଥିଲା । ତେଣୁ ରୋଗପ୍ରତିରୋଧକ ଜୀବନ ନିହାତି ଆବଶ୍ୟକ । ସଚେତନ ରହିଲେ କୌଣସି ପ୍ରକାରର ମହାମାରୀକୁ ସହଜରେ ପ୍ରତିହତ କରାଯାଇ ପାରିବ ।