ETV Bharat / sukhibhava

World Head Injury Awareness Day: ସାମାନ୍ୟ ଆଘାତ ବି ନେଇପାରେ ଜୀବନ ! ରୁହନ୍ତୁ ସତର୍କ - ହେଲ୍‌ଥ ଟିପ୍ସ

ମୁଣ୍ଡରେ ଆଘାତର ଗମ୍ଭୀରତାକୁ ଏଡାଇବା ପାଇଁ ସତର୍କତା କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ 20ରେ "ବିଶ୍ୱ ମସ୍ତିଷ୍କ ଆଘାତ ସଚେତନତା ଦିବସ" ବା ୱାର୍ଲ୍ଡ ହେଡ୍ ଇଞ୍ଜୁରି ଏୱାରନେସ୍ ଡେ' ପାଳନ କରାଯାଏ । ଶରୀରର ସବୁଠୁ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ମସ୍ତିଷ୍କର ଯତ୍ନ କିପରି ନେବେ, ଜାଣନ୍ତୁ

World Head Injury Awareness Day
World Head Injury Awareness Day
author img

By

Published : Mar 20, 2023, 10:48 AM IST

ହାଇଦ୍ରାବାଦ: ମସ୍ତିଷ୍କ ମାନବ ଶରୀରର ଏକ ପ୍ରମୁଖ ଅଙ୍ଗ । କେବଳ ଦୁର୍ଘଟଣା ସମୟରେ ନୁହେଁ, ଖେଳିବା, ଡେଇଁବା କିମ୍ବା ଅନ୍ୟ କୌଣସି କାରଣରୁ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିପାରେ । ଅଧିକାଂଶ ଲୋକ ଏହାକୁ ଅଣଦେଖା କରିଦିଅନ୍ତି । ମାତ୍ର ବେଳେବେଳେ ଏହା ଗୁରୁତର ସମସ୍ୟା ସୃଷ୍ଟି କରିପାରେ । ମୁଣ୍ଡରେ ଆଘାତର ଗମ୍ଭୀରତାକୁ ଏଡାଇବା ପାଇଁ ସତର୍କତା କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ 20ରେ "ବିଶ୍ୱ ମସ୍ତିଷ୍କ ଆଘାତ ସଚେତନତା ଦିବସ" ବା ୱାର୍ଲ୍ଡ ହେଡ୍ ଇଞ୍ଜୁରି ଆୱାରନେସ୍ ଡେ' ପାଳନ କରାଯାଏ ।

ମସ୍ତିଷ୍କରେ ଆଘାତ କାହିଁକି ବିପଜ୍ଜନକ ?

ଡାକ୍ତରଙ୍କ କହିବା ଅନୁସାରେ, କ୍ରୀଡା କିମ୍ବା ଅନ୍ୟାନ୍ୟ ଶାରୀରିକ କାର୍ଯ୍ୟକଳାପ କୌଣସି ପ୍ରକାର ରାସ୍ତାରେ କିମ୍ବା ଦୁର୍ଘଟଣା ସମୟରେ ମସ୍ତିଷ୍କରେ ଲାଗିଥିବା ଆଘାତ ସାଂଘାତିକ ହୋଇପାରେ । ଅନେକ ଥର ଏହି କାରଣରୁ ଅକ୍ଷମତାର ସାମ୍ନା କରିବାକୁ ପଡିପାରେ କିମ୍ବା ପୀଡିତଙ୍କ ଜୀବନ ମଧ୍ୟ ଚାଲି ଯାଇପାରେ । ମସ୍ତିଷ୍କରେ ଆଘାତ ସାମାନ୍ୟ ସ୍କ୍ରାଚ୍ ଠାରୁ ଆରମ୍ଭ କରି କ୍ରାନିଆଲ୍ ଫ୍ରାକଚର୍, ମସ୍ତିଷ୍କର କିଛି ଅଂଶର କ୍ଷତି, କିମ୍ବା ଆଘାତ ହେତୁ ରକ୍ତସ୍ରାବ କିମ୍ବା ଫୁଲା ହୋଇପାରେ ।

