ହାଇଦ୍ରାବାଦ: ପାର୍ଲରରେ ହେୟାର୍ ୱାଶ୍(କେଶ ସଫା) କରୁଥିଲେ, ସତର୍କ ହୋଇଯାଆନ୍ତୁ । ଏହି କାରଣରୁ ଷ୍ଟ୍ରୋକ୍ ଭଳି ଗମ୍ଭୀର ସମସ୍ୟା ଆସିପାରେ । ଖବର ଅନୁଯାୟୀ, ହାଇଦ୍ରାବାଦର ଜଣେ ୫୦ ବର୍ଷୀୟ ବୟସ୍କା ମହିଳା ଏହି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ପାର୍ଲରେ ହେୟାର୍ ୱାଶେ କରିବା ପରେ ତାଙ୍କର ଷ୍ଟ୍ରୋକ୍ ଆସିଥିବା ନେଇ ଚିକିତ୍ସା କରୁଥିବା ଡାକ୍ତର ଟ୍ବିଟ୍ କରି ସୂଚନା ଦେଇଛନ୍ତି( Woman Suffered After Salon Hair Wash) ।
-
2. Symptoms did not improve, the next day she developed mild imbalance while walking. She was referred for my opinion. She had mild right cerebellar signs. MRI brain revealed infarct in right posterior inferior cerebellar territory, MR angiogram showed left vertebral hypoplasia
— Dr Sudhir Kumar MD DM🇮🇳 (@hyderabaddoctor) October 30, 2022 " class="align-text-top noRightClick twitterSection" data="
">2. Symptoms did not improve, the next day she developed mild imbalance while walking. She was referred for my opinion. She had mild right cerebellar signs. MRI brain revealed infarct in right posterior inferior cerebellar territory, MR angiogram showed left vertebral hypoplasia
— Dr Sudhir Kumar MD DM🇮🇳 (@hyderabaddoctor) October 30, 20222. Symptoms did not improve, the next day she developed mild imbalance while walking. She was referred for my opinion. She had mild right cerebellar signs. MRI brain revealed infarct in right posterior inferior cerebellar territory, MR angiogram showed left vertebral hypoplasia
— Dr Sudhir Kumar MD DM🇮🇳 (@hyderabaddoctor) October 30, 2022
ଖବର ଅନୁଯାୟୀ, ହାଇଦ୍ରାବାଦର ଜଣେ ୫୦ ବର୍ଷୀୟ ବୟସ୍କା ମହିଳା ହେୟାର୍ କଟ୍ ପାଇଁ ଏକ ପାର୍ଲର ଯାଇଥିଲେ । ହେୟାର୍ କଟ୍ ପୂର୍ବରୁ ତାଙ୍କ କେଶ ସଫା କରିବା ସମୟରେ ତାଙ୍କର ଷ୍ଟ୍ରୋକ୍ ଆରମ୍ଭ ହୋଇଥିବା ଡାକ୍ତର କହିଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ ଯେତେବେଳେ କେଶ ଧୋଇବା ପାଇଁ ତାଙ୍କ ବେକକୁ ପଛକୁ କରି ଧୋଇଥିଲେ, ସେତେବେଳେ ତାଙ୍କର ଏକ ବିରଳ ସ୍ନାୁଗତ ସମସ୍ୟା ହୋଇଥିଲା । ଏହା ମସ୍ତିଷ୍କକୁ ରକ୍ତ ଯୋଗାଉଥିବା ଏକ ଗୁରୁତ୍ୱପୂର୍ଣ୍ଣ ରକ୍ତଭଣ୍ଡାର ଉପରେ ଚାପ ପକାଇଲା ।
