ETV Bharat / sukhibhava

World NGO Day: ବେସରକାରୀ ସଂଗଠନ ହେଲେ ବି ସମାଜର ଉନ୍ନତିରେ ନିଭାଏ ପ୍ରମୁଖ ଭୂମିକା - ଏନଜିଓମାନଙ୍କ କାମ

ପ୍ରତିବର୍ଷ 27 ଫେବୃଆରୀକୁ ବିଶ୍ୱ ଏନଜିଓ ଦିବସ ଭାବେ ପାଳନ କରାଯାଏ । କାହିଁକି ବିଶ୍ୱ ଏନଜିଓ ଦିବସ ପାଳନ କରାଯାଏ, ଏହାର ଇତିହାସ ଉଦ୍ଦେଶ୍ୟ ବାବଦରେ ଜାଣିବା ପାଇଁ ପଢନ୍ତୁ ଏହି ଅନୁଚ୍ଛେଦରେ ।

World NGO Day
World NGO Day
author img

By

Published : Feb 27, 2023, 10:24 AM IST

ହାଇଦ୍ରାବାଦ: ଆଜି ବିଶ୍ବ ଏନଜିଓ ଦିବସ(World NGO Day) ବିଭିନ୍ନ ଏନଜିଓ ଦ୍ୱାରା କରାଯାଇଥିବା କାର୍ଯ୍ୟ ଏବଂ ସେମାନଙ୍କର ଅବଦାନକୁ ମନେ ପକାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ 27 ଫେବୃଆରୀକୁ ବିଶ୍ୱ ଏନଜିଓ ଦିବସ ଭାବେ ପାଳନ କରାଯାଏ । ଏନଜିଓ ହେଉଛି ନନ୍-ଗଭର୍ଣ୍ଣମେଣ୍ଟାଲ୍ ଅର୍ଗାନାଇଜେସନ୍, ଅର୍ଥାତ୍ ବେସରକାରୀ ସଂସ୍ଥା । ଏହି ଦିନରେ ବେସରକାରୀ ସଂଗଠନ ଯେଉଁମାନେକି ସାମାଜିକ ସମସ୍ୟାକୁ ଦୂର କରିବା ଉଦ୍ଦେଶ୍ୟରେ ନିଜର ବହୁମୂଲ୍ୟ ସମୟକୁ ଉତ୍ସର୍ଗ କରୁଛନ୍ତି ସେମାନଙ୍କୁ ସମ୍ମାନିତ କରାଯାଏ ।

ବିଶ୍ୱ ଏନଜିଓ ଦିବସ 2023: ତାରିଖ, ଥିମ୍ ଏବଂ ଉଦ୍ଦେଶ୍ୟ

ପ୍ରତିବର୍ଷ 27 ଫେବୃଆରୀରେ ବିଶ୍ୱ ଏନଜିଓ ଦିବସ ପାଳନ କରାଯାଏ । ଏହି ବର୍ଷର ବିଷୟବସ୍ତୁ "ମାନବ ଅଧିକାରକୁ ଆଗକୁ ନେବା ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବାରେ ଏନଜିଓ ଗୁଡ଼ିକର ଭୂମିକା ଏବଂ ପ୍ରଭାବ" ରଖାଯାଇଛି । ଜନସାଧାରଣଙ୍କୁ ଏନଜିଓ ସଂସ୍ଥାରେ ଅଧିକ ସକ୍ରିୟ ହେବା ପାଇଁ ପ୍ରେରଣା ଦେବା ଏବଂ ଏହି କ୍ଷେତ୍ର ମଧ୍ୟରେ ଅଧିକ ସମନ୍ୱୟକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳନ କରାଯାଏ ।

ଏହା ମଧ୍ୟ ପଢନ୍ତୁ:- World Unani Day: କେବଳ ଚିକିତ୍ସା ନୁହେଁ ସୁସ୍ଥ ଏବଂ ରୋଗମୁକ୍ତ ରଖେ ୟୁନାନି ଔଷଧ !

ବିଶ୍ୱ ଏନଜିଓ ଦିବସ 2023: ଇତିହାସ ଏବଂ ମହତ୍ତ୍ୱ

ଏନଜିଓ ଗୁଡ଼ିକ ପରିବେଶ, ସାମାଜିକ ଏବଂ ମାନବ ଅଧିକାର କାର୍ଯ୍ୟରେ ସକ୍ରିୟ ଭାବେ ଅଂଶଗ୍ରହଣ କରନ୍ତି । ବ୍ୟାପକ ସ୍ତରରେ ହେଉ ଅବା ଏକ ଛୋଟ ଗୋଷ୍ଠୀ ମଧ୍ୟରେ ସାମାଜିକ କିମ୍ବା ରାଜନୈତିକ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ପାଇଁ ଏନଜିଓ ସଂସ୍ଥାର ସଦସ୍ୟମାନେ କାର୍ଯ୍ୟ କରିଥାନ୍ତି । ସମାଜର ବିକାଶ, ସମ୍ପ୍ରଦାୟର ଉନ୍ନତି ତଥା ନାଗରିକ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବାରେ ଏନଜିଓ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରତିଟି ବ୍ୟକ୍ତିଙ୍କ ଉନ୍ନତି କିପରି ସମାଜର ଉନ୍ନତି କ୍ଷେତ୍ରରେ ସହଯୋଗୀ ହୋଇପାରିବ ତାହା ଏହି ସଂଗଠନ ପ୍ରତିପାଦନ କରେ ।

ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ସେମାନେ ବିଭିନ୍ନ ଉପାୟରେ ସାମାଜିକ ମଧ୍ୟସ୍ଥି ଭାବରେ କାର୍ଯ୍ୟ କରନ୍ତି । ସେମାନେ ସରକାର ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଏକ ସମନ୍ବୟ ରଖି କାର୍ଯ୍ୟ କରନ୍ତି । ବ୍ୟକ୍ତିଗତ ଦାନ ଏବଂ ସଦସ୍ୟତା ଦେୟ ଠାରୁ ଆରମ୍ଭ କରି ସରକାରୀ ସହାୟତା ପର୍ଯ୍ୟନ୍ତ ବିଭିନ୍ନ ଆର୍ଥିକ ଉତ୍ସ ଉପରେ ଏନଜିଓ ନିର୍ଭର କରେ । ଏହି ସଂସ୍ଥାରେ ଅଧିକରୁ ଅଧିକ ଯୁବପିଢି ସାମିଲ୍ ହୋଇପାରିଲେ ସମାଜର ଉନ୍ନତି ହୋଇପାରିବ ବୋଲି ଆଶା କରାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.