ETV Bharat / sukhibhava

Women's Day Special: ଝିଅକୁ ପିଲାଟି ଦିନରୁ ଶିଖାନ୍ତୁ 'ସ୍ବାସ୍ଥ୍ୟ ହିଁ ସମ୍ପଦ'ର ମୂଲ୍ୟ

author img

By

Published : Mar 7, 2023, 10:19 PM IST

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜାଣନ୍ତୁ ସ୍ବାସ୍ଥ୍ୟ ପାଇଁ ଆବଶ୍ୟକୀୟ କେତେକ ପ୍ରାଥମିକ ସଚେତନତା । ଅଧିକ ପଢନ୍ତୁ

International Women's Day
International Women's Day

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ମହିଳାମାନେ ଆଉ ଘରର ଚାରି କାନ୍ଥ ମଧ୍ୟରେ ସୀମିତ ହୋଇନାହାନ୍ତି । ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଅବଦାନ ରହୁଛି । ଏଥିପାଇଁ ସେମାନଙ୍କୁ ଉଭୟ ଘର ଓ ବାହାର ଦାୟିତ୍ବ ତୁଲାଇବାକୁ ପଡୁଛି । ଏସବୁ କାମ ମଧ୍ୟରେ ମହିଳାମାନେ ନିଜର ଦାୟିତ୍ବ ନେବାକୁ ଭୁଲିଯାଆନ୍ତି । ଆଉ ଏହାର ପ୍ରଭାବ ସିଧାସଳଖ ସେମାନଙ୍କ ସ୍ବାସ୍ଥ୍ୟ ଉପରେ ପଡିଥାଏ । ଜଣେ ସୁସ୍ଥ ବ୍ୟକ୍ତି ହିଁ ପ୍ରତିଟି ଆହ୍ବାନକୁ ସାମ୍ନା କରିପାରିବ । ଏଥିପାଇଁ କୁହାଯାଏ 'ସ୍ବାସ୍ଥ୍ୟ ହିଁ ସମ୍ପଦ' ।

ଏଥିପାଇଁ ଅନ୍ତର୍ଜାତୀୟ ମହିଳା ଦିବସକୁ ଦୃଷ୍ଟିରେ ରଖି ETV Bharat ପକ୍ଷରୁ ଆରମ୍ଭ କରାଯାଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ । ମହିଳାମାନେ କିପରି ନିଜର ଯତ୍ନ ନେଇପାରିବେ ସେଥିପାଇଁ ବିଶେଷଜ୍ଞଙ୍କ ବିଶେଷ ପରାମର୍ଶ ଦିଆଯାଉଛି । ଆଜିର ଆର୍ଟିକିଲରେ ଉତ୍ତରାଖଣ୍ଡର ସ୍ତ୍ରୀ ରୋଗ ବିଶେଷଜ୍ଞ ମହିଳାଙ୍କ ସ୍ବାସ୍ଥ୍ୟ ପାଇଁ କେତେକ ବିଶେଷ ପରାମର୍ଶ ଦେଇଛନ୍ତି, ଯାହା ନିମ୍ନରେ ବର୍ଣ୍ଣନା କରାଯାଇଛି...

ଉତ୍ତରାଖଣ୍ଡର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ବିଜୟଲକ୍ଷ୍ମୀ କହିଛନ୍ତି ଯେ, ବର୍ତ୍ତମାନର ସମୟରେ ମଧ୍ୟ ମହିଳାମାନେ ନିଜର ସ୍ବାସ୍ଥ୍ୟ ବାବଦରେ ଆଲୋଚନା କରିବାକୁ ଲଜ୍ଜାବୋଧ କରନ୍ତି । ଏହି କାରଣରୁ ପରବର୍ତ୍ତୀ ସମୟରେ ସେମାନଙ୍କ ରୋଗ ସମସ୍ୟା ଦ୍ବିଗୁଣିତ ହୋଇଯାଏ । ମହିଳାମାନେ ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ, ଖାଦ୍ୟ ଗ୍ରହଣ ଏବଂ ବ୍ୟାୟାମରେ ଅବହେଳା କରନ୍ତି । ବିଶେଷ କରି କାର୍ଯ୍ୟରତ ମହିଳା ଏହିପରି ଅବହେଳା ଅଧିକ କରିଥାନ୍ତି । ଘର ଏବଂ ଅଫିସ୍ ମଧ୍ୟରେ ଏତେ ବ୍ୟସ୍ତ ରୁହନ୍ତି, ସେମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇପାରି ନ ଥାନ୍ତି । ଏସବୁ ବଦଅଭ୍ୟାସ ଫଳରେ ଲୌହର ଅଭାବ ସାଙ୍ଗକୁ ଅନ୍ୟାନ୍ୟ ଜରୁରୀ ପୋଷକ ତତ୍ତ୍ୱର ଅଭାବ ଦେଖାଯାଏ । ଏଥିପାଇଁ କ'ଣ କରାଯିବା ଆବଶ୍ୟକ, ଜାଣନ୍ତୁ...

