ହାଇଦ୍ରାବାଦ: କାଶ ଏକ ସାଧାରଣ ପ୍ରକ୍ରିୟା । ଯାହା ଶ୍ବାସନଳୀକୁ ବାହ୍ୟ କଣିକା ଠାରୁ ରକ୍ଷା କରିଥାଏ । କୌଣସି ସଂକ୍ରମଣ ଯୋଗୁଁ ସର୍ଦ୍ଦି ହେବା ଦ୍ବାରା କାଶ ହୋଇଥାଏ। କିନ୍ତୁ କିଛି ଜଣଙ୍କ ଠାରେ କାଶ ହେବା ଦ୍ବାରା ମୁଣ୍ଡବିନ୍ଧା ସମସ୍ୟା ଦେଖାଯାଇଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ କାଶ ହେବା ଦ୍ବାରା ମୁଣ୍ଡବିନ୍ଧା ଏକ ଚିନ୍ତାଜନକ ବିଷୟ ଅଟେ ଏବଂ ଏହା ପରବର୍ତ୍ତୀ ସମୟରେ ଅନେକ ରୋଗର କାରଣ ମଧ୍ୟ ହୋଇପାରେ ।
କାଶ କାହିଁକି ହୁଏ: କାଶ ସମସ୍ତଙ୍କୁ ହୋଇଥାଏ । ଏହା ଏକ ସାଧାରଣ ପ୍ରକ୍ରିୟା ବୋଲି ସମସ୍ତେ ଭାବନ୍ତି । କିନ୍ତୁ ଆଜି ମଧ୍ୟ ଏପରି ଅନେକ ରହିଛନ୍ତି ଯାହାଙ୍କୁ କାଶର କାରଣ ଜଣାନାହିଁ । କାଶ ହେଉଛି ଏକ ସାଧାରଣ ପ୍ରକ୍ରିୟା, ଏହା ମୁଖ୍ୟତଃ ଶ୍ବାସକ୍ରିୟା ଏବଂ ମାଂସପେଶୀ ପ୍ରଣାଳୀ ସହିତ ଜଡିତ । ଯେତେବେଳେ କୌଣସି କାରଣରୁ ଶ୍ବାସନଳୀରେ ଜ୍ବଳନ ହୋଇଥାଏ, ଏହାପରେ ମସ୍ତିଷ୍କ ସ୍ନାୟୁପ୍ରଣଳୀକୁ ସଙ୍କେତ ପଠାଇଥାଏ । ଯାହା ମାଂସପେଶୀ ସଂକୋଚନର ଏକ କ୍ରମ ସୃଷ୍ଟି କରିଥାଏ । ସଂକୋଚନ ଦୃତଗତିରେ ହେବା କାରଣରୁ ଫୁସଫୁସରେ ହେଉଥିବା ପ୍ରକ୍ରିୟା କ୍ଷୀପ୍ର ହେବା ସହିତ ଉତ୍ତେଜକ ବାହାରକୁ ଆସିଥାଏ । ଏହା ଦ୍ବାରା ଶ୍ବାସନଳୀ ସଫା ହେବା ସହିତ କାଶ ହୋଇଥାଏ ।
ଏହା ମଧ୍ୟ ପଢନ୍ତୁ: ଶୀତଦିନେ ମୁଣ୍ଡବ୍ୟଥା ସମସ୍ୟା ଲାଗି ରହୁଥିଲେ ଆପଣାନ୍ତୁ ଏହିସବୁ ଘରୋଇ ଉପଚାର
କାଶ ଯୋଗୁଁ କାହିଁକି ମୁଣ୍ଡବିନ୍ଧା ହୁଏ: କାଶ ସମୟରେ ଘଟୁଥିବା ମୁଣ୍ଡବିନ୍ଧାର ଏକ ମୁଖ୍ୟ କାରଣ ହେଉଛି ଇଣ୍ଟାକେନାୟଲ ଚାପ । କ୍ରାନିଆଲ କେଭିଟି ମଧ୍ୟରେ ଏହା ଚାପ ହୋଇଥାଏ । ଏହା ଖପୁରୀ ଭିତରେ ଥିବା ସ୍ଥାନ ଯେଉଁଥିରେ ମସ୍ତିଷ୍କ ଏବଂ ରକ୍ତବାହୀ ରହିଥାଏ । କାଶ ହେବା ଦ୍ବାରା ଜଣେ ପ୍ରଶ୍ବାସ ଅଧିକ ଛାଡିଥାଏ । ଯାହା ଦ୍ବାରା କ୍ରାନିଆଲ କେଭିଟି ମଧ୍ୟରେ ଚାପକୁ ବୃଦ୍ଧି କରିଥାଏ । ଚାପର ଏହି ବୃଦ୍ଧି ମସ୍ତିଷ୍କ ଭିତରେ ଥିବା ସମ୍ବେଦନଶୀଳ ସଂରଚନାକୁ ପ୍ରଭାବିତ କରିପାରେ । ଯାହାଦ୍ୱାରା ମୁଣ୍ଡବିନ୍ଧା ହୁଏ ।
ଏହା ମଧ୍ୟ ପଢନ୍ତୁ: Headache Reason: ବାରମ୍ବାର ମୁଣ୍ଡବିନ୍ଧା ହେଉଥିଲେ ସାବଧାନ ! ହୋଇପାରେ ଗମ୍ଭୀର ରୋଗ
ନାସିକା ମାର୍ଗ ଏବଂ ସାଇନସ୍ ଖପୁରୀରେ ଦୁଇଟି କକ୍ଷ ରହିଥାଏ । ଏଥରେ ଭରପୁର ମାତ୍ରାରେ ବାୟୁ ରହିଥାଏ । ଏହି ସଂରଚନା ବାୟୁର ତାପମାତ୍ରା ଏବଂ ଆର୍ଦ୍ରତାକୁ ନିୟନ୍ତ୍ରଣ କରିବା ସହିତ ସ୍ୱରର ବଢାଇବାରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯେତେବେଳେ ଜଣେ ବ୍ୟକ୍ତିକୁ କାଶ ହୋଇଥାଏ, ସାଇନସ ଚାପର ପରିବର୍ତ୍ତନ ହେବା ସହିତ ମୁଣ୍ଡବିନ୍ଧା ହୋଇଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