ETV Bharat / sukhibhava

କୋଲେଷ୍ଟ୍ରଲ ମେଡିସିନ ସବୁଦିନ ନେବା ଜରୁରୀ ?

କଲେଷ୍ଟରଲ ହେଉଛି ଏକ ଚର୍ବି ସଦୃଶ ଉପାଦାନ, ଯାହା କି ହରମୋନ ପ୍ରସ୍ତୁତି ଓ ଭିଟାମିନ ଡି ସୃଷ୍ଟି କରିବାରେ ସହାୟକ ହୋଇଥାଏ । ହେଲେ ବୟସ ବଢିବା ସହ ଶରୀରରେ କଲେଷ୍ଟରଲ ମାତ୍ରା ନିୟନ୍ତ୍ରଣ କରିବା ଜରୁରୀ ହୋଇଥାଏ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋଲେଷ୍ଟ୍ରଲ ମେଡିସିନ ସବୁଦିନ ନେବା ଜରୁରୀ ?
କୋଲେଷ୍ଟ୍ରଲ ମେଡିସିନ ସବୁଦିନ ନେବା ଜରୁରୀ ?
author img

By

Published : Jul 17, 2020, 6:09 PM IST

Updated : Jul 17, 2020, 8:28 PM IST

ଉଭୟ କୋଲେଷ୍ଟ୍ରଲ ଓ ଚବି ର୍ (ଫ୍ୟାଟ୍) ଲିପିଡ୍ସ ଫ୍ୟାମିଲି ଅନ୍ତର୍ଭୁକ୍ତ । କିନ୍ତୁ ଚର୍ବି ଚାଲିଯାଏ, କୋଲେଷ୍ଟ୍ରଲ ରହିଥାଏ । କଲେଷ୍ଟରଲ ହେଉଛି ଏକ ଚର୍ବି ସଦୃଶ ଉପାଦାନ, ଯାହା କି ହରମୋନ ପ୍ରସ୍ତୁତି ଓ ଭିଟାମିନ ଡି ସୃଷ୍ଟି କରିବାରେ ସହାୟକ ହୋଇଥାଏ । ହେଲେ ବୟସ ବଢିବା ସହ ଶରୀରରେ କଲେଷ୍ଟରଲ ମାତ୍ରା ନିୟନ୍ତ୍ରଣ କରିବା ଜରୁରୀ ହୋଇଥାଏ ।

ହାଇଦ୍ରାବାଦର ଭିଆଇଏନଏନ ହସ୍ପିଟାଲର ଡାକ୍ତର ରାଜେଶ ଭକ୍କଲା କହନ୍ତି ଯେ, ସବୁ କଲେଷ୍ଟରଲ ଶରୀର ପାଇଁ ଖରାପ ନୁହେଁ । କିନ୍ତୁ ଏହାର ମାତ୍ରା ସୀମିତ ରଖିବା ଜରୁରୀ । ଏକ ସୁସ୍ଥ ଲୋକ ପାଇଁ ପାଖାପାଖି ୨୦୦ ମିଗ୍ରା ବା ଡେସିଲିଟର କଲେଷ୍ଟରଲ ହିଁ ଯଥେଷ୍ଟ ହୋଇଥାଏ । ତେବେ, ଅନ୍ୟ ଅସୁସ୍ଥତା ଥିବା ଲୋକମାନଙ୍କ ପାଇଁ କଲେଷ୍ଟରଲ ହାର ୧୫୦ ମିଗ୍ରା ବା ଡେସିଲିଟର ଗ୍ରହଣୀୟ ହୋଇଥାଏ । ସେମାନଙ୍କ ପାଇଁ କଲେଷ୍ଟରଲ ନିୟନ୍ତ୍ରଣ ଜରୁରୀ ହୋଇଥାଏ ।

ଡକ୍ଟର ରାଜେଶଙ୍କ ଅନୁସାରେ ଶରୀରରେ ଉଚ୍ଚ ପରିମାଣର କଲେଷ୍ଟରଲରେ ରକ୍ତବାହିକାଗୁଡିକର ପ୍ରମୁଖ ଭୂମିକା ରହିଥାଏ । ସେଗୁଡିକ ଅଟକିଗଲେ ରକ୍ତ ସଂଚାଳନ ହୋଇପାରେ ନାହିଁ । ଫଳରେ ମସ୍ତିଷ୍କ ଓ ହୃଦୟ ଭଳି ଅଙ୍ଗପ୍ରତ୍ୟଙ୍ଗ ପ୍ରଭାବିତ ହୋଇଥାଏ । ଏହା ଦ୍ୱାରା ବ୍ରେନ୍ ବା ହାର୍ଟ ଷ୍ଟ୍ରୋକ୍ ହୋଇଥାଏ । ତେଣୁ ହାଇ ଡେନସିଟି ଲିପୋପ୍ରୋଟିନ (ଗୁଡ୍ କଲେଷ୍ଟରଲ) ବା ଏଚଡିଏଲ୍ ଏଭଳି ସ୍ଥିତିର ଯତ୍ନ ନେଇଥାଏ । କିନ୍ତୁ ଏହାର ବୀପରିତ ଲୋ ଡେନସିଟି ଲିପୋପ୍ରୋଟିନ୍ ବା ଏଲଡିଏଲ୍ ହାର୍ଟ ବା ବ୍ରେନ ଷ୍ଟ୍ରୋକ୍ ର ଆଶଙ୍କା ବୃଦ୍ଧି କରିଥାଏ । କଲେଷ୍ଟରଲ ମାତ୍ରା ବୃଦ୍ଧି ହେଲେ ହାଇପରଟେନସନ, ମଧୁମେହ, ହାଇପୋଥିରୋଇଡିଜିମ୍ ଓ ମେଦବହୁଳତା ଭଲି ଅନ୍ୟ ସାଧାରଣ ରୋଗ ବି ହୋଇଥାଏ ।

