ETV Bharat / sukhibhava

ଶୀତ ଦିନରେ ଅଧିକ ଥାଏ ଷ୍ଟ୍ରୋକ୍ ବିପଦ, ଏହିପରି ରୁହନ୍ତୁ ସାବଧାନ - ହୃଦ୍‌ଘାତ ଲକ୍ଷଣ

ଶୀତ ଦିନରେ ଷ୍ଟ୍ରୋକ୍ ବିପଦ ପ୍ରତି ରୁହନ୍ତୁ ଅଧିକ ସାବଧାନ, ବଢୁଛନ୍ତି ରୋଗୀଙ୍କ ସଂଖ୍ୟା( Winter sets in, triggers stroke cases) । ଅଧିକ ପଢନ୍ତୁ

ଶୀତ ଦିନରେ ଅଧିକ ଥାଏ ଷ୍ଟ୍ରୋକ୍ ବିପଦ, ଏହିପରି ରୁହନ୍ତୁ ସାବଧାନ

author img

By

Published : Dec 9, 2022, 1:27 PM IST

ଲକ୍ଷ୍ନୌ: ଶୀତ ଦିନରେ ସାଧାରଣତଃ ଥଣ୍ଡା, କାଶ, ସଂକ୍ରାମକ ରୋଗ ଏବଂ ଚର୍ମ ସମ୍ବନ୍ଧୀୟ ସମସ୍ୟା ଦେଖାଯାଇଥାଏ । ମାତ୍ର ଏହା ବ୍ୟତୀତ ଏକ ଗମ୍ଭୀର ସମସ୍ୟା ମଧ୍ୟ ବୃଦ୍ଧି ପାଉଛି ଶୀତ ଋତୁରେ । ଖବର ଅନୁସାରେ ଉତ୍ତର ପ୍ରଦେଶର କିଙ୍ଗ ଜର୍ଜଙ୍କ ମେଡିକାଲ ୟୁନିଭରସିଟି(KGMU) ଏବଂ ରାମ ମନୋହର ଲୋହିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ(RMLIMS)ରେ ଷ୍ଟ୍ରୋକ୍ ମାମଲା 50 ପ୍ରତିଶତ ବୃଦ୍ଧି ପାଇଛି ।

ନଭେମ୍ବର ଆରମ୍ଭରୁ ମାମଲା ବୃଦ୍ଧି ପାଇଥିବା ବେଳେ ରାଜ୍ୟର ବଳରାମପୁର ଡାକ୍ତରଖାନା, ଯେଉଁଠାରେ କି କ୍ୱଚିତ୍ ଷ୍ଟ୍ରୋକ୍ ରୋଗୀଙ୍କ ରିପୋର୍ଟ କରାଯାଏ, ସେଠାରେ ମଧ୍ୟ ସଂଖ୍ୟା ବଢିଛି । ଏହାର ଅର୍ଥ ଶୀତ ଦିନରେ ଷ୍ଟ୍ରୋକ୍ ବିପଦ ବଢୁଛି । ଡାକ୍ତରଖାନାର ଅଧିକାରୀଙ୍କ ଅନୁଯାୟୀ, KGMU ନଭେମ୍ବର ଠାରୁ ଦୈନିକ ହାରାହାରି 6ଟି ଷ୍ଟ୍ରୋକ୍ ମାମଲା ରିପୋର୍ଟ କରାଯାଉଛି, ଯାହା ବର୍ତ୍ତମାନ ପ୍ରାୟ 10 ରୁ 12 କୁ ବୃଦ୍ଧି ପାଇଛି । ସେହିପରି RMLIMSରେ ଏହି ସଂଖ୍ୟା 5 ରୁ 6 ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ବଳରାମପୁର ଡାକ୍ତରଖାନା ସାପ୍ତାହିକ ଭିତ୍ତିରେ ଅତି କମରେ ଗୋଟିଏ ମାମଲା ରେକର୍ଡ କରୁଛି ।

ଅନ୍ୟପଟେ ଏହି ସମୟ ମଧ୍ୟରେ, ହୃଦ୍‌ରୋଗୀଙ୍କ ସଂଖ୍ୟାରେ 20 ପ୍ରତିଶତ ବୃଦ୍ଧି ମାମଲା ପଞ୍ଜିକୃତ ହୋଇଛି । ବିଶେଷଜ୍ଞଙ୍କ ଅନୁଯାୟୀ, ତାପମାତ୍ରା ହ୍ରାସ ହେବା ଦ୍ୱାରା ଶ୍ବାସକ୍ରିୟା ସଂକ୍ରମଣ ଏବଂ ରକ୍ତଭଣ୍ଡାରର ସଂକୋଚନ ସୃଷ୍ଟି ହୋଇ ରକ୍ତଚାପ ବୃଦ୍ଧି ପାଇଥାଏ ଯାହା ଦ୍ବାରା ଲୋକମାନେ ବ୍ରେନ୍ ହାମରେଜ୍(brain haemorrhage), ଇସକେମିକ୍(କ୍ଲଟ୍) ଷ୍ଟ୍ରୋକ୍ କିମ୍ବା ହୃଦଘାତ ଏବଂ ଧମନୀ ଅବରୋଧ ଆଦି ରୋଗରେ ଆକ୍ରାନ୍ତ ହୋଇଥାନ୍ତି ।