ଟ୍ୱିଟରରେ ଏହି ସୂଚନା ସେୟାର କରି ହାଇଦ୍ରାବାଦ ସ୍ନାୟୁବିଜ୍ଞାନୀ ଡକ୍ଟର ସୁଧୀର କୁମାର ଲେଖିଛନ୍ତି ଯେ, "ମହିଳା ଜଣକ ପ୍ରଥମେ ଏକ ବିୟୁଟି ପାର୍ଲରରେ ସାମ୍ପୋ ସହିତ କେଶ ଧୋଇବା ସମୟରେ ମୁଣ୍ଡ ବୁଲାଇବା ଏବଂ ବାନ୍ତି ଅନୁଭବ କରିଥିଲେ । ପ୍ରାରମ୍ଭରେ ଏହା ଗ୍ୟାଷ୍ଟିକ୍ର ଲକ୍ଷଣ ଭାବି ତାଙ୍କୁ ଜଣେ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟଙ୍କ ନିକଟକୁ ନିଆଯାଇଥିଲା । ମାତ୍ର ପରଦିନ ତାଙ୍କ ସ୍ବାସ୍ଥ୍ୟରେ କୌଣସି ପରିବର୍ତ୍ତନ ନ ହେବା ସହ ଚାଲିବା ସମୟରେ ସନ୍ତୁଳନ ହରାଉଥିବା ଅନୁଭବ କରିଥିଲେ । ଫଳରେ ତାଙ୍କୁ ମୋ ପାଖକୁ ଆଣିଥିଲେ । ଏଠାରେ ମହିଳାଙ୍କର MRI(Magnetic resonance imaging) ପରୀକ୍ଷା କରିବାରୁ ତାଙ୍କର ସେରେବେଲାର ହାଇପୋପ୍ଲାସିଆ ହୋଇଥିବା ଜଣାପଡିଥିଲା । ତେବେ ସେରେବେଲାର ହାଇପୋପ୍ଲାସିଆ ହେଉଛି ଏକ ସ୍ନାୟୁଗତ ଅବସ୍ଥା, ଯେଉଁଥିରେ ସେରେବେଲମ୍(ମସ୍ତିଷ୍କର ପଛ ଭାଗରେ ଥାଏ) ପ୍ରଭାବିତ ହୋଇଥାଏ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଉଚ୍ଚ ରକ୍ତଚାପ ସମୟରେ ଭେରଟବ୍ରଲ୍ ଧମନୀକୁ ଟାଣିବା ଏବଂ ସାମ୍ପୋ ହୋଇଥିବା କେଶ ଧୋଇବା ସମୟରେ ବେକକୁ ବେସିନ୍ ଆଡକୁ ନୁଆଁଇ ଏପରି କରିବା ସମୟରେ ଷ୍ଟ୍ରୋକ୍ ଆସିଥାଏ । ସମ୍ପୃକ୍ତ ମହିଳା ଜଣକ ପାର୍ଲର ଷ୍ଟ୍ରୋକ୍ ଆସିବା ସମୟରେ ଉଚ୍ଚ ରକ୍ତଚାପକୁ ଭଲ ଭାବରେ ନିୟନ୍ତ୍ରଣ କରିଥିଲେ ବୋଲି ସ୍ନାୟୁବିଜ୍ଞାନୀ ଡକ୍ଟର କହିଛନ୍ତି ।
ସେ କହିଛନ୍ତି ଯେ, "ବିୟୁଟି ପାର୍ଲରରେ ହେୟାର୍ ୱାଶ୍ ସମୟରେ, ବିଶେଷକରି ଅନ୍ୟ ଆଥେରୋସ୍କ୍ଲେରୋଟିକ୍ ରିସ୍କ୍ ଫ୍ୟାକ୍ଟର୍ ଏବଂ ପୂର୍ବରୁ ଚିହ୍ନଟ ହୋଇନଥିବା ଭେରଟବ୍ରଲ୍ ହାଇପୋପ୍ଲାସିଆ ଥିବା ମହିଳାମାନଙ୍କଠାରେ ଭେରଟ୍ବ୍ରୋ-ବେସିଲାର୍ ଧମନୀ ଅଞ୍ଚଳକୁ ପ୍ରଭାବିତ କରୁଥିବା ଏକ ଷ୍ଟ୍ରୋକ ହୋଇପାରେ । ଏହି ରୋଗ ପ୍ରାରମ୍ଭିକ ପର୍ଯ୍ୟାୟରୁ ଚିହ୍ନଟ ଏବଂ ସଠିକ୍ ଚିକିତ୍ସା ମାଧ୍ୟମରେ ପ୍ରତିହତ କରାଯାଇ ପାରିବ ।
ତେବେ ବିୟୁଟି ପାର୍ଲର ସିଣ୍ଡ୍ରୋମ ୧୯୯୩ରେ ଡକ୍ଟର ମାଇକେଲ ୱେନଟ୍ରବଙ୍କ ଜର୍ଣ୍ଣାଲ ଅଫ ଆମେରିକୀୟ ମେଡିକାଲ ଆସୋସିଏସନରେ ଉଲ୍ଲେଖ କରାଯାଇଥିଲା । ଏହା ସାଧାରଣତଃ ଭେରଟବ୍ରଲ୍ ଧମନୀ ସଙ୍କୋଚନ କାରଣରୁ ହୋଇଥାଏ । ଏହାକୁ ମଧ୍ୟ ହେୟାର ଡ୍ରେସର ରିଲେଟେଡ୍ ଇସକେମିକ୍ ସେରେବ୍ରୋଭାସ୍କୁଲାର ଇଭେଣ୍ଟ (HICE) କିମ୍ବା ଭେରେଟବ୍ରାଲ୍-ବେସିଲାର ଇସକେମିଆ (VBI) କୁହାଯାଏ । ଏହି କାରଣରୁ ମୁଣ୍ଡ ବୁଲାଇବା, ସନ୍ତୁଳନ ହରାଇବା ଏବଂ ମୁଖ ଅସ୍ଥିରତା ଦେଖାଯାଏ ।