ହାଇଦ୍ରାବାଦ: ଯଦି ପ୍ରଥମ କରି ଜିମ ଯିବା ବା ବ୍ୟାୟାମ କରିବା ଦ୍ବାରା ମାଂସପେଶୀରେ ଯନ୍ତ୍ରଣା ହୋଇଥାଏ। ଜଂଘ ଏବଂ ପେଣ୍ଡାରେ ଅଧିକ ଯାନ୍ତ୍ରଣା ହୋଇଥାଏ। ଏହି ଯନ୍ତ୍ରଣାରେ ପୀଡିତ ହେଲେ ଅନେକ ଲୋକେ ବ୍ୟାୟାମ ଛାଡି ଦିଅନ୍ତି କିମ୍ବା କିଛି ଦିନ ସ୍ଥଗିତ ରଖିଥାଆନ୍ତି। ଏହି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ କିଛି ଲୋକ ବିଶ୍ରାମ ନେବା ସହ ଅନ୍ୟ କିଛି ଜଣ ମସାଜ ମଧ୍ୟ କରିଥାଆନ୍ତି। ତେବେ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏଥିରୁ ମୁକ୍ତି ପାଇଁ ବିଟ ରାମବାଣ ଭଳି କାମ କରିଥାଏ। ତେବେ ଜାଣନ୍ତୁ ବିଟ କିଭଳି କାମ କରିଥାଏ।
କଣ ପାଇଁ ହୋଇଥାଏ ମାଂସପେଶୀରେ ଯନ୍ତ୍ରଣା: ବ୍ୟାୟାମ ପରେ କିମ୍ବା ରାତିରେ ଶୋଇବା ସମୟରେ ହଠାତ୍ ମାଂସପେଶୀ କଷ୍ଟ କିମ୍ବା ଯନ୍ତ୍ରଣା ହୁଏ। ତେବେ ଏହାର କାରଣ ହେଉଛି ଲାକ୍ଟିକ୍ ଏସିଡ୍। କୌଣସି ପ୍ରକାରର ବ୍ୟାୟାମ ଯୋଗୁଁ ଲାକ୍ଟିକ୍ ଏସିଡ୍ ସୃଷ୍ଟି ହେବାକୁ ଲାଗେ। ଏହାର ଅର୍ଥ ବ୍ୟାୟାମ ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ରହିଥିଲେ ସୁଦ୍ଧା ମାଂସପେଶୀ ସୁସ୍ଥ ନଥିବା ସୂଚାଇଥାଏ।
କାହିଁକି ଲାକ୍ଟିକ ଏସିଡ ସୃଷ୍ଟି ହୋଇଥାଏ: ଯେତେବେଳେ ଜଣେ ବ୍ୟକ୍ତି ଅଧିକ ସମୟ ବ୍ୟାୟାମ କରିଥାଆନ୍ତି ସେତେବେଳେ ଶରୀରକୁ ଯେତିକି ପରିମାଣର ଅମ୍ଳଜାନ ମିଳିବା କଥା ମିଳିପାରେ ନାହିଁ। ସେତେବେଳେ ଲାକ୍ଟିକ ଏସିଡ ସୃଷ୍ଟି ହୋଇଥାଏ । ଯେଉଁ ଲୋକମାନେ ହଠାତ୍ ଲିମିଟ ଠାରୁ ଅଧିକ ବ୍ୟାୟାମ କରନ୍ତି, ସେମାନେ ଏହି ଅବସ୍ଥାର ଶିକାର ହୁଅନ୍ତି। ତେଣୁ ଏକାସଙ୍ଗେ ଅଧିକ ବ୍ଯାୟାମ କରିବା ପରିବର୍ତ୍ତେ କମ କରିବା ଆବଶ୍ୟକ ।
ଏହା ଖାଇଲେ ଚୁଟକିରେ ଦୂର ହେବ ସମସ୍ୟା: ବ୍ୟାୟାମ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ନିଜକୁ ଫିଟ ରଖିବା ଆବଶ୍ୟକ। ବ୍ୟାୟାମ ପୂର୍ବରୁ ସଠିକ୍ ଭାବରେ ୱାର୍ମ ଅପ୍ କରିବା ଜରୁରୀ। ବ୍ୟାୟାମ ପୂର୍ବରୁ ଏବଂ ପରେ ପ୍ରଚୁର ପାଣି ପିଇବାର ଆବଶ୍ୟକତା ରହିଥାଏ। କାରଣ ଜଳୀୟଅଂଶକୁ ଠିକ ରଖିବାକୁ ହେଲେ ପାଣି ନିହାତି ଆବଶ୍ୟକ। ଏହା ବ୍ୟତୀତ ବିଟ ରସ ପିଇପାରିବେ। ଯଦି ବିଟ ରସ ପିଇବା ପାଇଁ ଇଚ୍ଛା ନଥାଏ ତାହେଲେ ବିଟକୁ ସାଲାଡ ଭାବେ ମଧ୍ୟ ଖାଇପାରିବେ। ବିଟ୍ ରସ ଶୀଘ୍ର ନାଇଟ୍ରିକ୍ ଏସିଡ୍ ରେ ପରିଣତ ହୁଏ ଏବଂ ରକ୍ତ ବୃଦ୍ଧି ପାଇଥାଏ। ଯେଉଁ କାରଣରୁ ଅମ୍ଳଜାନ ପର୍ଯ୍ୟାପ୍ତ ପରିମାଣରେ ମାଂସପେଶୀରେ ପହଞ୍ଚିବା ଆରମ୍ଭ କରେ। ଏହା ବହୁ ପରିମାଣରେ କଷ୍ଟରୁ ମୁକ୍ତି ଦେଇଥାଏ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