ETV Bharat / sukhibhava

ବୈଜ୍ଞାନିକଙ୍କ କମାଲ୍: ଆଉ ହେବେନି ବୁଢା, 50ରେ ବି ରହିବ 30 ବର୍ଷର ଚମକ !

author img

By

Published : Jan 19, 2023, 12:43 PM IST

ଆଗକୁ ଦୁନିଆରେ ଆଉ କେହି ବୃଦ୍ଧ ହେବନି, ସମସ୍ତେ ଯୁବା ହୋଇରହିବେ ! ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । କାରଣ ବୈଜ୍ଞାନିକମାନେ ଏପରି ଏକ ଅସମ୍ଭବକୁ ସମ୍ଭାବନାରେ ପରିଣତ କରିବାକୁ ଯାଉଛନ୍ତି । ଅଧିକ ପଢନ୍ତୁ

ageing and young
ageing and young

ୱାଶିଂଟନ: ଦୁନିଆର ପ୍ରତିଟି ବ୍ୟକ୍ତି ଦିନେନା ଦିନେ ଏହା ଭାବିଥିବେ ଯେ, ଯୁବାବସ୍ଥା କେବେ ନ ଯାଆନ୍ତାକି, ଏମିତି ଯୁବାବସ୍ଥା ଚିରକାଳ ବଜାୟ ରହନ୍ତାନି...। ଏପରି କିଛି ଆଶା ପୋଷଣ ସତ ହେବାକୁ ଯାଉଛି । ଆଗକୁ ଦୁନିଆରେ ଆଉ କେହି ବୃଦ୍ଧ ହେବନି, ସମସ୍ତେ ଯୁବା ହୋଇରହିବେ ! ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । କାରଣ ବୈଜ୍ଞାନିକମାନେ ଏପରି ଏକ ଅସମ୍ଭବକୁ ସମ୍ଭାବନାରେ ପରିଣତ କରିବାକୁ ଯାଉଛନ୍ତି । ନିକଟରେ ହାଭାର୍ଡ ମେଡିକାଲ୍ ସ୍କୁଲ୍‌ର ବୈଜ୍ଞାନିକମାନେ ବୃଦ୍ଧାବସ୍ଥାକୁ କିପରି ଯୁବାବସ୍ଥାକୁ ଫେରାଇ ଆଣିହେବ ସେ ଉପରେ ଅନୁସନ୍ଧାନ କରିଛନ୍ତି ଏବଂ ସେମାନେ ଏହି ଅନୁସନ୍ଧାନରେ ସଫଳ ମଧ୍ୟ ହୋଇଛନ୍ତି ।

ସୂଚନା ଅନୁସାରେ ଆମେରିକାର ହାଭାର୍ଡ ମେଡିକାଲ୍ ସ୍କୁଲ୍ ଏବଂ ୱେଷ୍ଟର୍ଣ୍ଣ ୟୁନିଭରସିଟି ମିଳିତ ଭାବେ ଏହି ଅନୁସନ୍ଧାନ କରିଛନ୍ତି । ବୃଦ୍ଧ ଏବଂ ଆଖିକୁ କମ୍ ଦେଖା ଯାଉଥିବା ମୂଷାଙ୍କ ଉପରେ ଏହି ଅନୁସନ୍ଧାନ କରାଯାଇଥିଲା । ଯେଉଁଥିରେ ବୈଜ୍ଞାନିକମାନେ ଏହି ମୂଷାମାନଙ୍କୁ ପୁନର୍ବାର ଯୁବ କରିବାରେ ସଫଳ ହୋଇଥିବା ଜଣାପଡିଛି । ଏହି ପରିପ୍ରେକ୍ଷୀରେ, ଗବେଷକ ଡେଭିଡ ସିନ୍‌କ୍ଲେୟର ସ୍ପଷ୍ଟ ଭାବରେ କହିଛନ୍ତି ଯେ, ବୟସ ହେଉଛି ଏକ ଓଲଟା ପ୍ରକ୍ରିୟା(ରିଭର୍ସ ପ୍ରୋସେସ୍), ଯାହାକୁ ବଦଳାଯାଇପାରିବ । ଯଦି ବୈଜ୍ଞାନିକଙ୍କ ଏହି ଅନୁସନ୍ଧାନକୁ ବିଶ୍ବାସ କରାଯାଏ, ତେବେ ହୁଏତ କିଛି ସମୟ ପରେ ମଧ୍ୟ ଜଣେ 50 ବର୍ଷ ବୟସ୍କ ବ୍ୟକ୍ତି 30 ବର୍ଷ ବୟସ୍କ ଯୁବକଙ୍କ ପରି ଶାରୀରିକ ଗଠନ ପାଇପାରିବେ ।

