ଡାଉନ୍ ସିଂଡ୍ରୋମ : କାହିଁକି କିଛି ଲୋକ ଅଲଗା ଦିଶନ୍ତି ?
ବିଶ୍ୱରେ ଡାଉନ ସିଂଡ୍ରୋମ ଏକ ଗୁଣସୂତ୍ରଜନିତ ବିକାର । ଟ୍ରିପ୍ଲିକେସନ ( ଟ୍ରିସୋମି ) ଗୁଣସୂତ୍ର ବା କ୍ରୋମୋଜୋମ ଦ୍ୱାରା ଏହି ରୋଗ ସୃଷ୍ଟି ହୁଏ । ପ୍ରତିବର୍ଷ ପାଖାପାଖି ୩ ହଜାରରୁ ୫ ହଜାର ଛୁଆ ଏହି ବିକାରର ସହିତ ଜନ୍ମ ନିଅନ୍ତି । ତେବେ, ଡାଉନ ସିଂଡ୍ରୋମ ପ୍ରକୃତରେ କ’ଣ ? ଏ ବାବଦରେ ଡକ୍ଟର ବୀଣା କ୍ରିଷ୍ଣନ ବିସ୍ତୃତ ଭାବେ ବୁଝାଇଛନ୍ତି ।
ଡାଉନ ସିଂଡ୍ରୋମ କ’ଣ ?
ଡକ୍ଟର ବୀଣା କହନ୍ତି ଯେ, ମଣିଷର ୨୩ ଯୋଡା ଗୁଣସୂତ୍ର ଥାଏ । ମାନେ ମୋଟ ୪୬ଟି ଗୁଣସୂତ୍ର ଥାଏ । ତେବେ, ଡାଉନ ସିଂଡ୍ରୋମ ହେଲେ ଅତିରିକ୍ତ ବା କ୍ରୋମୋଜମ ୨୧ର ତୃତୀୟ କପି ଥାଏ । ଏହା ଟ୍ରିସୋମି ୨୧ ନାମରେ ପରିଚିତ । ଫଳରେ ସଂପୃକ୍ତ ବ୍ୟକ୍ତିର କ୍ରୋମଜୋମ ସଂଖ୍ୟା ୪୭ ରହେ । ଏହି ଅତିରିକ୍ତ ଗୁଣସୂତ୍ର ଦ୍ୱାରା ବ୍ୟକ୍ତିର ଶାରୀରିକ ଓ ବୌଦ୍ଧିକ ବିକୃତି ଦେଖାଯାଏ । ଡାଉନ ସିଂଡ୍ରୋମ ଦ୍ୱାରା ପ୍ରଭାବିତ ଲୋକେ ଟିକେ ଅଲଗା ଦିଶନ୍ତି ଓ ସେମାନଙ୍କ ଶିଖିବା ପ୍ରକ୍ରିୟା ପ୍ରଭାବିତ ହୋଇଥାଏ ।
ସଙ୍କେତ
. ଚେପଟା ମୁହଁ ,ବିଶେଷ କରି ନାକର ମଧ୍ୟ ଭାଗ
. ଆଲମଣ୍ଡ ଆକୃତିର ଆଖି ଯାହା କି ତେରେଚ୍ଛା ରହେ
. ଛୋଟ ବେକ
. ଛୋଟ କାନ
. ଜିଭ ସବୁବେଳ ପାଟି ଭିତରୁ ବାହାରକୁ ଚାଲିଆସେ
. ଆଖିର ଇରିଜ୍ରେ ଛୋଟ ଛୋଟ ଧଳା ଚିହ୍ନ
. ଛୋଟ ହାତ ଓ ପାଦ
. ହାତ ପାପୁଲିରେ ସିଙ୍ଗଲ ଲାଇନ
. ଛୋଟ ଗୋଲାପୀ ଅଙ୍ଗୁଳି । ବେଳେ ବେଳେ ବୁଢା ଅଙ୍ଗୁଳିଗୁଡିକ ପ୍ରତି ଢଳେଇ ରହେ