ଡାକ୍ତରମାନେ କହିଛନ୍ତି ଯେ, ହୃଦ୍‌ରୋଗ ଏବଂ ଉଚ୍ଚ ରକ୍ତଚାପରେ ପୀଡିତ ଲୋକମାନେ ଡାକ୍ତରଙ୍କ ପରାମର୍ଶ ନେବା ସହ ସେମାନଙ୍କ ଔଷଧର ମାତ୍ରାକୁ ପରିବର୍ତ୍ତନ କରାଯିବା ଉଚିତ୍ । KGMU ସ୍ନାୟୁବିଜ୍ଞାନ ବିଭାଗର ଅଧ୍ୟାପିକା ପ୍ରଫେସର ରବି ୟୁନିୟାଲ କହିଛନ୍ତି, "ଯଦି କେହି ଉଚ୍ଚ ରକ୍ତଚାପରେ ପୀଡିତ ହୋଇ 40 ବର୍ଷରୁ ଅଧିକ, ବିଶେଷକରି ମୁଣ୍ଡବିନ୍ଧା ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେମାନେ ଶୀତଦିନେ ଡାକ୍ତରଙ୍କୁ ଦେଖା କରିବା ଉଚିତ୍ । ଏହାକୁ ନିୟନ୍ତ୍ରଣ କରିବା ପାଇଁ ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ ସହ ଔଷଧ ଗ୍ରହଣ କରନ୍ତୁ ।"

KGMU ହୃଦ୍‌ରୋଗ ବିଭାଗର ଅଧ୍ୟାପକ ପ୍ରଫେସର ପ୍ରଭେଶ ଭର୍ମା କହିଛନ୍ତି, "ଶ୍ବାସକ୍ରିୟା ସଂକ୍ରମଣରେ ଆକ୍ରାନ୍ତ ରୋଗୀମାନଙ୍କର ସାଧାରଣ ବ୍ୟକ୍ତିଙ୍କ ଅପେକ୍ଷା ହୃଦଘାତ ହେବାର ସମ୍ଭାବନା 6 ଗୁଣା ଅଧିକ । ନିମ୍ନ ତାପମାତ୍ରା ରକ୍ତବାହୀକୁ ସଂକୋଚନ କରିଥାଏ, ତେଣୁ ନର୍ଭ ଏବଂ ଧମନୀରୁ ହୃଦୟକୁ ରକ୍ତ ସଂଚାଳନ ବାଧାପ୍ରାପ୍ତ ହୋଇଥାଏ । ଏହା ସେହି ରୋଗୀଙ୍କ ପାଇଁ ଅଧିକ ବିପଦଜ୍ଜନକ ହୋଇଥାଏ, ଯେଉଁମାନଙ୍କର ଜମାଟ ବାନ୍ଧିବା ସମସ୍ୟା କିମ୍ବା ହାର୍ଟ ଅସ୍ତ୍ରୋପଚାର କରାଇଥାନ୍ତି ।"

RMLIMS, ହୃଦ୍‌ରୋଗ ବିଭାଗର ମୁଖ୍ୟ ପ୍ରଫେସର ଭୁବନ୍ ତିୱାରୀ କହିଛନ୍ତି, "40-45 ବର୍ଷରୁ ଅଧିକ ଲୋକ, ଶରୀରର ତାପମାତ୍ରାରେ ହଠାତ୍ ହ୍ରାସରୁ ଦୂରେଇ ରହିବା ଉଚିତ୍ । ଏଥିସହ ସେମାନେ ହଠାତ୍ ରକ୍ତ ସଂଚାଳକୁ ରୋକିବା ପାଇଁ ଲେୟାର୍ଡ ପୋଷାକ(layered clothing) ଏବଂ ସକ୍ସ(ମୋଜା) ପିନ୍ଧିବା ଆବଶ୍ୟକ ।"

ଡାକ୍ତରମାନେ କହିଛନ୍ତି, "50 ପ୍ରତିଶତ ରୋଗୀ, ଯେଉଁମାନେ ହୃଦଘାତ ଏବଂ ଷ୍ଟ୍ରୋକ୍ ରୋଗରେ ପୀଡିତ, ସେମାନେ ଉଚ୍ଚ ରକ୍ତଚାପରେ ପୀଡିତ ବୋଲି ଜାଣନ୍ତି ନାହିଁ । ଉଚ୍ଚ ରକ୍ତଚାପ ହୃଦଘାତ ଏବଂ ଷ୍ଟ୍ରୋକର ମୁଖ୍ୟ କାରଣ । ଏହାକୁ ରୋକିବା ପାଇଁ ବିଶେଷ କରି 40 ରୁ ଅଧିକ ବୟସର ଲୋକ, ସମୟ ସମୟରେ ସେମାନଙ୍କର ବ୍ଲଡ୍ ପ୍ରେସର୍ ଯାଞ୍ଚ କରିବା ଆବଶ୍ୟକ । ଯଦି କିଛି ଘଣ୍ଟା ବ୍ୟବଧାନରେ ଦୁଇଥର BP ସଙ୍କେତ ଅନୁଭୂତ ହୁଏ, ତେବେ ଔଷଧ ନେବା ଆରମ୍ଭ କରନ୍ତୁ ।" ଯେହେତୁ ଉଚ୍ଚ ରକ୍ତଚାପ କୌଣସି ଲକ୍ଷଣ ଦେଖାଏ ନାହିଁ, ତେଣୁ ରୋଗ ଠିକ୍ ହୋଇଯାଇଛି ଭାବି ଔଷଧ ଛାଡନ୍ତୁ ନାହିଁ ବୋଲି ଡାକ୍ତରମାନେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.