ତେବେ ଅନୁସନ୍ଧାନର ଏହି ତଥ୍ୟ ବୈଜ୍ଞାନିକ ପତ୍ରିକା ସେଲ୍‌ରେ ସ୍ଥାନ ପାଇଛି । ସେଲ୍‌ରେ ପ୍ରକାଶିତ ଏହି ଅନୁସନ୍ଧାନର ନାମ ହେଉଛି- "ଲସ୍ ଅଫ୍ ଏପିଜେନେଟିକ୍ ଇନଫରମେସ୍ନ୍ ଆଜ୍ କଜ୍ ଅଫ୍ ମାମାଲିଆନ୍ ଏଜିଂ" । ଲ୍ୟାବରେ ଥିବା ମୂଷାଙ୍କ ଉପରେ ହୋଇଥିବା ଏହି ପରୀକ୍ଷଣରେ ଜଣାଗଲା ଯେ, ଶରୀର ପାଖରେ ଯୁବାବସ୍ଥାର ବ୍ୟାକ୍-ଅପ୍ କପି ରହିଛି, ଯାହାକୁ ଟ୍ରିଗର୍ କରାଯାଇ ପାରିଲେ କୋଷ ଗୁଡିକ ପୁନଃନିର୍ମାଣ ହୋଇପାରିବ ଏବଂ ବୟସ ଫେରିବା ଆରମ୍ଭ ହେବ ।

ଆମେ ପୂର୍ବରୁ ଜାଣନ୍ତି ଯେ, ବାର୍ଦ୍ଧକ୍ୟ ହେଉଛି ଜେନେଟିକ୍ ପରିବର୍ତ୍ତନର ଫଳାଫଳ, ଯାହା ହେତୁ DNA ଦୁର୍ବଳ ହୋଇଯାଏ କିମ୍ବା ଦୁର୍ବଳ କୋଷଗୁଡ଼ିକ ସମୟ ସହିତ ଶରୀରକୁ ବହୁତ ଦୁର୍ବଳ କରିଦିଏ । ମାତ୍ର ଏହି ନୂତନ ଅଧ୍ୟୟନ ଏହି ତଥ୍ୟକୁ ଭୁଲ ପ୍ରମାଣିତ କରିଛି ।

ପ୍ରାୟ ଏକ ବର୍ଷବ୍ୟାପୀ, ମାନବ ବୟସ୍କ ଚର୍ମର କୋଷଗୁଡ଼ିକ ପୁରୁଣା ଏବଂ ଦୁର୍ବଳ ଦୃଷ୍ଟିହୀନ ମୂଷା ଶରୀରରେ ପ୍ରୟୋଗ କରାଯାଇଥିଲା ଏବଂ ଅନୁସନ୍ଧାନରେ ଦେଖାଗଲା ଯେ, ସମ୍ପୃକ୍ତ ମୂଷାମାନଙ୍କର ଚର୍ମ ପୁନର୍ବାର ଯୁବାସ୍ଥାକୁ ଫେରିବା ସହ ସେମାନେ ଦେଖିବାରେ ମଧ୍ୟ ସକ୍ଷଣ ହୋଇପାରୁଛନ୍ତି । ଏହିପରି ମସ୍ତିଷ୍କ, ମାଂସପେଶୀ ଏବଂ କିଡନୀ କୋଷଗୁଡ଼ିକ ମଧ୍ୟ ସମାନ ଭାବରେ ଯୁବାବସ୍ଥାକୁ ଅଣାଯାଇପାରେ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

ଯଦିଓ ପ୍ରାୟ ଏକ ବର୍ଷ ଧରି ଚାଲିଥିବା ଏହି ଅନୁସନ୍ଧାନରେ ନମୁନା କ୍ଷେତ୍ର ବହୁତ ବଡ ନଥିଲା, ଅର୍ଥାତ୍ ଏକ ଛୋଟ ଗୋଷ୍ଠୀ ଉପରେ ଏହି ଅନୁସନ୍ଧାନ କରାଯାଇଥିଲା, ତେଣୁ ବୈଜ୍ଞାନିକମାନେ ଉତ୍ସାହିତ ହୋଇଥିଲେ ମଧ୍ୟ ସେମାନେ ନିଶ୍ଚିତ ନୁହଁନ୍ତି ଯେ, ଏହି ପ୍ରକ୍ରିୟା ସମସ୍ତଙ୍କ ଉପରେ ସମାନ ଭାବରେ ପ୍ରଭାବଶାଳୀ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.