ETV Bharat / sukhibhava

ଆମେ କାହିଁକି ଫଳ ଖାଇବା ଉଚିତ ? - ସୁଖୀଭବ

ଆମ ଶରୀରର ଭିଟାମିନ ଓ ମିନେରାଲ ଚାହିଦା ପୂରଣ କରିବା ପାଇଁ ଆମେ ପନିପରିବା ସମେତ ବିଭିନ୍ନ ଫଳ ବି ଖାଇବା ଦରକାର । ବିଭିନ୍ନ ଫଳମୂଳ ବି ଶରୀରରେ ଭିଟାମିନ ଆବଶ୍ୟକତା ପୂରଣ କରିଥାଏ । ସ୍ବାସ୍ଥ୍ୟକର ବିକଳ୍ପ ସ୍ନାକ୍ସ ଭାବେ ଫଳମୂଳ ଖାଇବା ଜରୁରୀ ।

fruits, benifits of fruits, sukhibhava, health news, impact of fruits on health, ଫଳ, ଫଳର ଉପକାରିତା, ସ୍ବାସ୍ଥ୍ୟ ଖବର, ସୁଖୀଭବ, ସ୍ବାସ୍ଥ୍ୟ ଉପରେ ଫଳର ପ୍ରଭାବ
ଆମେ କାହିଁକି ଫଳ ଖାଇବା ଉଚିତ ?
author img

By

Published : Sep 24, 2020, 12:32 PM IST

ଆମ ଶରୀରର ଭିଟାମିନ ଓ ମିନେରାଲ ଚାହିଦା ପୂରଣ କରିବା ପାଇଁ ଆମେ ପନିପରିବା ସମେତ ବିଭିନ୍ନ ଫଳ ବି ଖାଇବା ଦରକାର । ବିଭିନ୍ନ ଫଳମୂଳ ବି ଶରୀରରେ ଭିଟାମିନ ଆବଶ୍ୟକତା ପୂରଣ କରିଥାଏ । ସ୍ବାସ୍ଥ୍ୟକର ବିକଳ୍ପ ସ୍ନାକ୍ସ ଭାବେ ଫଳମୂଳ ଖାଇବା ଜରୁରୀ । ଫଳରେ ପ୍ରାକୃତିକ ଭାବେ ଶର୍କରା ଥିବାରୁ ଏହା ଆପଣଙ୍କ ମିଠା ପ୍ରିୟ ଜିହ୍ବାର ସ୍ବାଦ ମେଣ୍ଟାଇପାରିବ । ବିଶେଷଜ୍ଞ ଡକ୍ଟର ଦୀପ୍ତି ବର୍ମାଙ୍କ ମତରେ , ଫଳ ହେଉଛି ଗଛର ମଂଜି ବହନ କରୁଥବା ଅଂଶ । ଆଉ ଫଳ ଖାଇଲେ ସ୍ବାସ୍ଥ୍ୟଗତ ଭାବେ ବହୁ ଫାଇଦା ହୋଇଥାଏ । ଫଳରେ ପୋଷକ ତତ୍ବ ଭରପୂର ଥାଏ । ଏହାଛଡା ଫାଇବର ବି ପ୍ରଚୁର ପରିମାଣରେ ମିଳେ ।

ଫଳର ଉପକାରିତା

  1. ଫାଇବର ଓ ରୁଗେଜ୍‌ର ଭଲ ଉତ୍ସ ହୋଇଥିବାରୁ ଭଲ ସ୍ବାସ୍ଥ୍ୟ ପାଇଁ ଫଳ ଖାଇବାକୁ ସୁପାରିଶ କରାଯାଇଥାଏ । ହିପୋଥାଇରୋଡିଜିମ୍‌, ହୃଦରୋଗ, ଡାଇବେଟିସ ମେଲିଟସ ଓ ପିସିଓଏସ ଆଦିର ନିୟନ୍ତ୍ରଣ ପାଇଁ ଫଳ ଖାଇବା ଦରକାର ।
  2. ଫ୍ରୁକଟୋଜ୍ ନାମକ ଏକ ଶର୍କରା ବିଭିନ୍ନ ଫଳରେ ଥାଏ । ଯାହା କି ରକ୍ତରୁ ଇନସୁଲିନ ପ୍ରବାହକୁ ସ୍ଥିର କରିଥାଏ । ଏପରି ହେଲେ ଡାଇବେଟିସ ମେଲିଟ୍ସର ଉପଚାର ହୋଇଥାଏ ।
  3. ବିଭିନ୍ନ ଫଳରେ ଶରୀର ପାଇଁ ସ୍ବାସ୍ଥ୍ୟକର ମାଇକ୍ରୋ ନ୍ୟୁଟ୍ରିଏଣ୍ଟ୍ସ ( ଭିଟାମିନ ଓ ମିନେରାଲ ) ଫଳରେ ଭରପୂର ଥାଏ । ଏସବୁ ଶରୀରର ସଠିକ୍ ମେଟାବୋଲିଜିମ କାର୍ଯ୍ୟକଳାପରେ ସହାୟକ ହୋଇଥାଏ ।
  4. ଫଳରେ ବହୁମାତ୍ରାରେ ପୋଟାସିୟମ ବି ଥାଏ । ଏହା ଶକ୍ତ ହାଡ ଓ ଦାନ୍ତ ପାଇଁ ଜରୁରୀ । ପୋଟାସିୟମ ଦ୍ବାରା କିଡନୀ ଷ୍ଟୋନ ବି ନିୟନ୍ତ୍ରିତ ହୁଏ ।
  5. ଫଳଗୁଡିକରେ ଫାଇଟୋକେମିକାଲ ପ୍ରଚୁର ପରିମାଣରେ ଥାଏ । ଏହା ହେଉଛି ଫଳର ରଂଗ । ଏହା ଶରୀରରୁ ଟକ୍ସିନ ହଟାଇବାରେ ସହାୟକ ହୁଏ ।