ଏହା ମଧ୍ୟ ପଢନ୍ତୁ:-ମାସିକ ଧର୍ମ ସମୟରେ ଏହି ସବୁ ସମସ୍ୟାକୁ ଆଦୌ ଅବହେଳା କରନ୍ତୁନି

ପିଲାଦିନରୁ ଅଭ୍ୟସ୍ତ କରାନ୍ତୁ:-ଡକ୍ଟର ବିଜୟଲକ୍ଷ୍ମୀ କହିଛନ୍ତି ଯେ ଆରମ୍ଭରୁ ଘରେ ଝିଅମାନଙ୍କୁ ଶିକ୍ଷା ଦେବା ଅତ୍ୟନ୍ତ ଜରୁରୀ, ଯଦି ସେମାନେ ନିଜର ତଥା ସ୍ୱାସ୍ଥ୍ୟର ଯତ୍ନ ନ ନିଅନ୍ତି, ତେବେ ସେମାନେ କାହାର ଯତ୍ନ ନେଇ ପାରିବେ ନାହିଁ । ଏଥିପାଇଁ ସେମାନଙ୍କୁ ପିଲାଦିନରୁ ସଠିକ୍ ସମୟରେ ପୁଷ୍ଟିକର ଖାଦ୍ୟ ଖାଇବା ଏବଂ ନିୟମିତ ବ୍ୟାୟାମ କରିବା ନିହାତି ଆବଶ୍ୟକ ବୋଲି ଅବଗତ କରାଇବା ଉଚିତ୍ । ଏଥିସହ, ସେମାନେ ଅନୁଭବ କରୁଥିବା ଉଭୟ ଶାରୀରିକ ଏବଂ ମାନସିକ ପୀଡାକୁ ପରିବାର ବର୍ଗଙ୍କ ସହ ଆଲୋଚନା କରିବାର ଆବଶ୍ୟକତା ରହିଛି ବୋଲି ପିଲାଟି ଦିନରୁ ବୁଝାଇବା ଉଚିତ୍ ।

ଡାଏଟ୍ ରୁଟିନ୍ ଆବଶ୍ୟକ-ସେ କହିଛନ୍ତି ଯେ, ଅଧିକାଂଶ ଝିଅ କିମ୍ବା ମହିଳା ସଠିକ୍ ଖାଇବା ନିତ୍ୟକର୍ମ ଅନୁସରଣ କରନ୍ତି ନାହିଁ । ଘର କାମ, ସ୍କୁଲ-କଲେଜ ଅଧ୍ୟୟନ, ଚାକିରି ଆଦି ମଧ୍ୟରେ ସେମାନେ ସେମାନଙ୍କ ଖାଦ୍ୟ ଗ୍ରହଣକୁ ଭୁଲି ଯାଆନ୍ତି । ଯାହା ଶରୀର ପାଇଁ ଆବଶ୍ୟକ ପୁଷ୍ଟିକର ଖାଦ୍ୟ ଉପରେ ପ୍ରଭାବ ପକାଇଥାଏ । ମାସିକ ଋତୁସ୍ରାବ ଏବଂ ଅନ୍ୟାନ୍ୟ କାରଣରୁ ମହିଳାମାନେ ପ୍ରତି ମାସରେ ଅଧିକ ପୋଷଣ ଆବଶ୍ୟକ କରନ୍ତି । ଏଭଳି ପରିସ୍ଥିତିରେ କ୍ୟାଲସିୟମ, ଆଇରନ୍, ଭିଟାମିନ୍, ପ୍ରୋଟିନ୍ ଏବଂ ସମସ୍ତ ଜରୁରୀ ଖଣିଜ ପଦାର୍ଥ ଏବଂ ପୋଷକ ତତ୍ତ୍ୱକୁ ସେମାନଙ୍କ ଖାଦ୍ୟରେ ଆବଶ୍ୟକ ପରିମାଣରେ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ । ସେଥିପାଇଁ ସେମାନଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ଡାଏଟ୍ ରୁଟିନ୍ ରହିବା ଏବଂ ସବୁବେଳେ ପୁଷ୍ଟିକର ଖାଦ୍ୟ ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ଆବଶ୍ୟକ-ଡାକ୍ତର ବିଜୟଲକ୍ଷ୍ମୀ କହିଛନ୍ତି ଯେ, 40 ପରେ କେବଳ ମହିଳା ନୁହଁନ୍ତି ପୁରୁଷମାନେ ମଧ୍ୟ ନିୟମିତ ବ୍ୟବଧାନରେ ଆବଶ୍ୟକ ସ୍ୱାସ୍ଥ୍ୟ ଯାଞ୍ଚ କରିବା ଉଚିତ୍ । କିନ୍ତୁ ବର୍ତ୍ତମାନ ସମୟରେ, ଜୀବନଶୈଳୀ କିମ୍ବା ଅନ୍ୟାନ୍ୟ କାରଣରୁ, ରୋଗ ଏବଂ ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି 25 ରୁ 30 ବର୍ଷ ବୟସ ମଧ୍ୟରେ ଜଣେ ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ କରିବା ଆବଶ୍ୟକ । ଏପରି ହେଲେ ଯେକୌଣସି ରୋଗର ପ୍ରାରମ୍ଭରୁ ଚିକିତ୍ସା ଯୋଗାଇବା ସହଜ ହୋଇପାରିବ । ତେଣୁ ସ୍ବାସ୍ଥ୍ୟ ଯାଞ୍ଚ ଉପରେ ଧ୍ୟାନ ଦେବା ଉଚିତ୍ ।

