ETV Bharat / sukhibhava

ଖାଦ୍ୟ ଗ୍ରହଣ କରିବାର କେତେ ସମୟ ପରେ ଔଷଧ ଖାଇବା ଉଚିତ, ଏମିତି କହିଲେ ଏକ୍ସପର୍ଟ

author img

By

Published : Jul 12, 2023, 7:49 AM IST

ଖାଦ୍ୟ ଗ୍ରହଣ କରିବାର କେତେ ସମୟ ପରେ ଔଷଧ ଖାଇବା ଉଚିତ । ଆପଣ ଯଦି ଖାଦ୍ୟ ଖାଇବାର ସଙ୍ଗେସଙ୍ଗେ ଔଷଧ ଖାଉଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । ଅଧିକ ପଢନ୍ତୁ

When is the right time to take drugs
When is the right time to take drugs

ହାଇଦ୍ରାବାଦ: ହୋମିଓପାଥିଠାରୁ ଏଲୋପାଥି ଔଷଧ ଅଳ୍ପ ସମୟ ମଧ୍ୟରେ ଯେକୌଣସି ରୋଗକୁ ଭଲ କରିପାରେ । ଡାକ୍ତରମାନେ ମଧ୍ୟ ରୋଗକୁ ଦେଖି ଔଷଧ ଲେଖିଥାଆନ୍ତି ଯାହାଦ୍ବାରା ରୋଗ ଶୀଘ୍ର ଭଲ ହୋଇଯାଇଥାଏ । ଏଥିପାଇଁ ଔଷଧ ଖାଇବାର ସଠିକ ପ୍ରକ୍ରିୟା ଏବଂ ସମୟ ଜାଣିବା ଉଚିତ । ଖାଦ୍ୟ ଗ୍ରହଣ କରିବାର କେତେ ସମୟ ପରେ ଔଷଧ ଖାଇବା ଉଚିତ, ସେ ବିଷୟରେ ଜାଣିବା ଉଚିତ । ଖାଦ୍ୟ ଖାଇବା ପରେ ତୁରନ୍ତ ଔଷଧ ଖାଇବା ଭଲ ବୋଲି ବିବେଚନା କରାଯାଏ ନାହିଁ କାରଣ ଖାଦ୍ୟ ଖାଇବା ପରେ ଶରୀର ଗରମ ହୋଇଯାଇଥାଏ ।

ଯଦି ଜଣେ ବ୍ୟକ୍ତି ଖାଦ୍ୟ ଖାଇବା ପରେ ତୁରନ୍ତ ଔଷଧ ଖାଏ, ତା’ହେଲେ ଉକ୍ତ ବ୍ୟକ୍ତିର ରକ୍ତ ସଞ୍ଚାଳନ ଗତି ବଢିଯାଇଥାଏ । ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ତେଣୁ ପ୍ରାୟତଃ ଖାଦ୍ୟ ଖାଇବା ସଙ୍ଗେସଙ୍ଗେ ଔଷଧ ଖାଇବା ପାଇଁ ମନା କରାଯାଇଥାଏ । ଔଷଧ ଏବଂ ଖାଦ୍ୟ ଏକାଠି ଖାଇବା ଭଲ ବୋଲି ବିବେଚନା କରାଯାଏ ନାହିଁ କାରଣ ଖାଦ୍ୟ ଖାଇବା ପରେ ଶରୀରର ତାପମାତ୍ରା ବୃଦ୍ଧି ପାଇଥାଏ । ଏପରି ପରିସ୍ଥିତିରେ ଔଷଧ ଖାଇବା ପରେ ଶରୀରର ତାପମାତ୍ରା ଆହୁରି ବଢିଯାଇଥାଏ ଏବଂ କେତେକ କ୍ଷେତ୍ରରେ ବାନ୍ତି ମଧ୍ୟ ହୋଇପାରେ । ତଥାପି ଏଭଳି କିଛି ଔଷଧ ରହିଛି ଯାହାକୁ ଖାଦ୍ୟ ଖାଇବାର କିଛି ସମୟ ପରେ ଖାଇବା ଉଚିତ । କିନ୍ତୁ ଏକ ରିପୋର୍ଟରେ କୁହାଯାଇଛି ଯେ, ଯଦି ଡାକ୍ତର ଖାଲି ପେଟରେ ଔଷଧ ଖାଇବା ପାଇଁ କହିଥାଆନ୍ତି, ସେହି ପରିସ୍ଥିତିରେ ଖାଦ୍ୟ ଖାଇବାର 1 ଘଣ୍ଟା ପରେ ଔଷଧ ଖାଇବା ଉଚିତ । ଅନ୍ୟପଟେ ଖାଲି ପେଟରେ ଖାଇବାକୁ ହେଲେ ଖାଦ୍ୟ ଖାଇବାର ଏକ ଘଣ୍ଟା ପୂର୍ବରୁ ଔଷଧ ଖାଇବା ଉଚିତ ।