ବର୍ତ୍ତମାନ ମେଦବହୁଳତା ଏକ ଚିନ୍ତାର କାରଣ ହୋଇଛି । ମେଦବହୁଳତା ଥିବା ଲୋକଙ୍କଠାରେ ଯକୃତ କାମ କରୁ ନଥିବା ଦେଖାଯାଇଛି । ଏଥିପାଇଁ ଟ୍ରାନ୍‌ସପ୍ଲାଂଟ୍ ବି କରିବାକୁ ପଡିଥାଏ । ଏହାକୁ ନନ୍‌ ଆଲକୋହଲିକ ଲିଭର ଫେଲର୍ ବୋଲି କୁହାଯାଏ । ସାଧାରଣ ଭାବେ କହିବାକୁ ଗଲେ ଏହା ଫ୍ୟାଟି ଲିଭର । କଲେଷ୍ଟରଲ ମାତ୍ରା ଅତ୍ୟଧିକ ବୃଦ୍ଧି ପାଇଲେ ଏପରି ଘଟିଥାଏ । ଏହା ରୋଗର ଏକ ନୂଆ ବର୍ଣ୍ଣ, ଯାହା ଉପରେ ଅଧିକ ପରୀକ୍ଷାନିରୀକ୍ଷା ଚାଲିଛି ବୋଲି ଡକ୍ଟର ରାଜେଶ କହନ୍ତି ।

ସବୁଦିନ ପାଇଁ ଜଣେ କଲେଷ୍ଟରଲ ମେଡିକେସନ ଉପରେ ନିର୍ଭର କରିବ କି ?

ଏହା ସମ୍ପୂର୍ଣ୍ଣ ସତ ନୁହେଁ । ଏହା ଜଣଙ୍କର ସ୍ଥିତି ଉପରେ ନିର୍ଭର କରେ । ଆମର ବିଶେଷଜ୍ଞ ଏ ବାବଦରେ ଆମକୁ ବିସ୍ତୃତ ଭାବେ ବୁଝାଇଛନ୍ତି ।

  1. ମଧୁମେହ, ହାଇପର୍ଟେନସନ ଭଳି ରିସ୍କ ଫ୍ୟାକ୍ଟର ନଥିବା ଜଣେ ସୁସ୍ଥ ବ୍ୟକ୍ତିର ଯଦି କଲେଷ୍ଟରଲ ସ୍ତର ସ୍ୱାଭାବିକ ରହିଛି, ତାହା ହେଲେ ତାଙ୍କୁ ଆଉ ମେଡିକେସନ ଜାରି ରଖିବାକୁ ପଡିବ ନାହିଁ । ହଁ, ସେମାନଙ୍କୁ ନିଜର ଜୀବନଶୈଳୀ ଓ ଖାଦ୍ୟ ଅଭ୍ୟାସରେ ପରିବର୍ତନ କରିବାକୁ ପଡିପାରେ ।
  2. ବଂଶଗତ ଭାବେ କଲେଷ୍ଟରଲ ସମସ୍ୟାରେ ପୀଡିତ ଥିବା ବ୍ୟକ୍ତି, ଯାହାଙ୍କର କି କଲେଷ୍ଟରଲ ମାତ୍ରା ଅଧିକ ହୋଇଯାଇଛି, ସେ କ୍ଷେତ୍ରରେ ଜୀବନବ୍ୟାପୀ କଲେଷ୍ଟରଲ ମେଡିସିନ ନେବାକୁ ପଡିବ ।
  3. ମଧୁମେହ, ହାଇପର୍ଟେନସନ ଭଳି ରୋଗରେ ପୀଡିତ ବ୍ୟକ୍ତିଙ୍କୁ ଜୀବନବ୍ୟାପୀ ମେଡିସିନ ନେବାକୁ ପଡିଥାଏ । ଏପ୍ରକାର ଲୋକଙ୍କ ଯଦି କଲେଷ୍ଟରଲ ଅଧିକ ପରିମାଣରେ ଥାଏ, ତାହା ହେଲେ ସେମାନେ ବି ଜୀବନବ୍ୟାପୀ ମେଡିସିନ ନେବ । କିନ୍ତୁ କଲେଷ୍ଟରଲ ସ୍ତର ଦେଖି ସେମାନେ ଔଷଧ ଖାଇବେ । ତେଣୁ ଆପଣଙ୍କର ଯଦି ଲିପିଡ ପ୍ରୋଫାଇଲ୍ ରେଂଜରେ ନାହିଁ, ତାହା ହେଲେ ବିଳମ୍ବ ନ କରି ଡାକ୍ତରଙ୍କ ସହ ପରାମର୍ଶ କରିବା ଦରକାର । କାରଣ କଲେଷ୍ଟରଲ ବୃଦ୍ଧି ହେଲେ ହାର୍ଟ ଆଟାକ୍ ଓ ଷ୍ଟ୍ରୋକ୍‌ ଆଶଙ୍କା ଅଧିକ ରହେ ।

Last Updated : Jul 17, 2020, 8:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.