.ଦୁର୍ବଳ ମସଲ ଟୋନ୍ ବା ଲୁଜ୍ ଜଏଂଟ୍ସ
. କମ୍ ଉଚ୍ଚତା
ଡକ୍ଟର କ୍ରିଷନଙ୍କ ମତରେ ଡାଉନ ସିଂଡ୍ରୋମ ଦ୍ୱାରା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଓ ମେଡିକାଲ ଜଟିଳତା ଜଡିତ ଥାଏ । ଯେମତିକି ଲ୍ୟୁକେମିଆ, ଦୁର୍ବଳ ଦୃଷ୍ଟିଶକ୍ତି, ଶ୍ରବଣ ଶକ୍ତି ସମସ୍ୟା, କନଜେନିସାଲ ହାର୍ଟ ଡିଜିଜ୍, ସ୍ମରଣ ଶକ୍ତି ସମସ୍ୟା, ନିଦ୍ରା ହୀନତା ଆଦି ।
ବିଭିନ୍ନ ପ୍ରକାର ଡାଉନ ସିଂଡ୍ରୋମ
ସିଡିସି ଅନୁସାରେ ୩ ପ୍ରକାର ଡାଉନ ସିଂଡ୍ରୋମ ରହିଛି ।
୧. ଟ୍ରିସୋମି ୨୧ - ପ୍ରାୟ ୯୫ ପ୍ରତିଶତ ଲୋକ ଏ ପ୍ରକାର ଡାଉନ ସିଂଡ୍ରୋମରେ ପୀଡିତ ହୋଇଥାଆନ୍ତି । ଏହି ସିଂଡ୍ରୋମରେ ଶରୀରର ପ୍ରତି କୋଷରେ କ୍ରୋମଜୋମ ୨୧ର ତିନିଟି ଅଲଗା କପି ଥାଏ ।
୨. ଟ୍ରାନସଲୋକେସନ ଡାଉନ ସିଂଡ୍ରୋମ – ଏ ପ୍ରକାର ଡାଉନ ସିଂଡ୍ରୋମରେ ପୀଡିତଙ୍କ ପ୍ରତିଶତ ବହୁତ କମ୍ । ଅତିରିକ୍ତ କ୍ରୋମଜୋମ ୨୧ର ସମଗ୍ର ଉପସ୍ଥିତି ସତ୍ତ୍ବେ ଏହା ଆଟାଚ୍ ବା ବିଭିନ୍ନ କ୍ରୋମଜୋମକୁ ଟ୍ରାନସ ଲୋକେଟ୍ ହେଲେ ଏହି ସିଂଡ୍ରୋମ ଦେଖାଯାଏ ।
୩. ମୋଜାଇକ୍ ଡାଉନ ସିଂଡ୍ରୋମ – ମାତ୍ର ୨ ପ୍ରତିଶତ ଲୋକ ହିଁ ଏପ୍ରକାର ଡାଉନ ସିଂଡ୍ରୋମରେ ପୀଡିତ ହୋଇଥାଆନ୍ତି । ମୋଜାଇକ୍ର ଅର୍ଥ ହେଲା ମିଶ୍ରଣ । ମୋଜାଇକ ଡାଉନ ସିଂଡ୍ରୋମରେ ପୀଡିତ ଶିଶୁମାନଙ୍କର କିଛି କୋଷରେ କ୍ରୋମଜୋମ -୨୧ର ୩ଟି କପି ଥାଏ । କିନ୍ତୁ ଅନ୍ୟ କୋଷଗୁଡିକରେ କ୍ରୋମଜୋମ୨୧ର ସ୍ୱାଭାବିକ ଭାବେ ଦୁଇଟି ଲେଖାଏଁ କପି ଥାଏ ।
କାହା ପ୍ରତି ବିପଦ ଅଧିକ ?
