ETV Bharat / sukhibhava

World Heart Day 2023: ହାର୍ଟକୁ ସୁସ୍ଥ ରଖନ୍ତୁ, ନିଜେ ସୁରକ୍ଷିତ ରୁହନ୍ତୁ

author img

By ETV Bharat Odisha Team

Published : Sep 29, 2023, 6:30 AM IST

ହୃଦୟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ପ୍ରଦାନ କରିବା ସହିତ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର 29 ତାରିଖରେ ବିଶ୍ବ ହୃଦୟ ଦିବସ ପାଳନ କରାଯାଏ। ଅଧିକ ପଢନ୍ତୁ

World Heart Day 2023
World Heart Day 2023

ହାଇଦ୍ରାବାଦ: ଆଜି ବିଶ୍ବ ହୃଦୟ ଦିବସ। ହୃଦୟ ହେଉଛି ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ହୃଦୟ ବିନା ଜୀବନ ଅସମ୍ଭବ। ଯଦି ଜଣେ ହୃଦଘାତରେ ପୀଡିତ ହୋଇଥାଆନ୍ତି ତେବେ ଏହାର ପ୍ରଭାବ ସମଗ୍ର ସ୍ବାସ୍ଥ୍ୟ ଉପରେ ପଡିଥାଏ। ତେଣୁ ହାର୍ଟର ଯତ୍ନ ନେବା ନିହାତି ଆବଶ୍ୟକ ଅଟେ। ହୃଦୟକୁ ସୁସ୍ଥ ରଖିବା ପାଇଁ ବିଶେଷ କରି ଖାଦ୍ୟ ଉପରେ ଅଧିକ ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ତେବେ ଆଜିକା ସମୟରେ ଯୁବପିଢି ଅଧିକ ହୃଦଘାତର ଶିକାର ହେଉଛନ୍ତି। ତେଣୁ ହୃଦୟକୁ ସୁସ୍ଥ ରଖିବା ପାଇଁ ପ୍ରୟାସ କରିବା ଜରୁରୀ ଅଟେ।

ଯଦି କହିବା ହୃଦୟ ମଧ୍ୟ ଏକ ମାଂସପେଶୀ.. ଯାହା ସମସ୍ତ ଅଙ୍ଗ ଏବଂ ମାଂସପେଶୀକୁ ରକ୍ତ ଯୋଗାଇଥାଏ । ହୃଦୟରେ ତିନୋଟି ମୁଖ୍ୟ ଧମନୀ (କରୋନାରୀ ଧମନୀ) ଏହି କାର୍ଯ୍ୟରେ ଜଡିତ । ଯେପର୍ଯ୍ୟନ୍ତ ଏଗୁଡିକ ସୁରୁଖୁରୁରେ କାମ କରେ ସେତ ପର୍ଯ୍ୟନ୍ତ କୌଣସି ଅସୁବିଧା ହୁଏ ନାହିଁ । ରକ୍ତଭଣ୍ଡାରର ଆଭ୍ୟନ୍ତରୀଣ ଲାଇନ୍(inner lining, epithelium)ବହୁତ କଠିନ ଥାଏ, ଏଥିରେ କୌଣସି ଫାଙ୍କ ନଥାଏ । ଏହା ରକ୍ତବାହୀ ପାଇଁ ପ୍ରତିରକ୍ଷା ଭାବରେ କାର୍ଯ୍ୟ କରିଥାଏ।

ଯଦି ଏଥିରେ ସମସ୍ୟା ହୁଏ, ତେବେ ଫାଙ୍କ ସୃଷ୍ଟି ହେବ ଏବଂ ଅତ୍ୟଧିକ କୋଲେଷ୍ଟ୍ରଲ ରକ୍ତରେ ପ୍ରବେଶ କରିବା ଆରମ୍ଭ କରିବ । ଏହି କୋଲେଷ୍ଟ୍ରଲ ମାକ୍ରୋଫେଜ୍ କୋଷଗୁଡ଼ିକୁ ଆକର୍ଷିତ କରିଥାଏ । ସେମାନେ ଚର୍ବି ଗୁଡ଼ିକୁ ଧରି ଫୋମ୍ କଣିକାରେ ପରିଣତ କରନ୍ତି । ଏଗୁଡ଼ିକ ଧୀରେ ଧୀରେ ଫ୍ୟାଟି ଜମା (atheroma)ରେ ପରିଣତ ହୁଅନ୍ତୁ । ଫଳରେ ସାଇଷ୍ଟସ୍(cysts) ବୃଦ୍ଧି ପାଇ ରକ୍ତ ପ୍ରବାହକୁ ରୋକିବା ଆରମ୍ଭ କରେ, ଯାହା ଦ୍ବାରା ଛାତି ଯନ୍ତ୍ରଣା, ହୃଦଘାତ(heart attack) ଏବଂ ଶେଷରେ ଅଙ୍ଗ ବିଫଳ(heart failure) ହୋଇଯାଏ।