ଉଲ୍ଲେଖନୀୟ ବିଷୟ ହେଉଛି, ଏହି ପ୍ରକାର ଆଘାତ ହେତୁ ପୀଡିତଙ୍କ ମସ୍ତିଷ୍କର ସ୍ନାୟୁ ଏବଂ ଟିସୁ ଅନେକ ଥର ନଷ୍ଟ ହୋଇପାରେ, ଯେଉଁ କାରଣରୁ ସେ ମସ୍ତିଷ୍କରେ ଗଭୀର ଆଘାତ ପାଇପାରନ୍ତି । ଏପରି ସ୍ଥିତିରେ ଆଖି ଏବଂ ସ୍ନାୟୁ ମଧ୍ୟ ପ୍ରଭାବିତ ହୋଇପାରେ । ଯାହା ବେଳେବେଳେ ପୀଡିତଙ୍କୁ ସ୍ଥାୟୀ କିମ୍ବା ଅସ୍ଥାୟୀ ଦୃଷ୍ଟି ହରାଇବା, ଅନ୍ୟ କୌଣସି ଅକ୍ଷମତା, ମାନସିକ ସନ୍ତୁଳନ ହରାଇବା ଇତ୍ୟାଦି ହୋଇଥାଏ । ସାଧାରଣତଃ ଦୁଇ ପ୍ରକାରର ମୁଣ୍ଡ କିମ୍ବା ମସ୍ତିଷ୍କରେ ଆଘାତ ଲାଗିଥାଏ । ମସ୍ତିଷ୍କର ଆଭ୍ୟନ୍ତରୀଣ ଏବଂ ବାହ୍ୟ ଆଘାତ । ଉଭୟ ଅବସ୍ଥା ବେଳେବେଳେ ଗମ୍ଭୀର ହୋଇପାରେ ।

ୱାର୍ଲ୍ଡ ହେଡ୍ ଇଞ୍ଜୁରି ଆୱାରନେସ୍ ଦିବସର ମହତ୍ତ୍ୱ

ସରକାରୀ ଆକଳନ ଅନୁଯାୟୀ ଦେଶରେ ସଡ଼କ ଦୁର୍ଘଟଣାରେ ପ୍ରତିବର୍ଷ ପ୍ରାୟ 80,000 ଲୋକ ପ୍ରାଣ ହରାନ୍ତି । ଯାହାକି ସାରା ବିଶ୍ୱରେ ମୃତ୍ୟୁର ପ୍ରାୟ 13% । ଏଥି ସହିତ, ବିଶ୍ବରେ ପ୍ରତି 4 ମିନିଟରେ ମୁଣ୍ଡରେ ଆଘାତ ହେତୁ ଗୋଟିଏ ଜଣଙ୍କର ମୃତ୍ୟୁ ଘଟିଥାଏ । ଏହି ସଂଖ୍ୟା ଭାରତରେ ପ୍ରତି 7 ମିନିଟରେ ଜଣେ । ମସ୍ତିଷ୍କର ସାମାନ୍ୟ ଆଘାତକୁ ଅଣଦେଖା କରିବା କାରଣରୁ ଏହି ସଂଖ୍ୟା ବୃଦ୍ଧି ପାଉଛି । ତେଣୁ ସାମାନ୍ୟ ଆଘାତକୁ ଅଣଦେଖା ନ କରି ଡାକ୍ତରୀ ଚିକିତ୍ସା କରାଇନେବା ପ୍ରତି ସଚେତନତା ସୃଷ୍ଟି କରେ ଏହି ଦିବସ । ବର୍ତ୍ତମାନ ସମୟରେ ଚିକିତ୍ସା ପ୍ରଣାଳୀ ଉନ୍ନତ ହେଲାଣି, ଯଦି ସଠିକ୍ ସମୟରେ ଚିକିତ୍ସା କରାଯାଏ, ତେବେ ଜଣେ ବ୍ୟକ୍ତି ନିଶ୍ଚିତ ରୂପେ ବିପଦରୁ ରକ୍ଷା ପାଇପାରିବେ । ତେଣୁ କୌଣସି ଅବହେଳା ନ କରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ଏଥିସହ ଯାନବାହାନ ଚଳାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ହେଲମେଟ୍ ପିନ୍ଧନ୍ତୁ ।

ନିୟନ୍ତ୍ରଣ ଗତିରେ ଗାଡି ଚଳାନ୍ତୁ ।

ଗାଡି ଚଳାଇବା ସମୟରେ ମଦ୍ୟପାନ କିମ୍ବା କୌଣସି ପ୍ରକାର ନିଶା ସେବନ କରନ୍ତୁ ନାହିଁ ।

ମୋବାଇଲ୍ ଫୋନ୍ ବ୍ୟବହାର କରନ୍ତୁ ନାହିଁ ।

ଖେଳକୁଦ ସମୟରେ ବ୍ୟାପକ ସତର୍କତା ଅବଲମ୍ବନ କରନ୍ତୁ । ସଚେତନ ରହିଲେ ସୁସ୍ଥ ରିହିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.