ଆମ ବିଶେଷଜ୍ଞ କହନ୍ତି ଯେ, ୩୫ ବର୍ଷରୁ ଅଧିକ ବୟସରେ ମହିଳାମାନେ ଗର୍ଭବତୀ ହେଲେ ସେମାନଙ୍କ ଛୁଆଙ୍କୁ ଡାଉନ ସିଂଡ୍ରୋମ ହେବା ଆଶଙ୍କା ଥାଏ । ଏହାଛଡା ଏହା ବଂଶାନୁକ୍ରମିକ ବି ହୋଇଥାଏ । ତେଣୁ ଗର୍ଭବତୀ ମହିଳାଙ୍କ ଆମିନୋସେଂଟେସିସ୍ ଟେଷ୍ଟ କରାଇବା ଜରୁରୀ । ଅନ୍ୟ ପେରେଂଟାଲ ଟେଷ୍ଟ ମଧ୍ୟରେ କ୍ରୋନିଅକ୍ ଭିଲସ ସାମ୍ପଲିଂ (ସିଭିଏସ ) ଓ ପରକୁଟାନିଅସ ଅଂବ୍ଲିକାଲ ବ୍ଲଡ୍ ସାମ୍ପଲିଂ ( ପିୟୁବିଏସ ) ଟେଷ୍ଟ ବି କରାଯାଇପାରେ । ଏହାପରେ ଯେତେବେଳ ଛୁଆ ଜନ୍ମ ହୁଏ, ଶାରୀରିକ ପରୀକ୍ଷା ଓ ବ୍ଲଡ ଟେଷ୍ଟ ( କାରିଓଟାଇପ) ଦ୍ୱାରା ଡାଉନ ସିଂଡ୍ରୋମ ଅଛି ନା ନାହିଁ ତାହା ନିଶ୍ଚିତ ହୁଏ ।
ଡାଉନ ସିଂଡ୍ରୋମର ଚିକିତ୍ସା ସମ୍ଭବ କି ?
ଡାଉନ ସିଂଡ୍ରୋମ ଏକ ଆଜୀବନ ସ୍ୱାସ୍ଥ୍ୟ ସମସ୍ୟା । ଏହାର କୌଣସି କ୍ୟୁରେଟିଭ ଟ୍ରିଟମେଂଟ ନାହିଁ ।କିନ୍ତୁ ଏହାର ଲକ୍ଷଣ ନିୟନ୍ତ୍ରିତ କରିହେବ ବୋଲି ଆମର ବିଶେଷଜ୍ଞ କହନ୍ତି । ଆରମ୍ଭରୁ ଚେଷ୍ଟା କଲେ ଶିଶୁର ଶାରୀରିକ ଓ ବୌଦ୍ଧିକ ସାମର୍ଥ୍ୟର ଉନ୍ନତି ହୋଇପାରିବ । ସେନସୋରି ସ୍କିଲ, ସୋସିଆଲ ସ୍କିଲ, ଡେଲି ଲିଭିଂ ସ୍କିଲ୍ ଓ ମୋଟର ସ୍କିଲ୍ ବିକଶିତ କରାଯାଇପାରିଲେ ପୀଡିତଙ୍କ ଅବସ୍ଥାରେ ଉନ୍ନତି ଆସିପାରେ । ନିୟମିତ ହେଲ୍ଥ ଚେକଅପ୍ ବି ଜରୁରୀ । ଡାଉନ ସିଂଡ୍ରୋମରେ ପୀଡିତ ଲୋକେ ସ୍ୱାଭାବିକ ଜୀବନ ଯାପନ କରିପାରିବେ । ଅନ୍ୟ ଲୋକଙ୍କ ସହ ସେମାନଙ୍କର ବି ସମାନ ଅଧିକାର ରହିଛି । ସେମାନଙ୍କୁ କେବଳ ସ୍ନେହ ଶ୍ରଦ୍ଧା ଓ ସହାନୁଭୂତି ଦରକାର ।