ETV Bharat / sukhibhava

Cauliflower disadvantages: ଏହି ସମସ୍ୟା ଥିଲେ ଖାଆନ୍ତୁନି ଫୁଲକୋବି, ଭୋଗିବେ ସମସ୍ୟା - ଫୁଲକୋବିର ସ୍ବାସ୍ଥ୍ୟ ଅପକାରିତା

ଫୁଲକୋବି ଖାଇବା ପୂର୍ବରୁ କେତେକ ସମସ୍ୟା ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଏହି ସବୁ ସମସ୍ୟା ରହିଥିଲେ ଫୁଲକୋବି ଠାରୁ ଦୂରେଇ ରହିବା ଆବଶ୍ୟକ ବୋଲି କୁହାଯାଇଛି । ଅଧିକ ପଢନ୍ତୁ

Cauliflower disadvantages
Cauliflower disadvantages
author img

By ETV Bharat Odisha Team

Published : Sep 18, 2023, 12:15 PM IST

ହାଇଦ୍ରାବାଦ: ଫୁଲକୋବି ଏକ ଅତ୍ୟନ୍ତ ଉପକାରୀ ପନିପରିବା ଭାବରେ ବିବେଚନା କରାଯାଏ । ଏଥିରେ ଭିଟାମିନ୍ ସି, ଆଣ୍ଟିଅକ୍ସିଡାଣ୍ଟ ଏବଂ ଫାଇବରରେ ଭରପୂର ମାତ୍ରାରେ ରହିଥାଏ । ଯାହା ଅନେକ ରୋଗର ମୁକାବିଲା କରିବାରେ ସାହାଯ୍ୟ କରିଥାଏ । କିନ୍ତୁ କିଛି ଲୋକ ସାବଧାନତାର ସହିତ ଫୁଲକୋବି ଖାଇବା ଉଚିତ୍‌ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ଫୁଲକୋବିରେ ଥିବା ରାଫିନୋଜ୍ ନାମକ କାର୍ବୋହାଇଡ୍ରେଟ୍ ହଜମ ପ୍ରକ୍ରିୟା ପାଇଁ ଅତ୍ୟନ୍ତ କ୍ଷତିକାରକ ପ୍ରମାଣିତ ହୋଇପାରେ ବୋଲି କୁହାଯାଇଛି ।

କେତେକ ଅନୁସନ୍ଧାରୁ ଜଣାପଡିଛି ଯେ, ଫୁଲକୋବି ହଜମ ପ୍ରକ୍ରିୟାରେ ସମସ୍ୟା ସୃଷ୍ଚି କରିପାରେ । ଏହା ଦ୍ବାରା ଗ୍ୟାସ, ଡାଇରିଆ ଏବଂ ପେଟ ଯନ୍ତ୍ରଣା ଭଳି ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଅଧିକ ରହିଥାଏ । ପୂର୍ବର ହଜମ ଜନିତ ସମସ୍ୟା ଥିବା ବ୍ୟକ୍ତି ଯେପରିକି ଇରିଟେବଲ ଅନ୍ତ ବାଉଲ ସିଣ୍ଡ୍ରୋମ କିମ୍ବା ଆଇବିଏସରେ ପୀଡିତ ଆକ୍ରାନ୍ତ ଅତି ସୀମିତ ପରିମାଣରେ ଫୁଲକୋବି ଖାଇବା ଉଚିତ୍‌ ବୋଲି କୁହାଯାଇଛି । ଫୁଲକୋବି ଖାଇବା ଦ୍ବାରା ସ୍ବାସ୍ଥ୍ୟବସ୍ଥା ଖରାପ ହେବାର ସମ୍ଭାବନା ରହିଥାଏ । ତେବେ ଜାଣନ୍ତୁ କେଉଁ ବ୍ୟକ୍ତି ଫୁଲକୋବି ସେବନ ଠାରୁ ଦୂରେଇ ରହିବା ଉଚିତ୍‌ ।