ଏହା ମଧ୍ୟ ପଢନ୍ତୁ: ଏକ୍ସପାରୀ ଖାଦ୍ୟ ଖାଇଲେ ଶରୀର ଉପରେ କଣ ପଡିବ ପ୍ରଭାବ, କଣ କହୁଛନ୍ତି ଏକ୍ସପର୍ଟ

ଲୋକମାନେ ଅନେକ ପ୍ରକାରର ଔଷଧ ଖାଆନ୍ତି । ଜ୍ୱର ଏବଂ ସାମାନ୍ୟ ମୁଣ୍ଡବିନ୍ଧା ହେଲେ କିଛି ଲୋକ ପ୍ରତିଦିନ ଔଷଧ ସେବନ କରନ୍ତି । ଉଲ୍ଲେଖଥାଉ କି, ଅନେକ ପ୍ରକାରର ଔଷଧ ମେଡ଼ିକାଲ ଷ୍ଟୋର୍‌ରେ ଉପଲବ୍ଧ ହେଉଛି। ଯନ୍ତ୍ରଣାରୁ ମୁକ୍ତି ଠାରୁ ଆରମ୍ଭ କରି ଆଣ୍ଟିବାୟୋଟିକ୍ ପର୍ଯ୍ୟନ୍ତ ଅନେକ ଔଷଧ ଅଛି ଏବଂ ସମସ୍ତ ଔଷଧକୁ ବିଭିନ୍ନ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଥାଏ। କୌଣସି ଔଷଧ ଖାଇବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରିବା ସର୍ବଦା ଆବଶ୍ୟକ । ଯଦି ଡାକ୍ତର କହିଛନ୍ତି ଯେ, ଖାଦ୍ୟ ଖାଇବା ପରେ ତୁରନ୍ତ ଔଷଧ ଖାଇବା ଆବଶ୍ୟକ, ସେଭଳି ସ୍ଥିତିରେ ତୁରନ୍ତ ଔଷଧ ଖାଇବା ଆବଶ୍ୟକ ଅଟେ ।

ଗର୍ଭନିରୋଧ ଔଷଧ ଖାଦ୍ୟ ଖାଇବାର ଏତିକି ସମୟ ପରେ ଖାଇବା ଉଚିତ: ରିପୋର୍ଟ ଅନୁସାରେ, ଗର୍ଭ ନିରୋଧକ ଔଷଧ ଖାଇବାକୁ ହେଲେ ଖାଦ୍ୟ ଖାଇବାର 2 ଘଣ୍ଟା ପରେ ଖାଇବା ଉଚିତ । କାରଣ ଏହା ଖାଇବା ଦ୍ବାରା ଅନେକ ସମୟରେ ଦେହ ଗରମ ହେବା ସହ ବାନ୍ତି ହୋଇଯାଇଥାଏ । ବେଳେବେଳେ ମୁଣ୍ଡ ବୁଲାଇବା ଭଳି ମଧ୍ୟ ସମସ୍ୟା ଦେଖାଯାଇଥାଏ । ଏହି ଔଷଧ ଖାଇବା ପୂର୍ବରୁ ସର୍ବଦା ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । କାରଣ ଏହି କାରଣକୁ କିଛି ଜଣଙ୍କୁ ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.