କେତେବେଳେ ଫଳ ଖାଇବେ ?

ଫଳର ବିଭିନ୍ନ ସ୍ବାସ୍ଥ୍ୟଗତ ଉପକାରିତା ରହିଛି । ତେଣୁ ପ୍ରତିଦିନ ଫଳ ଖାଇବା ଏକ ଭଲ ଅଭ୍ୟାସ ବୋଲି ଡ଼ଃ ଦୀପ୍ତି କହନ୍ତି । ତେବେ, ଅନ୍ୟ କୌଣସି ଖାଦ୍ୟ ଖାଇ ନ ଥିବା ବେଳେ ହିଁ ଫଳ ଖାଇବା ଉଚିତ ବୋଲି ସେ କହନ୍ତି । ମାନେ ଖାଲିପେଟରେ ହିଁ ଫଳ ଖାଇବା ଦରକାର । କାରଣ ଖାଲି ପେଟରେ ଫଳ ଖାଇଲେ ଏଥିରେ ଥିବା ଭିଟାମିନ ଓ ମିନେରାଲ ଶରୀରର ରକ୍ତରେ ସହଜରେ ଓ ଭଲଭାବେ ମିଶିଥାଏ । ଅନ୍ୟ ଖାଦ୍ୟ ସହ ଫଳ ଖାଇଲେ ଏହି ପ୍ରକ୍ରିୟା ପ୍ରଭାବିତ ହୁଏ ।

ଡାଇବେଟିସ ଆକ୍ରାନ୍ତ ଫଳ ଖାଇପାରିବେ କି ?

ଡାଇବେଟିସରେ ପୀଡିତ ଲୋକେ ଫଳ ଖାଇପାରିବେ କି ନାହିଁ , ସେନେଇ ସବୁବେଳେ ପ୍ରଶ୍ନ ହୋଇଥାଏ । ଯଦି ବା ଖାଇବେ ସେମାନେ କେତେ ପରିମାଣରେ ଖାଇବେ ? ଫଳ ଖାଇଲେ, ସେମାନଙ୍କ ସୁଗାର ଲେବଲ ବଢିବ କି ? ଏମିତି ଅନେକ ପ୍ରଶ୍ନ ଉଙ୍କି ମାରିଥାଏ । ଆମର ବିଶେଷଜ୍ଞଙ୍କ ମତରେ ଡାଇବେଟିସ ରୋଗୀମାନେ ନିଶ୍ଚିତ ଭାବେ ଫଳ ଖାଇପାରିବେ । ଏଥିରେ କିଛି ସମସ୍ୟା ନାହିଁ । ଫଳ ଦ୍ବାରା ବ୍ଲଡ ଆଲକାଇନ୍ ସୃଷ୍ଟି ହୁଏ, ଯାହା କି ଭଲ ସ୍ୱାସ୍ଥ୍ୟ ପାଇଁ ଜରୁରୀ । ଏହାଛଡା ମେଟାବୋଲିଜିମ୍ କ୍ରିୟା ପାଇଁ ବି ଫଳ ଖାଇବା ଦରକାର । ବ୍ଲଡ ଗ୍ଲୁକୋଜରେ ସ୍ଥିରତା ପାଇଁ ବି ଫଳ ଖାଇବା ଦରକାର । କିନ୍ତୁ ଆବଶ୍ୟକଠାରୁ ଅଧିକ ପରିମାଣର ଫଳ ଖାଇଲେ ଏହା ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ତେଣୁ ଡାଇବେଟିସ ରୋଗୀମାନେ ସ୍ବଳ୍ପ ପରିମାଣରେ ଫଳ ଖାଇବା ଉପରେ ଗୁରୁତ୍ବାରୋପ କରିଛନ୍ତି ଡ଼ଃ ଦୀପ୍ତି । ଥରକେ 100ରୁ 125 ଗ୍ରାମ ଫଳ ଖାଇବା ଦରକାର ବୋଲି ସେ କହନ୍ତି । ଅନ୍ୟ କୃତ୍ରିମ ମିଠା ଅପେକ୍ଷା ଫଳ ଖାଇବା ସ୍ବାସ୍ଥ୍ୟ ଦୃଷ୍ଟିରୁ ଯଥେଷ୍ଟ ଭଲ । ଦିନକୁ ଦୁଇ ଥର 100 ଗ୍ରାମ ଲେଖାଏଁ ସିଜନାଲ୍ ଫ୍ରୁଟସ୍ ଖାଇବା ଜରୁରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.