ଥାଇରଏଡ ସମସ୍ୟା: ଯେଉଁମାନଙ୍କର ଥାଇରଏଡ୍ ସମସ୍ୟା ଥାଏ ସେମାନେ ସାବଧାନତାର ସହିତ ଫୁଲକୋବି ଖାଇବା ଉଚିତ୍‌ ବୋଲି କୁହାଯାଇଛି । କାରଣ ଏହା ଫୁଲକୋବିରେ ମିଳୁଥିବା ଗୋବଷ୍ଟ୍ରୋଜେନ୍ ହ୍ରାସ କରିପାରେ, ଯାହାକି ଥାଇରଏଡ୍ ଉପରେ ପ୍ରଭାବ ପକାଇପାରେ ।

କିଡନୀ ଷ୍ଟୋନ: ଯେଉଁମାନଙ୍କର କିଡନୀରେ ଷ୍ଟୋନ ସମସ୍ୟା ରହିଛି, ସେମାନେ ଅଧିକ ଫୁଲକୋବି ଖାଇବା ଉଚିତ୍‌ ନୁହେଁ । କାରଣ ଏହା କ୍ୟାଲସିୟମ୍ ଏବଂ ଅକ୍ସାଲେଟ୍ ବୃଦ୍ଧି କରିବାର ସମ୍ଭାବନା ରହିଥାଏ । ଯାହା ଷ୍ଟୋନକୁ ବୃଦ୍ଧି କରିବାର ଆଶଙ୍କା ଅଧିକ ରହିଥାଏ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: Orange Peel: କେବଳ ଚର୍ମ ପାଇଁ ନୁହେଁ ସ୍ୱାସ୍ଥ୍ୟ ପାଇଁ ବି ଲାଭଦାୟକ କମଳା ଚୋପା, ଜାଣନ୍ତୁ ଏହାର ଫାଇଦା

ବ୍ରେଷ୍ଟ କ୍ୟାନ୍ସର: କେତେକ ଅଧ୍ୟୟନରୁ ଜଣାପଡିଛି ଯେ ସ୍ତନ କର୍କଟ ସମସ୍ୟା ଦ୍ୱାରା ପ୍ରଭାବିତ ମହିଳାମାନେ ଫୁଲକୋବି ଖାଇବା ଉଚିତ୍ ନୁହେଁ କାରଣ ଏହା ସେମାନଙ୍କ ପାଇଁ କ୍ଷତିକାରକ ଅଟେ । ଡାକ୍ତରଙ୍କ ପରାମର୍ଶ କ୍ରମେ ଫୁଲକୋବି ଖାଇବା ଉଚିତ୍‌ ବୋଲି କୁହାଯାଇଛି ।

ବ୍ଲଡ ଥିନର୍ସର ବ୍ୟବହାର: ଯେଉଁମାନେ ବ୍ଲଡ ଥିନର୍ସ ବ୍ୟବହାର କରୁଛନ୍ତି ସେମାନେ ଅଧିକ କୋବି ଖାଇବା ଉଚିତ୍‌ ନୁହେଁ ବୋଲି କୁହାଯାଇଛି । କାରଣ ଏହା ରକ୍ତସ୍ରାବ ଜନିତ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ଅଧିକ ରହିଥାଏ ବୋଲି ଖାଇବା ସମୟରେ ସତର୍କ ରହିବା ଜରୁରୀ ବୋଲି କୁହାଯାଇଛି ।

ଗ୍ୟାସ ସମସ୍ୟା: ଆଜିକାଲି ସମସ୍ତଙ୍କର ଗ୍ୟାସ ସମସ୍ୟା ଦେଖାଯାଉଛି । ପେଟ ଗ୍ୟାସ ଏବଂ ପେଟ ଫୁଲ ଜନିତ ସମସ୍ୟା ଦେଇ ଗତି କରୁଥିଲେ ଫୁଲକୋବି ଠାରୁ ଦୂରେଇ ରହିବା ଉଚିତ୍‌ ବୋଲି କୁହାଯାଇଛି । ଫୁଲକୋବିରେ ରହିଥିବା ରେଫିନୋଜ ନାମକ କାର୍ବୋହାଇଡ୍ରେଟ ଗ୍ୟାସ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ଅଧିକ ରହିଥାଏ । ଯାହା ଦ୍ବାରା ପେଟରେ ଯନ୍ତ୍ରଣା, ପେଟ ଫୁଲା ସମସ୍ୟା ସୃଷ୍ଟି ହୋଇପାରେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.