ଏହା ମଧ୍ୟ ପଢନ୍ତୁ:- Women's Day Special: ଋତୁସ୍ରାବରେ ଆଚାର ଡବା ନଛୁଇଁବା କେତେ ଯୁକ୍ତିଯୁକ୍ତ, ଜାଣନ୍ତୁ

ଏହି ପରୀକ୍ଷଣରେ ରକ୍ତଚାପ ପରୀକ୍ଷା, ରକ୍ତ ପରୀକ୍ଷା, ବିଶେଷତଃ ହିମୋଗ୍ଲୋବିନ୍ ସ୍ତରର ପରୀକ୍ଷା, ମୂତ୍ର ପରୀକ୍ଷା, ଥାଇରଏଡ୍ ପରୀକ୍ଷା, ଲିପିଡ ପରୀକ୍ଷା, ମଧୁମେହ ପରୀକ୍ଷା, ପ୍ରୋଟିନ୍ ସ୍ତର ପରୀକ୍ଷା, ମେମୋଗ୍ରାମ ଏବଂ ପ୍ୟାପ୍ ସ୍ମିୟର୍ ପରୀକ୍ଷା ନିୟମିତ ବ୍ୟବଧାନରେ କରାଯଇବା ଆବଶ୍ୟକ ।

ଡକ୍ଟର ବିଜୟଲକ୍ଷ୍ମୀ କହିଛନ୍ତି ଯେ, ଆମ ସମାଜରେ ଝିଅମାନଙ୍କୁ ପିଲାଦିନରୁ ଶିକ୍ଷା ଦିଆଯାଏ ଯେ ତୁମେ ବିବାହ ପରେ ଅନ୍ୟ ଘରକୁ ଯିବାକୁ ପଡିବ, ତେଣୁ ଆରମ୍ଭରୁ ସେମାନଙ୍କୁ ନିଜ ଅପେକ୍ଷା ଅନ୍ୟମାନଙ୍କୁ ଅଧିକ ଧ୍ୟାନ ଦେବାକୁ, ସେମାନଙ୍କ ଯତ୍ନ ନେବାକୁ ଏବଂ ଆଡଜଷ୍ଟ କରିବାକୁ ଶିକ୍ଷା ଦିଆଯାଏ । ଏହି ଶିକ୍ଷା ଶିଖିବାବେଳେ, ଝିଅମାନେ ପିଲାଦିନରୁ ନିଜକୁ ଅଣଦେଖା କରିବା ଆରମ୍ଭ କରନ୍ତି। ତେଣୁ ଏସବୁ ମନୋଭାବ ପୋଷଣ କରୁଥିବା ବ୍ୟକ୍ତି ନିଜ ମଧ୍ୟରେ ସୁଧାର ଆଣିବା ସହ ମହିଳାମାନଙ୍କୁ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ଦାୟିତ୍ବବାନ କରାଇପାରିଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.