ବିଶ୍ବ ହୃଦୟ ଦିବସର ଇତିହାସ: WHF(World Heart Federation) ଏବଂ WHO(World Health Organization) ଦ୍ୱାରା ଏହି ଦିବସ ଆରମ୍ଭ ହୋଇଥିଲା। ପ୍ରଥମେ ସେପ୍ଟେମ୍ବର ଶେଷ ରବିବାରରେ ଏହି ଦିନ ପାଳନ କରାଯିବ ବୋଲି ଘୋଷଣା କରାଯାଇଥିଲା। ପରେ ସେପ୍ଟେମ୍ବର 29 ତାରିଖକୁ ବିଶ୍ବ ହୃଦୟ ଦିବସ ଭାବେ ପାଳନ କରିବା ପାଇଁ ସ୍ଥିର କରାଯାଇଥିଲା।

ଏହା ମଧ୍ୟ ପଢନ୍ତୁ: World Heart Day: ଡାଏଟରେ ସାମିଲ କରନ୍ତୁ ଏହିସବୁ ଖାଦ୍ୟ, ଦୂର ହେବ ହୃଦ ସମସ୍ୟା

ବିଶ୍ବ ହୃଦୟ ଦିବସ ପାଳନ କରିବାର ଉଦ୍ଦେଶ୍ୟ: ଜନସାଧାରଣଙ୍କୁ ହୃଦୟ ସମ୍ବନ୍ଧୀୟ ରୋଗ ବିଷୟରେ ଅବଗତ କରାଇବା ବିଶ୍ବ ହୃଦୟ ଦିବସର ମୁଖ୍ୟ ଉଦ୍ଦେଶ୍ୟ। ବିଶ୍ବ ଜନସଂଖ୍ୟାକୁ ପ୍ରଭାବିତ କରୁଥିବା ହୃଦୟ ସମସ୍ୟା ଏବଂ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବାକୁ WHF ପକ୍ଷରୁ ଏହି ଦିନ ପ୍ରତିଷ୍ଠା କରାଯାଇଥିଲା।

କାହିଁକି ପାଳନ କରାଯାଏ ବିଶ୍ବ ହୃଦୟ ଦିବସ: ବିଶ୍ୱ ହୃଦୟ ଦିବସ ବିଷୟରେ ଜନସାଧାରଣ ସଚେତନ ହେବା ଜରୁରୀ ଅଟେ। କାରଣ ଆଜିକା ସମୟରେ ମଧ୍ୟ ଅନେକ ଲୋକ ହାର୍ଟଆଟାକ ଏବଂ ହୃଦୟ ସମ୍ବନ୍ଧୀୟ ରୋଗ ବିଷୟରେ ଜାଣି ନାହାନ୍ତି। ଅସ୍ବାସ୍ଥ୍ୟକର ଖାଦ୍ୟାଭ୍ୟାସ ଏବଂ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ସବୁ ବୟସର ଲୋକମାନେ ହୃଦୟ ସମ୍ବନ୍ଧୀତ ରୋଗରେ ପୀଡିତ ହୋଇଥାଆନ୍ତି। ତେଣୁ ଲୋକମାନଙ୍କୁ ହୃଦୟକୁ ନେଇ ସଚେତନତା କରାଇବା ପାଇଁ ବିଶ୍ବ ହୃଦୟ ଦିବସ ପାଳନ କରାଯାଏ।

ବିଶ୍ବ ହୃଦୟ ଦିବସର ଥିମ: ଚଳିତ ବର୍ଷ ବିଶ୍ୱ ହୃଦୟ ଦିବସ 'Use Heart, Know Heart is Open-Ended' ଥିମକୁ ନେଇ ପାଳନ କରାଯାଉଛି। ଏହାର ଅର୍ଥ ହାର୍ଟକୁ ସୁସ୍ଥ ରଖିବା ପାଇଁ ପ୍ରୟାସ ଜରୁରୀ ଅଟେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.